‘ମହିଳାଙ୍କୁ ନୂଆ ପରିଚୟ ଦେଇଛି ମିଶନ ଶକ୍ତି’

ଭୁବନେଶ୍ୱର,୧୫।୧: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଏବଂ ପାନୀୟଜଳ ବିଭାଗର ସହଯୋଗୀ ପ୍ରତିଷ୍ଠାନ ଓର୍‌ମାସ ପକ୍ଷରୁ ଜାତୀୟସ୍ତରୀୟ ପ୍ରଦର୍ଶନୀ ‘ଶିଶିର ସରସ-୨୦୨୩’ର ଆୟୋଜନ କରାଯାଇଛି। ଚଳିତ ବର୍ଷ ସ୍ଥାନୀୟ ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳପଡ଼ିଆଠାରେ ଶନିବାର ଏହାର ଆନୁଷ୍ଠାନିକ ଉଦ୍‌ଘାଟନୀ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଜୁଆଲ ମୋଡ୍‌ରେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ବିଶେଷ କରି ମହିଳାମାନେ ଆଜି ସଶକ୍ତ ଓ ଉଦ୍ୟୋଗୀ ଭାବେ ଯେଉଁ ପରିଚୟ ପାଇଛନ୍ତି, ସେମାନଙ୍କ ପ୍ରଚେଷ୍ଟା ଓ ଇଚ୍ଛା ଶକ୍ତି ଯୋଗୁ ତାହା ସମ୍ଭବ ହୋଇପାରିଛି। ଏପରିକି ମିଶନ ଶକ୍ତି ରାଜ୍ୟର ମହିଳାମାନଙ୍କୁ ଏକ ନୂଆ ପରିଚୟ ପ୍ରଦାନ କରାଇବାରେ ବେଶ୍‌ ସହାୟକ ହୋଇଛି। ମହିଳାମାନେ ପ୍ରଗତି କଲେ ସବୁସ୍ତରରେ ବିକାଶ ସମ୍ଭବ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ମତପ୍ରକାଶ କରିଥିଲେ। ସେହିଭଳି ଚଳିତ ମାସରେ ଶିଶିର ସରସ ସାଙ୍ଗକୁ ହକି ବିଶ୍ୱକପ୍‌, ଡଟ୍‌ ଫେଷ୍ଟର ନିଆରା ପରିବେଶ ଉଭୟ ରାଜ୍ୟ ଓ ରାଜ୍ୟବାସୀଙ୍କ ପାଇଁ ଏକ ମହାମିଳନର ଉତ୍ସବ ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛିନ୍ତି। ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ଅମାତ କହିଥିଲେ, ରାଜ୍ୟର ମହିଳାମାନେ ଆଜି ଘର ଚଳାଇବାଠାରୁ ଆରମ୍ଭକରି ଦେଶ ଚଳାଇବାରେ ମଧ୍ୟ ସାମିଲ ହୋଇଛନ୍ତି। ବିଶେଷକରି ମିଶନ ଶକ୍ତି ଓ ମୁଖ୍ୟମନ୍ତ୍ରୀଙ୍କ ଆଗ୍ରହ ଯୋଗୁ ମହିଳାମାନେ ଆଜି ଗୃହିଣୀରୁ ଉଦ୍ୟୋଗୀ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ବର୍ତ୍ତମାନ ଓଡ଼ିଶା ବିଶ୍ୱର ଏକ ସ୍ବତନ୍ତ୍ର ସ୍ଥାନର ପରିଚୟ ସୃଷ୍ଟି କରିପାରିଛି। କାରଣ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ମିଶନ ଶକ୍ତିର ମଶାଲ ସାରା ରାଜ୍ୟରେ ଏକ ପ୍ରକାର ଆନ୍ଦୋଳନ ସୃଷ୍ଟି କରିଛି। ଅପରପକ୍ଷରେ ଭୁବନେଶ୍ୱରଏମ୍‌ପି ଅପରାଜିତା ଷଡ଼ଙ୍ଗୀ ମଧ୍ୟ ମହିଳା ସଶକ୍ତୀକରଣ ଓ ବିକାଶକୁ ଗୁରୁତ୍ୱାରୋପ କରିଥିଲେ। ମହିଳାମାନେ ଆଗକୁ ଆସିବାର ସମୟ ଆସିଛି। ଦେଶର ବିକାଶ ଓ ରାଜ୍ୟର ପ୍ରଗତି ପାଇଁ ମହିଳାମାନେ ସବୁସ୍ତରରେ ସାମିଲ ହୋଇ ସେମାନଙ୍କର ଭୂମିକାକୁ ଆଗକୁ ଆଣିବା ଆବଶ୍ୟକ ବୋଲି ସେ ମତପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ମନ୍ତ୍ରୀ ଅଶୋକ ପଣ୍ଡା ଓଡ଼ିଶାର ଇତିହାସ ସାଙ୍ଗକୁ କଳା, ସଂସ୍କୃତି ଓ ମେଳା ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉନ୍ନୟନ କମିଶନର ପ୍ରଦୀପ ଜେନା ପ୍ରମୁଖ ମେଳା ସମ୍ପର୍କରେ ନିଜ ନିଜର ମତ ଉପସ୍ଥାପନ କରିଥିଲେ। ଏହି ପରିପ୍ରେକ୍ଷୀରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସୁଶୀଲ ଲୋହାନି ସ୍ବାଗତ ଅଭିଭାଷଣ ସାଙ୍ଗକୁ ମେଳାର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ଉଲ୍ଲେଖଯୋଗ୍ୟ, ଏହି ଜାତୀୟସ୍ତରୀୟ ଶିଶିର ସରସ ମେଳାରେ ୨୪ଟି ରାଜ୍ୟର ସବୁ ବର୍ଗର ବ୍ୟବସାୟୀ ସାଙ୍ଗକୁ ଓଡ଼ିଶାର ୩୦ ଜିଲାର ପ୍ରାୟ ୩୫୬ ଷ୍ଟଲ ଏବଂ ମିଶନ ଶକ୍ତି, ଏସ୍‌ଏଚ୍‌ଜି ଓ ଓଡ଼ିଶା ସରକାରଙ୍କ ଅନ୍ୟ ବିଭାଗଗୁଡ଼ିକର ଷ୍ଟଲ୍‌ ମଧ୍ୟ ପଡ଼ିଥିବା ସୂଚନା ମିଳିଛି। ଏପରିକି ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଦର୍ଶକଙ୍କ ପାଇଁ ଅନ୍ୟାନ୍ୟ ସେବା ଓ ସୁବିଧା ଉପଲବ୍ଧ ରହିଛି। ସୂଚନାଯୋଗ୍ୟ, ଆଜି ରାଉରକେଲାଠାରେ ମଧ୍ୟ ଆଞ୍ଚଳିକ ଶିଶିର ସରସ-୨୦୨୩ର ଶୁଭାରମ୍ଭ ହେଉଛି। ସେହିଭଳି ଜାନୁୟାରୀ ୨୭ ତାରିଖ ପର୍ଯ୍ୟନ୍ତ ରାଉରକେଲା ଆଞ୍ଚଳିକ ସରସ ଏବଂ ଜାନୁୟାରୀ ୨୯ ପର୍ଯ୍ୟନ୍ତ ଭୁବନେଶ୍ୱର ଶିଶିର ସରସ ମେଳା ଆୟୋଜିତ ହେବ ବୋଲି ଓରମାସ ପକ୍ଷରୁ ସୂଚନା ଦିଆଯାଇଛି। ପରିଶେଷରେ ବିଭାଗ ପକ୍ଷରୁ ନିମନ୍ତ୍ରିତ ଅତିଥିମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହ ବିଭାଗୀୟ ଅତିରିକ୍ତ ସଚିବ ତଥା ସିଇଓ ଓର୍‌ମାସ ଗୁହା ପୁନମ ତାପସ କୁମାର ଧନ୍ୟବାଦ ଅଭିଭାଷଣ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫୨ ପଇସା ଦୁର୍ବଳ ହେଲା ଭାରତୀୟ ମୁଦ୍ରା

ମୁମ୍ବାଇ,୧୪।୪:(ପି.ଟି.): ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଭୂରାଜନୈତିକ ଉତ୍ତେଜନା ଭାରତୀୟ ମୁଦ୍ରାକୁ ପୁଣି ଦୁର୍ବଳ କରିଦେଇଛି । ଇଣ୍ଟରବ୍ୟାଙ୍କ ଫରେନ୍‌ ଏକ୍ସଚେଞ୍ଜରେ ସୋମବାର ଟଙ୍କା ୫୨ ପଇସା ଦୁର୍ବଳ…

ଶସ୍ତା ହୋଇଗଲା ସୁନା-ରୂପା ଦାମ୍, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୧୩।୪: ସୁନା ଏବଂ ରୂପାର ମୂଲ୍ୟରେ ସୋମବାର ଦିନ ରେକର୍ଡ ହ୍ରାସ କରାଯାଇଛି। ଫ୍ୟୁଚର୍ସ ବଜାରରେ, ଉଭୟ ମୂଲ୍ୟବାନ ଧାତୁର ମୂଲ୍ୟ ହ୍ରାସ ପାଇଛି । ମଲ୍ଟି…

Share Market Crash: ଶାନ୍ତି ଆଲୋଚନା ବିଫଳ ହେବା ପରେ ଷ୍ଟକ ମାର୍କେଟ କ୍ରାସ; ସେନସେକ୍ସ ୧,୬୦୦ ପଏଣ୍ଟ ହ୍ରାସ ପାଇଲା

ମୁମ୍ମାଇ,୧୩।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା ବିଫଳ ହେବା ପରେ ଆଜି ବିଶ୍ୱ ଷ୍ଟକ ବଜାରରେ ତୀବ୍ର ହ୍ରାସ…

ଜୁଏଲେରି ବ୍ୟବସାୟ ସବୁଠୁ ନିରାପଦ: ସଞ୍ଜୀବ ହଂସ

ପ୍ରାୟ ୩୦ ବର୍ଷ ପୂର୍ବେ ପ୍ରତିଷ୍ଠିତ ‘ଶୁଭଲାଭ ଜୁଏଲର୍ସ’ ଓଡ଼ିଶାର ଏକ ପ୍ରମୁଖ ଜୁଏଲେରି ବ୍ରାଣ୍ଡ୍‌ ଭାବରେ ପରିଚିତ। ଏକ ଛୋଟ ଦୋକାନରୁ ଆରମ୍ଭ ହୋଇଥିବା ଏହି…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ଡିଜେଲ-ATF ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କଲେ କେନ୍ଦ୍ର ସରକାର, ବଢୁଛି ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ

ନୂଆଦିଲ୍ଲୀ,୧୨।୪: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ସମ୍ପର୍କରେ ଶନିବାର (୧୧ ଏପ୍ରିଲ, ୨୦୨୬) ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ସରକାର ଡିଜେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri