ମିସ୍‌ମ୍ୟାଚ୍‌ ସୁଜ୍‌ ଟ୍ରେଣ୍ଡ

ରାସ୍ତାରେ ଗଲାବେଳେ ଯଦି କାହାକୁ ଦୁଇ ପାଦରେ ଭିନ୍ନ ଭିନ୍ନ ପ୍ରକାରର ସୁଜ୍‌ ତଥା ସ୍ୟାଣ୍ଡେଲ ପିନ୍ଧିଥିବା ଦେଖନ୍ତି ତେବେ ତାଙ୍କ କାନରେ ଫୁସ୍‌ ଫୁସ୍‌ ହେଇ କହିବେନି ଯେ, ଆପଣ ଭୁଲ୍‌ରେ ଅଲଗା ଅଲଗା ପ୍ରକାରର ଜୋତା ପିନ୍ଧିଛନ୍ତି ବୋଲି। କାରଣ ଏବେ ଚାଲିଛି ମିସ୍‌ମ୍ୟାଚ୍‌ ସୁଜ୍‌ର ଟ୍ରେଣ୍ଡ। ଟ୍ରେଣ୍ଡି ଲୁକ୍‌ ଦେଉଥିବା ଏହି ଫ୍ୟାଶନ୍‌କୁ ସେଲିବ୍ରିଟିମାନେ ବେଶ୍‌ ଆପଣାଉଛନ୍ତି। ଆଉ ଏବେ ସାଧାରଣରେ ବି ଏହି ଫ୍ୟାଶନ୍‌ ଧୀରେ ଧୀରେ ସାମିଲ ହେବାକୁ ଲାଗିଲାଣି…

ଆରମ୍ଭ କେଉଁଠୁ: ଫ୍ୟାଶନ କେବେ କେଉଁଠୁ ଆରମ୍ଭ ହୁଏ କହି ହୁଏନା। ତେବେ ମିସ୍‌ମ୍ୟାଚ୍‌ ଫ୍ୟାଶନ୍‌ ହଲିଉଡ୍‌ରୁ ଆସିଛି। ଯେତେବେଳେ କିଛି ସୁପର୍‌ମଡେଲ୍‌ ଏଭଳି ମିସ୍‌ମ୍ୟାଚ୍‌ ସୁଜ୍‌ ପିନ୍ଧି ର଼୍ୟାମ୍ପରେ ଚାଲିଲେ ଏହା ଫ୍ୟାଶନ୍‌ ଟ୍ରେଣ୍ଡରେ ପରିଣତ ହୋଇଗଲା। ଏହାପରେ ବଲିଉଡ୍‌ରେ ବି ଏହି ଟ୍ରେଣ୍ଡ ଦେଖିବାକୁ ମିଳିଲା। ଜେନେଲିୟା ଡି’ସୁଜାଙ୍କଠୁ ଆରମ୍ଭ କରି ଅନନ୍ୟା ପାଣ୍ଡେ, ବରୁଣ ଧଓ୍ବନ ଏହି ମିସ୍‌ମ୍ୟାଚ୍‌ ସୁଜ୍‌ ଫ୍ୟାଶନ୍‌କୁ ଆପଣେଇଛନ୍ତି। ଆଉ ପାଇଛନ୍ତି ଟ୍ରେଣ୍ଡି ଲୁକ୍‌।

କେମିତି ପିନ୍ଧିବେ
*ମିସ୍‌ମ୍ୟାଚ୍‌ ସୁଜ୍‌ ସହ ସିମ୍ପଲ ଲୁକ୍‌ ଭଲ ଲାଗେ। ଲୁକ୍‌ ଯେତେ ସିମ୍ପଲ୍‌ ହୁଏ ଆପଣ ସେତିକି ଷ୍ଟାଇଲିଶ୍‌ ଓ ସୁନ୍ଦର ଲାଗିବେ। ତେଣୁ ଅଧିକ ଆସେରିଜ୍‌ କ୍ୟାରି ନ କଲେ ଭଲ।

*ମିସ୍‌ମ୍ୟାଚ୍‌ ସୁଜ୍‌ ସବୁବେଳେ ଅପୋଜିଟ୍‌ କଲର୍‌ ଯେମିତି କି ଗୋଟିଏ ସୁଜ୍‌ ଧଳାରଙ୍ଗର ହେଲେ ଅନ୍ୟଟି ରେଡ୍‌ ଅବା ପିଙ୍କ କଲର୍‌ର ହେବା ଜରୁରୀ।

*ଷ୍ଟାଇଲ୍‌ ସମାନ କିନ୍ତୁ କଲର୍‌ ଭିନ୍ନ ଥିବା ମିସ୍‌ମ୍ୟାଚ୍‌ ସୁଜ୍‌ ଟ୍ରେଣ୍ଡି ଲୁକ୍‌ ଦିଏ। ହେଲେ ଭିନ୍ନ ଷ୍ଟାଇଲ୍‌ ଅର୍ଥାତ୍‌ ହିଲ୍‌ ସହ ସ୍ନିକର୍‌ ପିନ୍ଧିଲେ ହାସ୍ୟାସ୍ପଦ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି। ତେଣୁ କେବେ ବି ଭିନ୍ନ ଷ୍ଟାଇଲ୍‌ର ସୁଜ୍‌ ବାଛନ୍ତୁ ନାହିଁ।

*କେବଳ ସେତିକି ନୁହେଁ ମିସ୍‌ମ୍ୟାଚ୍‌ ସୁଜ୍‌ ଆପଣଙ୍କ ପୋଷାକ ସହ ଏଭଳି ମ୍ୟାଚ୍‌ ହେବା ଜରୁରୀ ଯେ, ତାହା ଫ୍ୟାଶନ୍‌ ବ୍ଲଣ୍ଡର୍‌ ଲାଗିବ ନାହିଁ।

* ଅଧିକ ପ୍ରିଣ୍ଟ୍‌ ଥିବା ପୋଷାକ ସହ ସିମ୍ପଲ ମିସ୍‌ମ୍ୟାଚ୍‌ ଜୋତା ପିନ୍ଧନ୍ତୁ। ଆଉ ଗୋଟିଏ ଦୁଇଟି କଲର୍‌ ଥିବା ପୋଷାକରେ ଡ୍ରେସ୍‌ ରଙ୍ଗ ସହ ମ୍ୟାଚ୍‌ କରୁଥିବା ମିସ୍‌ମ୍ୟାଚ୍‌ ଜୋତା ଅବା ମଲ୍ଟି କଲର୍‌ ମିସ୍‌ମ୍ୟାଚ୍‌ ସୁଜ୍‌ ପିନ୍ଧିପାରିବେ।

* ମଡର୍ନ ଆଉଟ୍‌ ଫିଟ୍‌ ସହ ମିସ୍‌ମ୍ୟାଚ୍‌ ସୁଜ୍‌କୁ ପେୟାର୍‌ କଲେ ଭଲ ଲାଗେ। ଏଥ୍‌ନିକ୍‌ ତଥା ଟ୍ରାଡିଶନାଲ୍‌ ଗେଟ୍‌ଅପ୍‌ରେ ଏହା ଭଲ ଲାଗେ ନାହିଁ।

*ପ୍ରିଣ୍ଟ ଲଭର୍‌ ହୋଇଥିଲେ ଗୋଟିଏ ସୁଜ୍‌ ପୋଲ୍‌କା ଡଟ୍‌ ହେବାବେଳେ ଅନ୍ୟଟି ଷ୍ଟ୍ରାଇପ୍‌ ପ୍ୟାଟର୍ନର ପିନ୍ଧିପାରିବେ।

* ଲାଇଟ୍‌ କଲର୍‌ ପୋଷାକ ସହ ଡିପ୍‌ କଲର୍‌ ମିସ୍‌ମ୍ୟାଚ୍‌ ସୁଜ୍‌ କ୍ୟାରି କରିପାରିବେ।

* ମିସ୍‌ମ୍ୟାଚ୍‌ ଷ୍ଟ୍ରାଇପ୍‌ ସ୍ୟାଣ୍ଡେଲ ସହ ମିନି ଡ୍ରେସ୍‌, ନି’ ଲେନ୍ଥ ଡ୍ରେସ୍‌ ଭଲ ଲାଗେ। ଏହି ଷ୍ଟାଇଲକୁ ବି ଆପଣେଇପାରିବେ।

* ଆଙ୍କେଲ ଲେନ୍ଥର ମିସ୍‌ମ୍ୟାଚ୍‌ ବୁଟ୍‌ ବେଶ୍‌ ଟ୍ରେଣ୍ଡି ଲୁକ୍‌ ଦିଏ। ଏହାକୁ ଜିନ୍ସ, ଟି-ସର୍ଟ, ମିନି ଡ୍ରେସ୍‌ ସହ ପେୟାର କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri