ମିତ୍‌ସୁବିଶିି ଇଲେକ୍ଟ୍ରିକ୍‌ ଇଣ୍ଡିଆ ‘ସିଏନ୍‌ସି-ଅନ୍‌-ହୁଇଲ’ର ଶୁଭାରମ୍ଭ

ବେଙ୍ଗାଲୁରୁ,୨୫।୧ ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମିତ୍‌ସୁବିଶି ଇଲେକ୍ଟ୍ରିକ୍‌ ପକ୍ଷରୁ କମ୍ପ୍ୟୁଟରୀକରଣ ସଂଖ୍ୟାଗତ ନିୟନ୍ତ୍ରକ(ସିଏନ୍‌ସି) ଜରିଆରେ ଏକ ପ୍ରଶିକ୍ଷଣ ଏବଂ ପ୍ରଦର୍ଶନ କାରାଭାନ୍‌ ‘ସିଏନ୍‌ସି-ଅନ୍‌-ହୁଇଲ୍ସ’ର ଶୁଭାରମ୍ଭ କରାଯାଇଛି। କମ୍ପାନୀର ଉକ୍ତ ଗାଡ଼ିକୁ ମିତ୍‌ସୁବିଶି ଇଲେକ୍ଟ୍ରିକ୍‌, ସିଏନ୍‌ସି ବୈଷୟିକ କେନ୍ଦ୍ର ପେନ୍ୟା ଶିଳ୍ପାଞ୍ଚଳ ପରିସରରୁ ପତାକା ଦେଖାଇ ଆରମ୍ଭ କରାଯାଇଥିଲା।
ଏହା ପ୍ରଥମେ କ୍ଷେତ୍ର ଏବଂ ପରେ ଅନ୍ୟ ଶିଳ୍ପକ୍ଷେତ୍ରକୁ ଅଗ୍ରସର ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ମିତ୍‌ସୁବିଶିି ଇଲେକ୍ଟ୍ରିକ୍‌ ଇଣ୍ଡିଆ ୨୦୧୭ରେ ବେଙ୍ଗାଲୁରୁର ପେନ୍ୟାଠାରେ ଏହାର ସିଏନ୍‌ସି ଉତ୍ପାଦନର ସୁବିଧା ଆରମ୍ଭ କରିଥିଲା। ଫଳରେ ‘ମେକ୍‌ ଇନ୍‌ ଇଣ୍ଡିଆ’ ପଦକ୍ଷେପ ଏବଂ ଅତ୍ୟାଧୁନିକ ଉତ୍ପାଦନକୁ ଖାପ ଖୁଆଇବାକୁ ଚାହୁଁଥିବା ଶିଳ୍ପଗୁଡ଼ିକୁ ବୈଷୟିକ ସହାୟତା କରିବାକୁ ଏହା ଲକ୍ଷ୍ୟ ରଖିଛି। ସିଏନ୍‌ସି-ଅନ୍‌-ହୁଇଲ୍ସର ଦୁଇଟି ପ୍ରମୁଖ ସିଏନ୍‌ସି ନିୟନ୍ତ୍ରଣକୁ ନେଇ ଗଠିତ: ଏମ୍‌୮୦ ଯାହା ଆମର ଫ୍ଲାଗ୍‌ଶିପ୍‌ ଉତ୍ପାଦ ଏବଂ ଇ୮୦ ଯାହା ସୀମିତ ବୈଶିଷ୍ଟ୍ୟ ସହିତ ଏକ ଉତ୍ପାଦ ଯାହା ଏସ୍‌ଏମ୍‌ଏସ୍‌ଇ/ଏମ୍‌ଏସ୍‌ଏମ୍‌ଇକୁ ସହଯୋଗ କରିଥାଏ।
ଏ ସମ୍ପର୍କରେ ମିତ୍‌ସୁବିଶିି ଇଲେକ୍ଟ୍ରିକ୍‌ ଇଣ୍ଡିଆ ପ୍ରା. ଲିମିଟେଡ୍‌ର ଜିଏମ୍‌, ସିଏନ୍‌ସି ସିଷ୍ଟମ୍‌, ମାସାୟା ଟାକେଡା କହିଛନ୍ତି, ଆମେ ସିଏନ୍‌ସି ସହିତ ସଂଯୁକ୍ତ ରହିଛୁ। ଏହାକୁ ସୁନିଶ୍ଚିତ କରିବା ପାଇଁ ସ୍ଥାୟୀ ଟେକ୍ନୋଲୋଜି ଏବଂ ନୂତନ ଉତ୍ପାଦନ ପଦ୍ଧତି ସହିତ ଶିଳ୍ପକୁ ସଶକ୍ତ କରିବା ସହ ଦକ୍ଷ ଅପରେଟରଙ୍କୁ ନେଇ ତାଲିମ କାର୍ଯ୍ୟକ୍ରମରେ ବୈଷୟିକ ଜ୍ଞାନ ଓ ଯନ୍ତ୍ରୀମାନଙ୍କର ସହଯୋଗ ରହିବ ବୋଲି ସେ କହିଛନ୍ତି। ସେହିପରି ଆମେ ଆମର ସିଏନ୍‌ସି ଅପରେଟରମାନଙ୍କର ଦକ୍ଷତା ସ୍ତର ବଢ଼ାଇବା ପାଇଁ ଏକ ମେଟାଲ କଟିଂ ଶିଳ୍ପକୁ ମଧ୍ୟ ସମର୍ଥନ ଯୋଗାଇବୁ ଏବଂ ଭାରତ ସରକାରଙ୍କ ’ସ୍କିଲ୍‌ ଇଣ୍ଡିଆ ମିଶନ୍‌’ ଓ ’ମେକ୍‌ ଇନ୍‌ ଇଣ୍ଡିଆ’ର ବିଭିନ୍ନ ପଦକ୍ଷେପକୁ ମଧ୍ୟ ଗ୍ରହଣ କରି ଆସିଛୁ। ଆମେ ଭାରତୀୟ ଉତ୍ପାଦନ ଶିଳ୍ପକୁ ସହଯୋଗ ସହ ଦୀର୍ଘ ଦଶନ୍ଧି ଧରି ସମର୍ଥନ କରିଆସିଛୁ। ମିତ୍‌ସୁବିଶି ଇଲେକ୍ଟ୍ରିକ୍‌ ଇଣ୍ଡିଆ ସିଏନ୍‌ସିକୁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ଗତି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ପାଇଁ ଖୁସି ଖବର: କିଷାନ କ୍ରେଡିଟ କାର୍ଡ ନିୟମରେ ବଡ଼ ପରିବର୍ତ୍ତନ କରିବ RBI

ମୁମ୍ବାଇ,୧୫ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କିଶାନ କ୍ରେଡିଟ୍ କାର୍ଡ (KCC) ଯୋଜନାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏକ ନୂତନ ଚିଠା ମାର୍ଗଦର୍ଶିକା ଜାରି କରିଛି।…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ଏହି ୫ଟି ଦେଶରୁ ଭାରତକୁ ଆସୁଛି ବିପୁଳ ପରିମାଣରେ ସୁନା, ଜାଣନ୍ତୁ କେତେ ଟଙ୍କାର ହେଉଛି କାରବାର

ନୂଆଦିଲ୍ଲୀ,୧୪।୨:ଭାରତରେ ସୁନା ଆମଦାନୀକାରୀ: ଭାରତ ବିଶ୍ୱର ସବୁଠାରୁ ବଡ଼ ସୁନା ଆମଦାନୀକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ଦେଶରେ ସୁନା ଉତ୍ପାଦନ ବହୁତ କମ, ଯେତେବେଳେ ଚାହିଦା (ଅଳଙ୍କାର,…

ଯୁବପିଢିଙ୍କୁ ପ୍ରତି ମାସରେ ମିଳିବ ୧୫୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ…

କୋଲକାତା,୧୪।୨: ପଶ୍ଚିମବଙ୍ଗ ସରକାର ଘୋଷଣା କରିଛନ୍ତି ଯେ ତାଙ୍କର ନୂତନ ଯୋଜନା, “ବାଙ୍ଗଲାର ଯୁବ ସାଥୀ”, ଏପ୍ରିଲ 1 ରୁ ଆରମ୍ଭ ହେବ। ଏହି ଯୋଜନା ମୂଳତଃ…

ଘର କିଣିବା ପାଇଁ ‘ଜଏଣ୍ଟ ହୋମ୍‌ ଲୋନ୍‌’ ନେବାକୁ ଚାହୁଁଛନ୍ତି କି? ବୁଝିନିଅନ୍ତୁ ଏହାର ଲାଭ-କ୍ଷତିର ହିସାବ…

ନୂଆଦିଲ୍ଲୀ,୧୩।୨: ଘର କିଣିବା ପାଇଁ ଆଜିକାଲି ‘ଜଏଣ୍ଟ ହୋମ ଲୋନ୍‌’ (Joint Home Loan) ବା ଯୁଗ୍ମ ଗୃହ ଋଣ ଏକ ଲୋକପ୍ରିୟ ବିକଳ୍ପ ପାଲଟିଛି। ବିଶେଷ…

ଦେଶରେ ବୃଦ୍ଧି ପାଉଛି ବ୍ୟକ୍ତିଗତ ଆୟକର, ମଧ୍ୟବିତ୍ତଙ୍କ ପାଇଁ ଏପରି ପ୍ରତିକ୍ରିୟା ଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୩।୨: ଦେଶରେ ବୃଦ୍ଧି ପାଉଥିବା ବ୍ୟକ୍ତିଗତ ଆୟକର ସଂଗ୍ରହର ଉପରେ ପ୍ରତିକ୍ରିୟା ରଖିଛନ୍ତି ଅର୍ଥମନ୍ତ୍ରୀ। ”ଆୟକର ସଂଗ୍ରହ ଅର୍ଥ ଏହା ନୁହେଁ ଯେ ମଧ୍ୟବିତ୍ତ ଶ୍ରେଣୀ ଚାପରେ…

ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ: ଜାଣନ୍ତୁ ଭୁବନେଶ୍ୱରରେ କେତେ ଅଛି ମୂଲ୍ୟ

ଭୁବନେଶ୍ବର,୧୩।୨: ଆନ୍ତର୍ଜାତୀୟ ବଜାରରେ ମୂଲ୍ୟ ହ୍ରାସ ଯୋଗୁଁ ଭାରତୀୟ ବଜାରରେ ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି। ଶୁକ୍ରବାର ମଲ୍ଟି କମୋଡିଟି…

ବିଶ୍ୱ ବଜାରରେ କମିଲା ତୈଳ ଦର, ଭାରତରେ କମିବ କି ?

ନୂଆଦିଲ୍ଲୀ,୧୩।୨: ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ କ୍ରମାଗତ ହ୍ରାସ ପରିଲକ୍ଷିତ ହେଉଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ତୈଳ ଦର କ୍ରମାଗତ ଦ୍ୱିତୀୟ ସପ୍ତାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri