ଅପରାଧୀଙ୍କୁ ସାବାଡ଼ କରିବ ମିଶନ୍‌ ବୁଲ୍‌ଡୋଜର

ବଲାଙ୍ଗୀର ଅଫିସ,୧୭ା୨: ବଲାଙ୍ଗୀର ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ ଏବେ ଏକ ନୂଆ ପ୍ରୟୋଗ ଆରମ୍ଭ କରିଛି। ଅଭ୍ୟାସଗତ ଅପରାଧୀଙ୍କୁ ସାବାଡ଼ କରିବା ପାଇଁ ପୋଲିସ ଚଳାଇଛି ମିଶନ୍‌ ବୁଲଡୋଜର। ଗୁରୁବାର ଚତୁର୍ଥଦିନରେ ପୋଲିସ ଅଭିଯୁକ୍ତ ଶ୍ରୀପତି ସିଂଙ୍କ ରାଜୀବନଗରପଡା ସ୍ଥିତ ଘରେ ବୁଲଡୋଜର ଚଢ଼ାଉ ଭାଙ୍ଗି ଦେଇଛି। ଏସ୍‌ପି ନୀତିନ କୁଶଲକରଙ୍କ ନିର୍ଦ୍ଦେଶକ୍ରମେ ଆଡିସନାଲ ଏସ୍‌ପି ସୁରେଶ ନାଏକ, ଏସ୍‌ଡିପିଓ ତୋଫାନ ବାଗ, ଟାଉନ୍‌ ଥାନା ଆଇଆଇସି ପ୍ରିୟଙ୍କା ରାଉତରାୟ ଓ ପୋଲିସ ଟିମ୍‌ ରାଜୀବନଗରରେ ପହଞ୍ଚତ୍ଥିଲେ। ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ତହସିଲଦାର ପୁଷ୍ପାଞ୍ଜଳି ପଣ୍ଡା ସ୍ଥିତି ତଦାରଖ କରିଥିଲେ। ବୁଧବାର ମାଲଗୋଦାମପଡାଠାରେ ତେଜରାଜ ନନ୍ଦ, ନିରୋଜ ହରପାଲ ଏବଂ ସଞ୍ଜୟ ତାଣ୍ଡିଙ୍କ ଘରକୁ ଉଚ୍ଛେଦ କରାଯାଇଥିଲା। ମଙ୍ଗଳବାର ଅଭିଯୁକ୍ତ ବବ୍‌ଲୁ ମହାନନ୍ଦଙ୍କ ବେଆଇନ ଆଡ୍ଡାସ୍ଥଳୀ ସହର ଉପକଣ୍ଠ ଧୁମମରା ବଲାଙ୍ଗୀର-ପାଟଣାଗଡ ୪୨ ନମ୍ବର ରାଜ୍ୟ ରାଜପଥ କଡରେ ଥିବା ହୋଟେଲ ଗଜପତି ଷ୍ଟଲ ଉପରେ ଏବଂ ସୋମବାର ଆରଟିଓ ଅଫିସ ଛକରେ ଅଭିଯୁକ୍ତ ଶ୍ରୀପତି ସିଂ ଅପରାଧିକ ଆଡ୍ଡାସ୍ଥଳୀକୁ ପୋଲିସ ଓ ପ୍ରଶାସନିକ ଟିମ୍‌ ଭାଙ୍ଗି ଦେଇଛି। ଏସ୍‌ପି କୁଶଲକର କହିଛନ୍ତି ଯେ, ଅପରାଧିମାନେ ଅପରାଧ ନ ଛାଡିବା ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ। ବଲାଙ୍ଗୀର ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଥିବା କୌଣସି ଅଭିଯୁକ୍ତଙ୍କୁ ଛଡାଯିବନାହିଁ ବୋଲି ସେ କହିଛନ୍ତି। ବଲାଙ୍ଗୀର ସହରରେ କିଛିମାସ ଭିତରେ ଆପରାଧିକ କାର୍ଯ୍ୟକଳାପ ବୃଦ୍ଧିକୁ ନେଇ ଜନଅସନ୍ତୋଷ ତୀବ୍ର ହୋଇଥିଲା। ପୋଲିସର ଦକ୍ଷତା ଉପରେ ଲୋକେ ପ୍ରଶ୍ନ କରିବା ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଯୁକ୍ତ ହେବେ ଓଡ଼ିଆ ଶିକ୍ଷକ, ଗଣଶିକ୍ଷା ବିଭାଗର ବଡ଼ ସୂଚନା

ଭୁବନେଶ୍ୱର,୭ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ୩୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ରେ ଓଡ଼ିଆ ଶିକ୍ଷକ ନିଯୁକ୍ତ ହେବେ। ସମସ୍ତ ଓଏଭିରେ ଜଣେ ଲେଖାଏ ଓଡ଼ିଆ ପ୍ରଶିକ୍ଷିତ ସ୍ନାତକ...

ଅଙ୍ଗନଓ୍ୱାଡି ପାଇଁ ବଡ଼ ଘୋଷଣା, ପ୍ରଭାତୀ କହିଲେ…

ଭୁବନେଶ୍ୱର,୭ା୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ପ୍ରଥମେ ୫, ପରେ ୭ ଓ ୧୨ ଲକ୍ଷ ଟଙ୍କା ଅଙ୍ଗନଓ୍ୱାଡି କେନ୍ଦ୍ର ନିର୍ମାଣ ପ୍ରଥମେ ଦେଉଥିଲେ। ଏବେ ଅଙ୍ଗନଓ୍ୱାଡି...

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri