ମହିଳାଙ୍କୁ ସ୍ବାବଲମ୍ବୀ କରିଛି ମିଶନ ଶକ୍ତି କାଫେ

ପାରଳାଖେମୁଣ୍ଡି,(ଗିରିଧାରୀ ପରିଛା) ୩୦।୮: ମିଶନ ଶକ୍ତି ବିଭାଗର ସହାୟତା ଏବଂ ଜିଲା ପ୍ରଶାସନ ଗଜପତିର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଗଜପତିର ବିଭିନ୍ନ ଜାଗାରେ ମିଶନ ଶକ୍ତି କାଫେ ତିଆରି କରାଯାଇ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ସ୍ବାବଲମ୍ବୀ କରାଯାଇଛି। ପ୍ରତି ପଞ୍ଚାୟତ ସମିତିର ମୁଖ୍ୟାଳୟରେ ଗୋଟିଏ ଲେଖାଏ ମିଶନ ଶକ୍ତି କାଫେ ପ୍ରସ୍ତୁତି ପାଇଁ ଜିଲା ପ୍ରଶାସନ ଯୋଜନା କରିଥିବା ବେଳେ ଆଜି ସୁଦ୍ଧା ଜିଲ୍ଲାର ଚାରିଗୋଟି ଜାଗା ଯଥା ଗୋଷାଣି ଓ ରାୟଗଡ଼ ପଞ୍ଚାୟତ ସମିତିରେ ଗୋଟିଏ ଲେଖାଏଁ ପ୍ରସ୍ତୁତି ହୋଇଥିଲାବେଳେ ରା.ଉଦୟଗିରି ପଞ୍ଚାୟତ ସମିତିରେ ଦୁଇଗୋଟି ମିଶନ ଶକ୍ତି କାଫେ ପ୍ରସ୍ତୁତି ହୋଇ ସ୍ବୟଂ ସହାୟକ ଗୋଷ୍ଠିର ମହିଳାମାନଙ୍କ ଦ୍ବାରା ପରିଚାଳନା କରାଯାଉଛି। ସେମାନଙ୍କ ମଧ୍ୟରେ ଗୋଷାଣୀ ପଞ୍ଚାୟତ ସମିତିର ଗୋଷାଣୀ ଗ୍ରାମରେ ମଝି ଘରିଆଣି ସ୍ବୟଂ ସହାୟକ ଗୋଷ୍ଠି, ରା.ଉଦୟଗିରି ପଞ୍ଚାୟତସମିତିର ରା.ଉଦୟଗିରି ଗ୍ରାମରେ ପୂଜା ସ୍ବୟଂ ସହାୟକ ଗୋଷ୍ଠି, ଅବାରସିଂ ଗ୍ରାମରେ ମାଁ ବ୍ରାହ୍ମଣୀ ଦେବୀ ସ୍ବୟଂ ସହାୟକ ଗୋଷ୍ଠି ଏବଂ ରାୟଗଡ଼ ପଞ୍ଚାୟତସମିତିର କଇଁପୁର ଗ୍ରାମରେ ମାଁ ତାରିଣୀ ସ୍ବୟଂ ସହାୟକ ଗୋଷ୍ଠି ମିଶନ ଶକ୍ତି କାଫେ ପରିଚାଳନା କରୁଛନ୍ତି। ଅନ୍ୟ ପାଞ୍ଚଗୋଟି ପଞ୍ଚାୟତସମିତିରେ କାଫେ ପ୍ରସ୍ତୁତ ପାଇଁ ଗୃହ ତିଆରି କାର୍ଯ୍ୟ ଚାଲୁଅଛି। ଗଜପତିରେ ପ୍ରସ୍ତୁତି ହୋଇଥିବା କାଫେ ଗୁଡ଼ିକ ପାଇଁ ସ୍ଥାନୀୟ ପଞ୍ଚାୟତ ସମିତି ଗୃହ ଏବଂ ଆସବାବପତ୍ର ପାଇଁ ସହଯୋଗ କରିଥିବା ବେଳେ କାଫେ ଚଲାଇବା ପାଇଁ ପୁଞ୍ଜି ସ୍ଥାନୀୟ ବ୍ୟାଙ୍କ ଦ୍ବାରା ଯୋଗାଇ ଦିଆଯାଇଛି। ଅନ୍ୟପଟେ ମିଶନ ଶକ୍ତି କାଫେକୁ ଦୈନନ୍ଦିନ ପରିଚାଳନା ଦିଗରେ ଆବଶ୍ୟକ ପ୍ରଶିକ୍ଷଣ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଦ୍ବାରା ଇନଷ୍ଟିଚ୍ୟୁଟ ଅଫ ହୋଟେଲ ମ୍ୟାନେଜମେଣ୍ଟ, ଭୂବନେଶ୍ବର
ଠାରେ ଯୋଗାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri