ସେନ୍‌ସେକ୍ସରେ ୧୫୪୬ ପଏଣ୍ଟ ହ୍ରାସ

ମୁମ୍ବାଇ,୨୫।୧ କୋଭିଡ୍‌ ଏବଂ ଓମିକ୍ରନ୍‌ ସାଙ୍ଗକୁ ଚଳିତ ଆର୍ଥକ ବର୍ଷର ବଜେଟ ବ୍ୟବସ୍ଥାକୁ ନେଇ ଆଶଙ୍କାରେ ରହିଥିବା ବ୍ୟବସାୟୀ ବର୍ତ୍ତମାନ ଦିଗହରା ଅବସ୍ଥାରେ ରହିଛନ୍ତି। ଦଲାଲ ଷ୍ଟ୍ରିଟ୍‌ରେ ଭାରତୀୟ ଅଂଶଧନ କ୍ରମାଗତ ପଞ୍ଚମ ଦିନ ପାଇଁ ହ୍ରାସ ପାଇଛି। ଫଳରେ ଗତ ୩ ସପ୍ତାହ କାରବାର ମଧ୍ୟରେ ଏହା ସର୍ବନିମ୍ନ ସ୍ତରର ହ୍ରାସ ବୋଲି କୁହାଯାଉଛି। ସୋମବାର ମୁଖ୍ୟ ସୂଚକାଙ୍କ ସେନ୍‌ସେକ୍ସ ଏବଂ ନିଫ୍ଟରେ ୩ % ହ୍ରାସ ପାଇବାରୁ ନିବେଶକମାନେ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର ଅର୍ଥରାଶି କ୍ଷତି ସହିଛନ୍ତି। ଗତ କିଛିଦିନ ଧରି ଶେୟାର ବଜାରର ସ୍ଥିତି ପରିବର୍ତ୍ତନ ହେଉ ନାହିଁ। ଚଳିତ ସପ୍ତାହର ପ୍ରଥମ ଦିନରେ ଶେୟାର ବଜାର ଏକ ବଡ଼ଧରଣର କ୍ଷତି ହୋଇଛି। ଚଳିତ ବର୍ଷର ସବୁଠାରୁ ଏହା ବଡ଼ ହ୍ରାସ ବୋଲି ବଜାର ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ୨୪ ଜାନୁୟାରୀରେ ଉଭୟ ସେନ୍‌ସେକ୍ସ ଏବଂ ନିଫ୍ଟିରେ ପାଖାପାଖି ୨.୬ % ହ୍ରାସ ଘଟିଛି। ସୋମବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ର ସେନ୍‌ସେକ୍ସ ୧୫୪୬ ପଏଣ୍ଟ କମି ୫୭,୪୫୦ ଅଙ୍କରେ ରହିଥିଲା ବେଳେ ଏନ୍‌ଏସ୍‌ଇ ନିଫ୍ଟିରେ ୪୬୮ ପଏଣ୍ଟ ହ୍ରାସ ଘଟି ୧୭,୧୪୯ ଅଙ୍କରେ କାରବାର ଶେଷ କରିଛି। ଫଳରେ ବିଏସ୍‌ଇର ସୂଚନା ଅନୁସାରେ ସେନ୍‌ସେକ୍ସ ୧୫୪୬.୬୭ ପଏଣ୍ଟ ହ୍ରାସ ପାଇ ୫୭,୪୯୧.୫୧ ରେ ରହିଥିବା ବେଳେ ନିଫ୍ଟି ୪୬୮.୦୫ ପଏଣ୍ଟ ଖସି ୧୭,୧୪୯.୧୦ ରେ କାରବାର ବନ୍ଦ କରିଛି। ଗୁରୁବାର ୨୭୦ ଲକ୍ଷ କୋଟିର ମାର୍କେଟ୍‌ ସୋମବାର ୨୬୦ ଲକ୍ଷ କୋଟିକୁ ଖସି ଆସିଛି । ଗତ ୪ ଦିନ ମଧ୍ୟରେ ନିବେଶକ ୨ଟି କାର୍ଯ୍ୟଦିବସରେ ୧୦ ଲକ୍ଷ କୋଟି ଟଙ୍କା ବଜାରରୁ ହରାଇଛନ୍ତି। ୨.୦୯ ସମୟରେ ବଜାରରେ ବର୍ଷର ସବୁଠାରୁ ବଡ଼ ହ୍ରାସ ହୋଇଥିଲା। ତେବେ ଗତ ୫ କାର୍ଯ୍ୟ ଦିବସ ମଧ୍ୟରେ ସେନ୍‌ସେକ୍ସରେ ୩୯୦୦ ଅଙ୍କ ହ୍ରାସ ପାଇଲାଣି। ପୂର୍ବ ସପ୍ତାହରେ ସେନ୍‌ସେକ୍ସ ୨୧୮୫ ପଏଣ୍ଟ୍‌ ହ୍ରାସ ପାଇଥିବା ବେଳେ ନିଫ୍ଟି ୬୩୮.୬୦ ପଏଣ୍ଟକୁ ଖସିଥିଲା। ସେନ୍‌ସେକ୍ସରେ ବଡ଼ ହ୍ରାସ ଯୋଗୁ ରିଲିଆନ୍ସ ଇଣ୍ଡଷ୍ଟ୍ରିଜ୍‌ ଏବଂ ଇନ୍‌ଫୋସିସ୍‌ର ନିବେଶ ବ୍ୟାପକ ହ୍ରାସ ହୋଇଛି। ଏହି କ୍ଷତିରେ କେବଳ ଆର୍‌ଆଇପିଏଲ୍‌ ୧୭୮ ଅଙ୍କ ହ୍ରାସ ହୋଇଥିବା ବେଳେ ଇନ୍‌ଫୋସିସ୍‌ରେ ୧୨୧ ଅଙ୍କ, ଏଚ୍‌ଡିିଏଫ୍‌ସି ବ୍ୟାଙ୍କର ୧୦୪ ଅଙ୍କ ପ୍ରମୁଖ ହ୍ରାସ ରହିଛି। ବ୍ଲୁଚିପ୍‌ ନାମଗୁଡିକ ମଧ୍ୟରେ ସିପ୍ଲା ୨.୮୬% ବୃଦ୍ଧି ପାଇ ଶୀର୍ଷ ଲାଭକାରୀ ଥିଲାବେଳେ ଓଏନ୍‌ଜିସି ମଧ୍ୟ ଲାଭକାରୀ ନିବେଶକ ଭାବେ ଗଣା ହୋଇଛି। ଅପରପକ୍ଷରେ ନିଫ୍ଟି ପ୍ୟାକ୍‌ରେ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ସର୍ବାଧିକ ୬.୯୨% ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା! ଏଣିକି ୫ କିଲୋ ଗ୍ୟାସ ସିଲିଣ୍ଡରରେ ମିଳିବ ସବ୍‌ସିଡି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୧।୧୦: ଦେଶରେ ଘରୋଇ LPGର ବଢ଼ୁଥିବା ଦର ଯୋଗୁ ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟ ଉପରେ ଚାପ ବଢ଼ିଛି। ଯଦି ଆପଣଙ୍କ ରୋଷେଇ ଘରେ…

ପାର୍ବଣ ଋତୁ ପୂର୍ବରୁ ଗ୍ରାହକଙ୍କୁ ଝଟକା: ଆଜିଠାରୁ ମହଙ୍ଗା ହେଲା AC, TV ଓ ଫ୍ରିଜ୍‌! ଜାଣନ୍ତୁ କିଣାକିଣି ଉପରେ କେତେ ପଡ଼ିବ…

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭରୁ ହିଁ ସାଧାରଣ ଗ୍ରାହକଙ୍କ ପକେଟ୍‌ ଉପରେ ଚାପ ପଡ଼ିବାକୁ ଯାଉଛି। ଅକ୍ଟୋବର ୧ ତାରିଖ ଅର୍ଥାତ୍‌ ଆଜିଠାରୁ AC, LED TV,…

କିଟ୍‌ ଦେଶର ୪ର୍ଥ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ, ଶିକ୍ଷାଦାନର ମାନ…

ଭୁବନେଶ୍ୱର, ୧।୧୦: ଟାଇମ୍ସ ହାୟର ଏଜୁକେଶନ ବିଶ୍ୱ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ୍‌-୨୦୨୭ରେ କିଟ୍‌ ବିଶ୍ୱବିଦ୍ୟାଳୟ ୪ର୍ଥ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ପାଇଛି । ଉକ୍ତ ର଼୍ୟାଙ୍କିଙ୍ଗ୍‌ରେ କିଟ୍‌…

ବ୍ୟାଙ୍କରେ ସବୁ ଶନିବାର ଛୁଟି, ସପ୍ତାହରେ ୫ ଦିନ ହେବ କାମ? ଭାଇରାଲ ବିଜ୍ଞପ୍ତିରେ ହେଉଥିବା ଦାବିକୁ ନେଇ ସରକାର କହିଲେ…

ନୂଆଦିଲ୍ଲୀ,୧।୧୦: ଆଜିକାଲି ସୋସିଆଲ୍‌ ମିଡିଆରେ ଭ୍ରାମକ ଓ ଗୁଜବ ଖବର ଅତି ଶୀଘ୍ର ଭାଇରାଲ୍‌ ହେବାରେ ଲାଗିଛି। ଗତ କିଛି ଦିନ ହେବ ବ୍ୟାଙ୍କିଙ୍ଗ୍‌ ସେକ୍ଟରକୁ ନେଇ…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା କ୍ଷୀର ଦର, ଅକ୍ଟୋବର ୧ରୁ ଲିଟର ପିଛା…

ଭୋପାଳ,୩୦।୯: ମଧ୍ୟପ୍ରଦେଶର ଇନ୍ଦୋରରେ ବଢ଼ିଲା କ୍ଷୀର ଦର ।ଅକ୍ଟୋବର ୧ ତାରିଖରୁ ଏହା ଲାଗୁ ହେବ । ଇନ୍ଦୋର ଦୁଗ୍ଧ ବିକ୍ରେତା ସଂଘ କ୍ଷୀର ଦର ଲିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?