ଭୁବନେଶ୍ୱର,୧୩।୫: ଭୁବନେଶ୍ବରରେ ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍। ବାଇକ ଆରୋହୀଙ୍କୁ ପଛରୁ ଧକ୍କା ଦେଲା, ତାଙ୍କ ଅବସ୍ଥା ଗୁରୁତର ହୋଇଛି। ଜୟଦେବବିହାର ଓ ଆଚାର୍ଯ୍ୟବିହାର ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି। ଅନ୍ୟପକ୍ଷେ ଉତ୍ତ୍ୟକ୍ତ ଲୋକେ ବସ୍ କାଚ ଭାଙ୍ଗିଦେଇଥିବା ଦେଖିବାକୁ ମିଳିଛି।