Categories: ଖେଳ

ମିଥାଲି ଗୁଜରାଟ ଜାଏଣ୍ଟ୍ସ ମେଣ୍ଟର

ଅହମଦାବାଦ, ୨୯ା୧: ଭାରତର ପୂର୍ବତନ ଅଧିନାୟିକା ମିଥାଲି ରାଜ୍‌ ଓମ୍ସେନ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌) ଗୁଜରାଟ ଜାଏଣ୍ଟ୍ସର ମେଣ୍ଟର ଭାବେ ନିଯୁକ୍ତି ପାଇଛନ୍ତି। ଡବ୍ଲ୍ୟୁପିଏଲ୍‌ର ଉଦ୍‌ଘାଟନୀ ସଂସ୍କରଣ ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ଖେଳାଯିବ। ମହିଳା ଅନ୍ତର୍ଜାତୀୟ କ୍ରିକେଟରେ ମିଥାଲି ହେଉଛନ୍ତି ସବୁଠାରୁ ଅଧିକ ରନ ସଂଗ୍ରହ କରିଥିବା ବ୍ୟାଟର। ଦୀର୍ଘ ୨୩ ବର୍ଷର ଲମ୍ବା କ୍ୟାରିୟର ପରେ ଗତବର୍ଷ ସେ ଅବସର ଘୋଷଣା କରିଛନ୍ତି। ୪୦ ବର୍ଷୀୟା କ୍ରିକେଟର ଗୁଜରାଟରେ ତୃଣମୂଳ ସ୍ତରରୁ ମହିଳା କ୍ରିକେଟର ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ନିକଟରେ ନିଲାମି ବେଳେ ୫ଟି ଦଳ ମଧ୍ୟରୁ ଅହମଦାବାଦ ଫ୍ରାଞ୍ଚାଇଜ୍‌କୁ ନେବା ଲାଗି ଆଦାନୀ ଗ୍ରୁପ୍‌ ୧୨୮୯ କୋଟି ଟଙ୍କା ଖର୍ଚ୍ଚ କରିଥିଲା।

Share