Odisha Elections 2024

ମିସ୍‌ ଦିଭା ୟୁନିଭର୍ସ ଚଣ୍ଡିଗଡ଼ର ‘ଶ୍ୱେତା’

ମୁମ୍ବାଇ: ଚଣ୍ଡିଗଡ଼ର ଝିଅ ୨୨ ବର୍ଷୀୟା ଶ୍ୱେତା ଶ୍ରଦ୍ଧା ମିସ୍‌ ଦିଭା ୟୁନିଭର୍ସ ୨୦୨୩ ବ୍ୟୁଟି ପିଜାଣ୍ଟର ବିଜେତା ହୋଇଛନ୍ତି। ରବିବାର ମୁମ୍ବାଇସ୍ଥିତ ଆୟୋଜିତ ଇଭେଣ୍ଟରେ ଶ୍ୱେତା ଏହି ମୁକୁଟ ଜିତିଛନ୍ତି। ଏହି ପ୍ରତିଯୋଗିତା ଗତବର୍ଷ ନଭେମ୍ବରରେ ଏଏଲ୍‌ ସାଲଭାଡରେ ଆୟୋଜିତ ହୋଇଥିଲା। ଶ୍ୱେତା ଏଥିରେ ୭୨ତମ ମିସ୍‌ ଦିଭା ୟୁନିଭର୍ସ ଭାବେ ଇଣ୍ଡିଆରୁ ପ୍ରତିନିଧିତ୍ୱ କରୁଥିଲେ। ମିସ୍‌ ଦିଭା ୟୁନିଭର୍ସ ୨୦୨୨ ମୁକୁଟ ଅଧିକାରୀ ଦିଭିତା ରାଏ ଶ୍ୱେତାଙ୍କୁ ମୁକୁଟ ପିନ୍ଧାଇଥିଲେ। ଇଭେଣ୍ଟରେ ଦିଲ୍ଲୀର ସୋନଲ କୁକକେଜା ମିସ୍‌ ଦିଭା ସୁପରନ୍ୟାଶନାଲ ୨୦୨୩ ଟାଇଟଲ ଜିତିଥିଲେ। ସୋନଲ ୧୨ତମ ମିସ୍‌ ଦିଭା ସୁପରନ୍ୟାଶନାଲ ୨୦୨୩ ଭାବେ ଇଣ୍ଡିଆରୁ ପ୍ରତିନିଧିତ୍ୱ କରୁଥିଲେ। ମିସ୍‌ ଦିଭା ୨୦୨୩ ରନର୍ସ ଅପ୍‌ ଭାବେ କର୍ନାଟକର ତ୍ରିଶା ସେଟ୍ଟୀ ମୁକୁଟ ପିନ୍ଧିଥିଲେ। ମା’ ଓ ନିଜ ସ୍ବପ୍ନ ପୂରଣ କରିବାକୁ ଶ୍ୱେତା ୧୬ ବର୍ଷ ବୟସରେ ମୁମ୍ବାଇକୁ ଯାଇଥିଲେ। ସେ ଡିଆଡି, ଡ୍ୟାନ୍ସ ଦିୱାନେ, ଝଲକ ଦିଖ ଲାଜା ଏବଂ ଡ୍ୟାନ୍ସ ପ୍ଲସ୍‌ ଭଳି ଶୋ’ରେ ନିଜ ନୃତ୍ୟ ପରିବେଷଣ କରିବା ସହ ଝଲକ ଦିଖ ଲାଜାରେ କୋରିଓଗ୍ରାଫର ଭୂମିକା ତୁଲାଇଥିଲେ। ଶ୍ୱେତାଙ୍କ ମା’ ଏକାକୀ ହୋଇଥିବାବେଳେ ସେ ତାଙ୍କ ପାଇଁ ପ୍ରେରଣାଦାୟୀ ଥିଲେ। ଶ୍ୱେତା ଇଭେଣ୍ଟରେ ନିକିତା ମାହିସଲକର୍‌ଙ୍କ ପ୍ରସ୍ତୁତ ଏକ ସୁନେଲି ରଙ୍ଗର ଗାଉନ ପିନ୍ଧିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସିଦ୍ଧ ନିର୍ମାତାଙ୍କ ଝିଅ ସହ କାମ କରିବେ ଅମୀରଙ୍କ ପୁଅ

ମୁମ୍ବାଇ: ‘ମହାରାଜ’ ଏବଂ ସାଇ ପଲ୍ଲବୀଙ୍କ ସହିତ ଅନ୍‌ଟାଇଟେଲ୍ଡ ଫିଲ୍ମ ସମେତ ତାଙ୍କର ବହୁ ପ୍ରତୀକ୍ଷିତ ପ୍ରୋଜେକ୍ଟ ସମାପ୍ତ କରିବା ପରେ ଅମୀର ଖାନଙ୍କ ପ୍ରତିଭାବାନ...

ବୋର୍ଡ ଅଛି, ପାଠ ପଢ଼… ଟ୍ରୋଲରଙ୍କୁ ଦଶମରେ ୮୩% ନମ୍ବର ରଖି ଜବାବ ଦେଲେ ‘ମୁନ୍ନି’

ବମ୍ବେ: ସଲମାନ ଖାନ୍‌ଙ୍କ ଫିଲ୍ମ ‘ବଜରଙ୍ଗୀ ଭାଇଜାନ’ରେ ମୁନ୍ନି ଭୂମିକାରେ ଅଭିନୟ କରି ବାହାବାଃ ସାଉଁଟିଥିଲେ ଅଭିନେତ୍ରୀ ହର୍ଷାଳି ମଲହୋତ୍ରା। ଏବେ ସେ ବଡ଼ ହୋଇଥିବା...

ଓଡ଼ିଶା ଆସୁଛନ୍ତି ହେମାମାଳିନୀ

ଭୁବନେଶ୍ୱର,୧୫ା୫: ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ବେଶ୍‌ ସରଗରମ ହୋଇପଡ଼ିଛି। କେନ୍ଦ୍ରରୁ ଓଡ଼ିଶାକୁ ଭାଜପାର ହେଭିଓ୍ବେଟ୍‌ ନେତା ଘନଘନ ପ୍ରଚାରରେ ଆସୁଛନ୍ତି।  ବଲିଉଡ୍‌ ଅଭିନେତ୍ରୀ ତଥା...

ଉତ୍କଣ୍ଠା ବଢ଼ାଇଲା ‘ଚନ୍ଦୁ ଚାମ୍ପିୟନ’; କାର୍ତ୍ତିକଙ୍କୁ ଚିହ୍ନିବା ହେଉଛି ମୁସ୍କିଲ

ବମ୍ବେ: ରିଲିଜ ହୋଇଛି ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଅପକମିଂ ଫିଲ୍ମ ‘ଚନ୍ଦୁ ଚାମ୍ପିୟନ’ର ନୂଆ ପୋଷ୍ଟର। ଏଥିରେ ଅଭିନେତାଙ୍କ ଲୁକ୍‌ ପ୍ରଶଂସକଙ୍କ ହୃଦୟ ଜିତୁଛି।...

‘ଉଚ୍ଚତା କମ୍‌ ବୋଲି କ’ଣ ବିବାହ କରିବା ମନା’; ଟ୍ରୋଲରଙ୍କୁ ରାଗରେ ଏଭଳି କହିଲେ ଅବ୍ଦୁ…

ବମ୍ବେ: ନିର୍ବନ୍ଧ ଫଟୋ ଶେୟାର କରିବା ପରଠାରୁ ଟ୍ରୋଲ ହେଉଛନ୍ତି ବିଗ୍‌ ବସ୍‌ ଫେମ୍‌ ଅବ୍ଦୁ ରୋଜିକ୍‌। ଅନେକେ ତାଙ୍କ ଖୁସିରେ ଖୁସି ହୋଇ ଶୁଭେଚ୍ଛା...

୮ ମାମଲା, ୧୭ କୋଟିର ଋଣ, ୬ କିଲୋ ସୁନା, ୫୦ ଏଲ୍‌ଆଇସି ପଲିସି…ଜାଣନ୍ତୁ ଭାଜପାରୁ ପ୍ରାର୍ଥୀ ସାଜିଥିବା କଙ୍ଗନାଙ୍କ ସମ୍ପତ୍ତିରେ ଅଛି କ’ଣ କ’ଣ?

ନୂଆଦିଲ୍ଲୀ,୧୪।୫: ଚଳିତ ନିର୍ବାଚନରେ ପ୍ରାର୍ଥୀ ସାଜିଥିବା ବଲିଉଡ୍‌ ଅଭିନେତାଙ୍କ ବିରୋଧରେ ଚାଲିଛି ୮ ମାମଲା। ତାଙ୍କ ପାଖରେ ଏକାଧିକ ଫ୍ଲାଟ, ମୁମ୍ବାଇରେ ଘର ଏବଂ ମନାଲିରେ...

କଙ୍ଗନାଙ୍କୁ ପରାଜୟ ଭୟ: ନାମାନଙ୍କ ପତ୍ର ଦାଖଲ ପରେ ଏମିତି କହିଲେ…

ମଣ୍ଡି,୧୪।୫: ଭାଜପା ପ୍ରାର୍ଥୀ କଙ୍ଗନା ରାଣାୱତ ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ସମୟରେ ତାଙ୍କର ପୂର୍ବତନ ହିମାଚଳ...

ଭିଡୁ କହି ଆଉ ଜ୍ୟାକି ଶ୍ରଫଙ୍କୁ କେହି କରିପାରିବେନି ନକଲ? ଦିଲ୍ଲୀ ହାଇକୋର୍ଟରେ ଆବେଦନ କଲେ ଅଭିନେତା

ନୂଆଦିଲ୍ଲୀ,୧୪।୫: ବଲିଉଡର ଅଭିନେତା ଜ୍ୟାକି ଶ୍ରଫ ତାଙ୍କର ଭିନ୍ନ ଶୈଳୀ ପାଇଁ ଜଣାଶୁଣା । ତାଙ୍କରଷ୍ଟାଇଲ ଏବଂ କଥାବାର୍ତ୍ତା କରିବାର ଶୈଳୀ ଯାହା ତାଙ୍କୁ ଅନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri