Posted inଖେଳ

ଏଥର ନ୍ୟୁଜିଲାଣ୍ଡକୁ ରୋକି ପାରିଲାନି ଇଂଲଣ୍ଡ

ଆବୁଧାବି,୧୦।୧୧: ଗତ ଦୁଇ ଥର ଭଳି ଏଥର ଇଂଲଣ୍ଡ ପାଖରେ ହାରିନାହିଁ ନ୍ୟୁଜିଲାଣ୍ଡ। ଚଳିତ ଟି୨୦ ବିଶ୍ୱକପ୍‌ରେ ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ୫ ଉଇକେଟରେ ଇଂଲଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଗତ ଥର ୨୦୧୯ରେ କେନ ଓ୍ବିଲିୟମସନଙ୍କ ଦଳକୁ ବିଶ୍ୱକପ୍‌ ଟ୍ରଫିଠାରୁ ଫାଇନାଲରେ ଭାଗ୍ୟବଶତଃ ରୋକି ଦେଇଥିଲା ଇଂଲଣ୍ଡ। ତାହା ପୂର୍ବରୁ ୨୦୧୬ ଟି୨୦ ବିଶ୍ୱକପ୍‌ରେ ସେମିଫାଇନାଲରେ ମଧ୍ୟ ଇଂଲଣ୍ଡ କାରଣରୁ ନ୍ୟୁଜିଲାଣ୍ଡର ଅଭିଯାନ ଶେଷ ହୋଇଥିଲା। ଦୁଇ ପରାଜୟର ପ୍ରତିଶୋଧ ନେଇଛି ନ୍ୟୁଜିଲାଣ୍ଡ।

୧୬୭ ରନ୍‌ର ବିଜୟଲକ୍ଷ୍ୟ ନେଇ ଓହ୍ଲାଇଥିବା ନ୍ୟୁଜିଲାଣ୍ଡ ମାତ୍ର ୧୩ ରନ୍‌ ପ୍ରମୁଖ ଦୁଇ ଉଇକେଟ ହରାଇ ସାରିଥିଲା। ମାର୍ଟିନ ଗୁପଟିଲ (୪) ଓ ଅଧିନାୟକ କେନ ଓ୍ବିଲିୟମସନ (୫) ଆଉଟ୍‌ ହେବା ପରେ ସ୍ଥିତି ସମ୍ଭାଳି ଥିଲେ ଡାରଲି ମିଚେଲ ଓ ଡେଭନ କନଓ୍ବେ (୪୬ ରନ୍‌, ୫ ଚୌକା ଓ ୧ ଛକା)ଙ୍କ ଯୋଡ଼ି। ଦୁହେଁ ୩ୟ ଉଇକେଟ ପାଇଁ ୮୨ ରନ୍‌ ଯୋଡ଼ିଥିଲେ। ତା’ ପରେ ଦଳ କ୍ରମାଗତ ବ୍ୟବଧାନରେ ଦୁଇ ଉଇକେଟ ହରାଇଥିଲା। କିନ୍ତୁ ସବୁ କିଛି ବଦଳି ଦେଇଥିଲା ଜେମ୍ସ ନିଶାମକ ଇନିଂସ। ସେ ୧୦ ବଲରେ ୧ ଚୌକା ଓ ୩ ଛକା ବଳରେ ୨୭ ରନ୍‌ କରିଥିଲେ। ଶେଷକୁ ଛକା ପରେ ଛକା ଲଗାଇ ମ୍ୟାଚ୍‌ ଛଡ଼ାଇ ଆଣିଥିଲେ ମିଚେଲ। ସେ ୪୭ ବଲରେ ଖେଳିଥିଲେ ଅପରାଜିତ ୭୨ ରନ୍‌ର ଦର୍ଶନୀୟ ଇନିଂସ। ତାଙ୍କ ପାଳିରେ ଥିଲା ୪ ଲେଖାଏ ଛକା ଓ ଚୌକା। ଫଳରେ ନ୍ୟୁଜିଲାଣ୍ଡ ୧୯ ଓଭରରେ ୫ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?