‘ମହିଳାଙ୍କୁ ନୂଆ ପରିଚୟ ଦେଇଛି ମିଶନ ଶକ୍ତି’

ଭୁବନେଶ୍ୱର,୧୫।୧: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଏବଂ ପାନୀୟଜଳ ବିଭାଗର ସହଯୋଗୀ ପ୍ରତିଷ୍ଠାନ ଓର୍‌ମାସ ପକ୍ଷରୁ ଜାତୀୟସ୍ତରୀୟ ପ୍ରଦର୍ଶନୀ ‘ଶିଶିର ସରସ-୨୦୨୩’ର ଆୟୋଜନ କରାଯାଇଛି। ଚଳିତ ବର୍ଷ ସ୍ଥାନୀୟ ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳପଡ଼ିଆଠାରେ ଶନିବାର ଏହାର ଆନୁଷ୍ଠାନିକ ଉଦ୍‌ଘାଟନୀ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଜୁଆଲ ମୋଡ୍‌ରେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ବିଶେଷ କରି ମହିଳାମାନେ ଆଜି ସଶକ୍ତ ଓ ଉଦ୍ୟୋଗୀ ଭାବେ ଯେଉଁ ପରିଚୟ ପାଇଛନ୍ତି, ସେମାନଙ୍କ ପ୍ରଚେଷ୍ଟା ଓ ଇଚ୍ଛା ଶକ୍ତି ଯୋଗୁ ତାହା ସମ୍ଭବ ହୋଇପାରିଛି। ଏପରିକି ମିଶନ ଶକ୍ତି ରାଜ୍ୟର ମହିଳାମାନଙ୍କୁ ଏକ ନୂଆ ପରିଚୟ ପ୍ରଦାନ କରାଇବାରେ ବେଶ୍‌ ସହାୟକ ହୋଇଛି। ମହିଳାମାନେ ପ୍ରଗତି କଲେ ସବୁସ୍ତରରେ ବିକାଶ ସମ୍ଭବ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ମତପ୍ରକାଶ କରିଥିଲେ। ସେହିଭଳି ଚଳିତ ମାସରେ ଶିଶିର ସରସ ସାଙ୍ଗକୁ ହକି ବିଶ୍ୱକପ୍‌, ଡଟ୍‌ ଫେଷ୍ଟର ନିଆରା ପରିବେଶ ଉଭୟ ରାଜ୍ୟ ଓ ରାଜ୍ୟବାସୀଙ୍କ ପାଇଁ ଏକ ମହାମିଳନର ଉତ୍ସବ ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛିନ୍ତି। ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ଅମାତ କହିଥିଲେ, ରାଜ୍ୟର ମହିଳାମାନେ ଆଜି ଘର ଚଳାଇବାଠାରୁ ଆରମ୍ଭକରି ଦେଶ ଚଳାଇବାରେ ମଧ୍ୟ ସାମିଲ ହୋଇଛନ୍ତି। ବିଶେଷକରି ମିଶନ ଶକ୍ତି ଓ ମୁଖ୍ୟମନ୍ତ୍ରୀଙ୍କ ଆଗ୍ରହ ଯୋଗୁ ମହିଳାମାନେ ଆଜି ଗୃହିଣୀରୁ ଉଦ୍ୟୋଗୀ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ବର୍ତ୍ତମାନ ଓଡ଼ିଶା ବିଶ୍ୱର ଏକ ସ୍ବତନ୍ତ୍ର ସ୍ଥାନର ପରିଚୟ ସୃଷ୍ଟି କରିପାରିଛି। କାରଣ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ମିଶନ ଶକ୍ତିର ମଶାଲ ସାରା ରାଜ୍ୟରେ ଏକ ପ୍ରକାର ଆନ୍ଦୋଳନ ସୃଷ୍ଟି କରିଛି। ଅପରପକ୍ଷରେ ଭୁବନେଶ୍ୱରଏମ୍‌ପି ଅପରାଜିତା ଷଡ଼ଙ୍ଗୀ ମଧ୍ୟ ମହିଳା ସଶକ୍ତୀକରଣ ଓ ବିକାଶକୁ ଗୁରୁତ୍ୱାରୋପ କରିଥିଲେ। ମହିଳାମାନେ ଆଗକୁ ଆସିବାର ସମୟ ଆସିଛି। ଦେଶର ବିକାଶ ଓ ରାଜ୍ୟର ପ୍ରଗତି ପାଇଁ ମହିଳାମାନେ ସବୁସ୍ତରରେ ସାମିଲ ହୋଇ ସେମାନଙ୍କର ଭୂମିକାକୁ ଆଗକୁ ଆଣିବା ଆବଶ୍ୟକ ବୋଲି ସେ ମତପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ମନ୍ତ୍ରୀ ଅଶୋକ ପଣ୍ଡା ଓଡ଼ିଶାର ଇତିହାସ ସାଙ୍ଗକୁ କଳା, ସଂସ୍କୃତି ଓ ମେଳା ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉନ୍ନୟନ କମିଶନର ପ୍ରଦୀପ ଜେନା ପ୍ରମୁଖ ମେଳା ସମ୍ପର୍କରେ ନିଜ ନିଜର ମତ ଉପସ୍ଥାପନ କରିଥିଲେ। ଏହି ପରିପ୍ରେକ୍ଷୀରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସୁଶୀଲ ଲୋହାନି ସ୍ବାଗତ ଅଭିଭାଷଣ ସାଙ୍ଗକୁ ମେଳାର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ଉଲ୍ଲେଖଯୋଗ୍ୟ, ଏହି ଜାତୀୟସ୍ତରୀୟ ଶିଶିର ସରସ ମେଳାରେ ୨୪ଟି ରାଜ୍ୟର ସବୁ ବର୍ଗର ବ୍ୟବସାୟୀ ସାଙ୍ଗକୁ ଓଡ଼ିଶାର ୩୦ ଜିଲାର ପ୍ରାୟ ୩୫୬ ଷ୍ଟଲ ଏବଂ ମିଶନ ଶକ୍ତି, ଏସ୍‌ଏଚ୍‌ଜି ଓ ଓଡ଼ିଶା ସରକାରଙ୍କ ଅନ୍ୟ ବିଭାଗଗୁଡ଼ିକର ଷ୍ଟଲ୍‌ ମଧ୍ୟ ପଡ଼ିଥିବା ସୂଚନା ମିଳିଛି। ଏପରିକି ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଦର୍ଶକଙ୍କ ପାଇଁ ଅନ୍ୟାନ୍ୟ ସେବା ଓ ସୁବିଧା ଉପଲବ୍ଧ ରହିଛି। ସୂଚନାଯୋଗ୍ୟ, ଆଜି ରାଉରକେଲାଠାରେ ମଧ୍ୟ ଆଞ୍ଚଳିକ ଶିଶିର ସରସ-୨୦୨୩ର ଶୁଭାରମ୍ଭ ହେଉଛି। ସେହିଭଳି ଜାନୁୟାରୀ ୨୭ ତାରିଖ ପର୍ଯ୍ୟନ୍ତ ରାଉରକେଲା ଆଞ୍ଚଳିକ ସରସ ଏବଂ ଜାନୁୟାରୀ ୨୯ ପର୍ଯ୍ୟନ୍ତ ଭୁବନେଶ୍ୱର ଶିଶିର ସରସ ମେଳା ଆୟୋଜିତ ହେବ ବୋଲି ଓରମାସ ପକ୍ଷରୁ ସୂଚନା ଦିଆଯାଇଛି। ପରିଶେଷରେ ବିଭାଗ ପକ୍ଷରୁ ନିମନ୍ତ୍ରିତ ଅତିଥିମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହ ବିଭାଗୀୟ ଅତିରିକ୍ତ ସଚିବ ତଥା ସିଇଓ ଓର୍‌ମାସ ଗୁହା ପୁନମ ତାପସ କୁମାର ଧନ୍ୟବାଦ ଅଭିଭାଷଣ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri