Posted inଜାତୀୟ

ମିଶନ ଉତ୍ତରପ୍ରଦେଶ,ମମତା-କେଜ୍ରିଓ୍ବାଲଙ୍କ ଫର୍ମୂଲା ଅନୁସରଣ କରୁଛନ୍ତି ପ୍ରିୟଙ୍କା-ମାୟା-ଅଖିଳେଶ…

ଲକ୍ଷ୍ନୌ,୧୨।୧୦: ଆସନ୍ତା ୨୦୨୨ରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଭୋଟରଙ୍କୁ ହାତେଇବା ପାଇଁ କଂଗ୍ରେସ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ବହୁଜନ ସମାଜବାଦୀ ପାର୍ଟିର ମାୟାବତୀ ଏବଂ ସମାଜ ବାଦୀ ପାର୍ଟିର ଅଖିଳେଶ ଯାଦବ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପଦ ଅନୁସରଣ କରି ମିଶନ ଉତ୍ତରପ୍ରଦେଶରେ ସଫଳ ହେବାର ଯୋଜନା ପ୍ରସ୍ତୁତ କରିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ବିରୋଧୀ ଦଳ ଭାଜପାର ହିନ୍ଦୁତ୍ୱ ଏଜେଣ୍ଡା ବିରୋଧରେ ଉଦାର(ସଫ୍ଟ) ହିନ୍ଦୁତ୍ୱକୁ ବ୍ୟବହାର କରି ନିର୍ବାଚନ ବୈତରଣୀ ପାର୍‌ ହେବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ମମତା ଏବଂ କେଜ୍ରିୱାଲଙ୍କ ଏହି ଫର୍ମୂଲା କାମ ଦେଇଥିଲା।

ପଶ୍ଚିମବଙ୍ଗ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ଦୁର୍ଗା ପୂଜା ପେଣ୍ଡାଲରେ ହାଜର ହୋଇଥିଲେ। ମଞ୍ଚରୁ ଦୁର୍ଗାସ୍ତୁତି ପାଠ ତାଙ୍କ ନିର୍ବାଚନ ପ୍ରଚାରର ଏକ ଅଂଶ ହୋଇଯାଇଥିଲା। ଘରେ ପୂଜା ପାଠ କରୁଥିବା ସମୟରେ ତାଙ୍କର ଚିତ୍ର ବହୁତ ଭାଇରାଲ ହୋଇଥିଲା। ବିରୋଧୀ ଦଳ ଏବେ ମମତାଙ୍କର ବିଜୟ ଫର୍ମୂଲା ଗ୍ରହଣ କରିବାକୁ ଚେଷ୍ଟା କରୁଥିବା ଦେଖାଯାଉଛି। ତେବେ ବିରୋଧି ମମତାଙ୍କ ଭଳି ସଫଳତା ପାଇବେ କି ନାହିଁ, ତାହା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହେବ। ମମତାଙ୍କ ପୂର୍ବରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଭାଜପାର ସମାନ ରଣନୀତି ଥିଲା, କିନ୍ତୁ କେଜ୍ରିୱାଲ ମଧ୍ୟ ରାମଙ୍କ ନାମକୁ ନେଇ ହେଉଥିବା ରାଜନୀତି ପାଇଁ ହନୁମାନ ମନ୍ଦିରକୁ ଯାଇଥିଲେ। ସେ ମନ୍ଦିରରେ ପୂଜା କରିିଥିଲେ। ଆମ ଆଦମୀ ପାର୍ଟିର ଏଜେଣ୍ଡାରେ ସୁନ୍ଦର କାଣ୍ଡ ପାଠ ପ୍ରବେଶ କରିଥିଲା।

ଏହି ଫର୍ମୂଲା କଂଗ୍ରେସ ଆପଣେଇବାକୁ ପ୍ରୟାସ କରୁଛି। ବାରାଣସୀରେ ପ୍ରିୟଙ୍କା ବିମାନବନ୍ଦରରୁ ଓହ୍ଲାଇବା ପରେ ସିଧାସଳଖ କାଶୀ ବିଶ୍ୱନାଥ ମନ୍ଦିରରେ ପହଞ୍ଚି ସେଠାରେ ବାବା କାଶୀ ବିଶ୍ୱନାଥଙ୍କୁ ପୂଜା କରିଥିଲେ। ସେ ଦୁର୍ଗାକୁଣ୍ଡରେ ଅବସ୍ଥିତ କୁଶମାନନ୍ଦ ଦେବୀଙ୍କ ମନ୍ଦିରରେ ମଧ୍ୟ ପୂଜା କରିଥିଲେ। ପ୍ରିୟଙ୍କା ଗାନ୍ଧୀ ଏହା ମଧ୍ୟ କହିଛନ୍ତି ଯେ ସେ ନବରାତ୍ରୀରେ ଉପବାସ କରୁଛନ୍ତି। ୨୦୧୯ ଲୋକସଭା ନିର୍ବାଚନ ପ୍ରଚାର ସମୟରେ ମଧ୍ୟ ପ୍ରିୟଙ୍କାଙ୍କୁ ବହୁ ମନ୍ଦିରରେ ପୂଜା କରୁଥିବାର ଦେଖିବାକୁ ମିଳିଥିଲା।

ମାୟାବତୀ କହିଛନ୍ତି ଯେ ତାଙ୍କ ସରକାର ଗଠନ ହେଲେ ମଧ୍ୟ କାଶୀ, ମଥୁରା ଏବଂ ଅଯୋଧ୍ୟାରେ କରାଯାଉଥିବା ବିକାଶ କାର୍ଯ୍ୟ ବନ୍ଦ ହେବ ନାହିଁ। ତାଙ୍କ ଦଳ ପକ୍ଷରୁ ଅଯୋଧ୍ୟାରେ ବ୍ରାହ୍ମଣ ସମ୍ମିଳନୀ ଆରମ୍ଭ କରିଛି। ବ୍ରାହ୍ମଣ ସମ୍ମିଳନୀ ସମାପ୍ତ ହେବାପରେ ମାୟାବତୀଙ୍କ ମଞ୍ଚ ସମ୍ପୂର୍ଣ୍ଣ ରୂପେ ହିନ୍ଦୁତ୍ୱ ରଙ୍ଗରେ ରଙ୍ଗାଯାଇଥିଲା। ଏଥିରୁ ମାୟାବତୀଙ୍କ ରଣନୀତି ସ୍ପଷ୍ଟ ହୋଇଛି।

ଅପରପକ୍ଷରେ ଅଖିଳେଶ ଏବେ ମନ୍ଦିର ବୁଲିବା ଆରମ୍ଭ କରିଛନ୍ତି। ମାଘ ମେଳାରେ ସଙ୍ଗମରେ ବୁଡ଼ ପକାଇଥିଲେ। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ପରେ ଅଖିଳେଶ ନିଜ ପରିବାର ସହିତ ରାମଲାଲାଙ୍କ ଦର୍ଶନ କରିବାକୁ ଘୋଷଣା ମଧ୍ୟ କରିଛନ୍ତି।

ବିରୋଧୀ ଦଳ ଅନୁଭବ କରୁଛନ୍ତି ଯେ ଯଦି ସେମାନେ ଧ୍ରୁବୀକରଣ ରାଜନୀତିରୁ ଦୂରେଇ ରହିବାକୁ ଚାହାଁନ୍ତି, ତେବେ ସେମାନଙ୍କୁ ସଂଖ୍ୟା ଲଘୁଙ୍କୁ ସମର୍ଥନ କରୁଥିବା ରାଜନୈତିକ ଭାବମୂର୍ତ୍ତିରୁ ବାହାରକୁ ଆସିବାକୁ ପଡିବ। ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନ ନିର୍ବାଚନରେ କଂଗ୍ରେସ ଦ୍ୱାରା ଉଦାର ହିନ୍ଦୁତ୍ୱ ଫର୍ମୂଲା ପରୀକ୍ଷା କରାଯାଇଥିଲା ଏବଂ ଦଳ ଏଥିରେ ସଫଳ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri