ପ୍ରକଳ୍ପ ସମ୍ପ୍ରସାରଣ କାର୍ଯ୍ୟ ବେଳେ ଦୁର୍ଘଟଣା, ଜେସିବି ଉପରେ ଖସି ପଡ଼ିଲା ବଡ଼ ପଥର, ଆଉ ତା’ପରେ…

କୋରାପୁଟ,୨୨।୧୦(ଅମିତାଭ ବେହେରା): କୋରାପୁଟ ଜିଲା ଦାମନଯୋଡ଼ିସ୍ଥିତ ନାଲକୋ ସମ୍ପ୍ରସାରଣ ପ୍ରକଳ୍ପ ଅଞ୍ଚଳରେ ଗୁରୁବାର ଏକ ଅଘଟଣ ଘଟିଛି। ଜିଜିଏଲ କମ୍ପାନୀର କାର୍ଯ୍ୟସ୍ଥଳରେ କାମ ଚାଲିଥିବା ସମୟରେ ଏକ ଜେସିବି ଉପରେ ଏକ ବଡ଼ ପଥର ଖସି ପଡ଼ିଥିବା ଜଣାପଡ଼ିଛି। ତେବେ ଉପସ୍ଥିତ ବୁଦ୍ଧି ଖଟାଇ ଜେସିବି ଅପରେଟର ଜଣକ ଗାଡ଼ିରୁ ଡେଇଁ ପଡ଼ିବାରୁ ସେ ଅଳ୍ପକେ ଏକ ବଡ଼ ବିପଦରୁ ରକ୍ଷା ପାଇଯାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ନାଲକୋ ସଂପ୍ରସାରଣ ପ୍ରକଳ୍ପ ଅଞ୍ଚଳରେ ଜିଜିଏଲ କମ୍ପାନୀ ପକ୍ଷରୁ କାର୍ଯ୍ୟ ଚାଲିଥିଲା। ଏହି ସମୟରେ ହଠାତ୍‌ ବଡ଼ ବଡ଼ ପଥର ଖସି ଜେସିବି ଉପରେ ପଡ଼ିଥିଲା। ଅଚାନକ ଏଭଳି ଘଟଣା ଘଟିବାରୁ କାର୍ଯ୍ୟସ୍ଥଳରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପଥର ଜେସିବି ଉପରେ ପଡ଼ିବା ଦେଖି ଅପରେଟର ଜଣକ ତୁରନ୍ତ ଗାଡ଼ିକୁ ବନ୍ଦ କରିଦେବା ସହ ଡେଇଁ ପଡ଼ିଥିଲେ। ଫଳରେ ତାଙ୍କ ଜୀବନ ବଞ୍ଚିଯାଇଥିବା ଜଣାପଡ଼ିଛି।

ନାଲକୋ ସଂପ୍ରସାରଣ ପ୍ରକଳ୍ପ ଅଞ୍ଚଳରେ ଚାଲିଥିବା କାର୍ଯ୍ୟ ସମୟରେ ଏଭଳି ଅଘଟଣ ଶ୍ରମିକ ଓ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି। ବିଶେଷକରି ପଥର ଖସିବାର ଆଶଙ୍କା ଥିବା ସ୍ଥାନରେ କାର୍ଯ୍ୟ କରିବା ସମୟରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଏବଂ ସତର୍କତା ଅବଲମ୍ବନ କରିବା ଜରୁରୀ ବୋଲି ମତ ପ୍ରକାଶ ପାଇଛି। ତେବେ ପଥର ଖସିବାର ପ୍ରକୃତ କାରଣ କ’ଣ ଏଥିରେ ଜେସିବିର କେତେ କ୍ଷୟକ୍ଷତି ହୋଇଛି ଏବଂ ଘଟଣା ପରେ କମ୍ପାନୀ ପକ୍ଷରୁ କି ପଦକ୍ଷେପ ନିଆଯାଇଛି, ସେ ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?