ସେନ୍‌ସେକ୍ସରେ ୧୫୪୬ ପଏଣ୍ଟ ହ୍ରାସ

ମୁମ୍ବାଇ,୨୫।୧ କୋଭିଡ୍‌ ଏବଂ ଓମିକ୍ରନ୍‌ ସାଙ୍ଗକୁ ଚଳିତ ଆର୍ଥକ ବର୍ଷର ବଜେଟ ବ୍ୟବସ୍ଥାକୁ ନେଇ ଆଶଙ୍କାରେ ରହିଥିବା ବ୍ୟବସାୟୀ ବର୍ତ୍ତମାନ ଦିଗହରା ଅବସ୍ଥାରେ ରହିଛନ୍ତି। ଦଲାଲ ଷ୍ଟ୍ରିଟ୍‌ରେ ଭାରତୀୟ ଅଂଶଧନ କ୍ରମାଗତ ପଞ୍ଚମ ଦିନ ପାଇଁ ହ୍ରାସ ପାଇଛି। ଫଳରେ ଗତ ୩ ସପ୍ତାହ କାରବାର ମଧ୍ୟରେ ଏହା ସର୍ବନିମ୍ନ ସ୍ତରର ହ୍ରାସ ବୋଲି କୁହାଯାଉଛି। ସୋମବାର ମୁଖ୍ୟ ସୂଚକାଙ୍କ ସେନ୍‌ସେକ୍ସ ଏବଂ ନିଫ୍ଟରେ ୩ % ହ୍ରାସ ପାଇବାରୁ ନିବେଶକମାନେ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର ଅର୍ଥରାଶି କ୍ଷତି ସହିଛନ୍ତି। ଗତ କିଛିଦିନ ଧରି ଶେୟାର ବଜାରର ସ୍ଥିତି ପରିବର୍ତ୍ତନ ହେଉ ନାହିଁ। ଚଳିତ ସପ୍ତାହର ପ୍ରଥମ ଦିନରେ ଶେୟାର ବଜାର ଏକ ବଡ଼ଧରଣର କ୍ଷତି ହୋଇଛି। ଚଳିତ ବର୍ଷର ସବୁଠାରୁ ଏହା ବଡ଼ ହ୍ରାସ ବୋଲି ବଜାର ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ୨୪ ଜାନୁୟାରୀରେ ଉଭୟ ସେନ୍‌ସେକ୍ସ ଏବଂ ନିଫ୍ଟିରେ ପାଖାପାଖି ୨.୬ % ହ୍ରାସ ଘଟିଛି। ସୋମବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ର ସେନ୍‌ସେକ୍ସ ୧୫୪୬ ପଏଣ୍ଟ କମି ୫୭,୪୫୦ ଅଙ୍କରେ ରହିଥିଲା ବେଳେ ଏନ୍‌ଏସ୍‌ଇ ନିଫ୍ଟିରେ ୪୬୮ ପଏଣ୍ଟ ହ୍ରାସ ଘଟି ୧୭,୧୪୯ ଅଙ୍କରେ କାରବାର ଶେଷ କରିଛି। ଫଳରେ ବିଏସ୍‌ଇର ସୂଚନା ଅନୁସାରେ ସେନ୍‌ସେକ୍ସ ୧୫୪୬.୬୭ ପଏଣ୍ଟ ହ୍ରାସ ପାଇ ୫୭,୪୯୧.୫୧ ରେ ରହିଥିବା ବେଳେ ନିଫ୍ଟି ୪୬୮.୦୫ ପଏଣ୍ଟ ଖସି ୧୭,୧୪୯.୧୦ ରେ କାରବାର ବନ୍ଦ କରିଛି। ଗୁରୁବାର ୨୭୦ ଲକ୍ଷ କୋଟିର ମାର୍କେଟ୍‌ ସୋମବାର ୨୬୦ ଲକ୍ଷ କୋଟିକୁ ଖସି ଆସିଛି । ଗତ ୪ ଦିନ ମଧ୍ୟରେ ନିବେଶକ ୨ଟି କାର୍ଯ୍ୟଦିବସରେ ୧୦ ଲକ୍ଷ କୋଟି ଟଙ୍କା ବଜାରରୁ ହରାଇଛନ୍ତି। ୨.୦୯ ସମୟରେ ବଜାରରେ ବର୍ଷର ସବୁଠାରୁ ବଡ଼ ହ୍ରାସ ହୋଇଥିଲା। ତେବେ ଗତ ୫ କାର୍ଯ୍ୟ ଦିବସ ମଧ୍ୟରେ ସେନ୍‌ସେକ୍ସରେ ୩୯୦୦ ଅଙ୍କ ହ୍ରାସ ପାଇଲାଣି। ପୂର୍ବ ସପ୍ତାହରେ ସେନ୍‌ସେକ୍ସ ୨୧୮୫ ପଏଣ୍ଟ୍‌ ହ୍ରାସ ପାଇଥିବା ବେଳେ ନିଫ୍ଟି ୬୩୮.୬୦ ପଏଣ୍ଟକୁ ଖସିଥିଲା। ସେନ୍‌ସେକ୍ସରେ ବଡ଼ ହ୍ରାସ ଯୋଗୁ ରିଲିଆନ୍ସ ଇଣ୍ଡଷ୍ଟ୍ରିଜ୍‌ ଏବଂ ଇନ୍‌ଫୋସିସ୍‌ର ନିବେଶ ବ୍ୟାପକ ହ୍ରାସ ହୋଇଛି। ଏହି କ୍ଷତିରେ କେବଳ ଆର୍‌ଆଇପିଏଲ୍‌ ୧୭୮ ଅଙ୍କ ହ୍ରାସ ହୋଇଥିବା ବେଳେ ଇନ୍‌ଫୋସିସ୍‌ରେ ୧୨୧ ଅଙ୍କ, ଏଚ୍‌ଡିିଏଫ୍‌ସି ବ୍ୟାଙ୍କର ୧୦୪ ଅଙ୍କ ପ୍ରମୁଖ ହ୍ରାସ ରହିଛି। ବ୍ଲୁଚିପ୍‌ ନାମଗୁଡିକ ମଧ୍ୟରେ ସିପ୍ଲା ୨.୮୬% ବୃଦ୍ଧି ପାଇ ଶୀର୍ଷ ଲାଭକାରୀ ଥିଲାବେଳେ ଓଏନ୍‌ଜିସି ମଧ୍ୟ ଲାଭକାରୀ ନିବେଶକ ଭାବେ ଗଣା ହୋଇଛି। ଅପରପକ୍ଷରେ ନିଫ୍ଟି ପ୍ୟାକ୍‌ରେ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ସର୍ବାଧିକ ୬.୯୨% ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସହ ଲଢ଼େଇ ପାଇଁ ସାମ୍ନାକୁ ଆସିଲେ ଉଦ୍ୟୋଗପତି

ନୂଆଦିଲ୍ଲୀ,୨୩।୩: ଦେଶରେ କରୋନାର ପ୍ରକୋପ ଜାରି ରହିଛି। କରୋନା ଭାଇରସ୍‌ ସଂକ୍ରମଣରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ୮କୁ...

୩ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ନୂଆ ସିଇଓ

ନୂଆଦିଲ୍ଲୀ,୨୧-୧: ସରକାର ୩ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ନୂଆ ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ନିଯୁକ୍ତ ହୋଇଛନ୍ତି। ଏହି ବ୍ୟାଙ୍କଗୁଡିକ ମଧ୍ୟରେ ବ୍ୟାଙ୍କ...

ଭାରତର ସମସ୍ତ କର୍ମଚାରୀଙ୍କୁ ବରଖାସ୍ତ କଲା ‘ଟିକ୍‌ଟକ୍‌’

ନୂଆଦିଲ୍ଲୀ,୧୦।୧: ଚାଇନାର କମ୍ପାନୀ ବାଇଟ୍‌ଡାନ୍ସ ଭାରତରେ ଏହାର ଆପ ‘ଟିକଟକ୍‌’ର ସମସ୍ତ କର୍ମଚାରୀଙ୍କୁ ବରଖାସ୍ତ କରିଛି। କର୍ମଚାରୀମାନଙ୍କୁ ଏ ସମ୍ପର୍କରେ କମ୍ପାନୀ ପକ୍ଷରୁ ଇ-ମେଲ ପଠାଯାଇଛି।...

ବେଦାନ୍ତ ଲାଞ୍ଜିଗଡ଼ ତୀରନ୍ଦାଜ ଟିମ୍‌କୁ ୧୪ ପଦକ

ଭୁବନେଶ୍ୱର,୨୮।୩: ବେଦାନ୍ତ ଗ୍ରୁପର ଓଡ଼ିଶା ୟୁନିଟ ପକ୍ଷରୁ ଏକ ଅଭିନବ କ୍ରୀଡା ପ୍ରୋଗ୍ରାମ ‘ବେଦାନ୍ତ ତୀରନ୍ଦାଜ ଅଭିଯାନ’ର ଆରମ୍ଭ କରାଯାଇଛି। ବିଶେଷକରି ବେଦାନ୍ତ ଲିମିଟେଡର ଲାଞ୍ଜିଗଡ଼...

ଜିଆଇଏମ୍‌ରେ ମହା ନିଯୁକ୍ତି ମେଳା

କଟକ,୨୩।୫: ଗ୍ଲୋବାଲ୍‌ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ (ଜିଆଇଏମ୍‌)ରେ ଏକ ମହା ନିଯୁକ୍ତି ମେଳା ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏମ୍‌ବିଏ ପାଠ୍ୟକ୍ରମର ଶେଷ ବର୍ଷରେ ପଢୁଥିବା ଛାତ୍ରୀଛାତ୍ରମାନଙ୍କ...

ଅଗଷ୍ଟ-ସେପ୍ଟେମ୍ବରରେ ଆରମ୍ଭ ହେବ ୫ଜି ସେବା

ନୂଆଦିଲ୍ଲୀ,୧୯ ।୬: ଚଳିତ ବର୍ଷ ଶେଷ ସୁଦ୍ଧା ଦେଶର ୨୦ରୁ ୨୫ଟି ସହରରେ ୫ଜି ସେବା ଆରମ୍ଭ କରାଯିବ ବୋଲି କେନ୍ଦ୍ର ଦୂରସଞ୍ଚାର (ଆଇଟି) ମନ୍ତ୍ରୀ...

ନୀରବ,ଚୋକ୍‌ସୀଙ୍କ ପଳାୟନର ପ୍ରଭାବ;ରୁପା ଗହଣା ରପ୍ତାନି କମିଛି ୭୫%

ନୂଆଦିଲ୍ଲୀ,୨୩-୪: ହୀରା ବ୍ୟବସାୟୀ ନୀରବ ମୋଦି ଓ ମେହୁଲ ଚୋକ୍‌ସୀଙ୍କ ବିଦେଶ ପଳାୟନ ପରେ ଭାରତୀୟ ରୁପା ଗହଣା ବଜାର ବେଶ୍‌ ପ୍ରଭାବିତ ହୋଇଛି। ଦେଶର...

ରିଲାଏନ୍ସ ଫ୍ୟୁଚର ଡିଲ୍‌କୁ ସିସିଆଇ ମଞ୍ଜୁରୀ

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ଫ୍ୟୁଚର ଗ୍ରୁପ୍‌ର ରିଟେଲ କାରବାର ଅଧିଗ୍ରହଣ ଡିଲ୍‌କୁ କମ୍ପିଟିଶନ କମିଶନ ଅଫ୍‌ ଇଣ୍ଡିଆ(ସିବିଆଇ) ଶୁକ୍ରବାର ମଞ୍ଜୁରୀ ପ୍ରଦାନ କରିଛି। ଏହି...

Advertisement
Archives

Model This Week