ପାହାଡ଼ ଉପର ଗଁାକୁ ଘେରିଛି ଦୁର୍ଦ୍ଦଶା

ଯାଜପୁର,୨୫।୬(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲା ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ ପଞ୍ଚାୟତ ଅନ୍ତର୍ଗତ ନଗଡ଼ାରେ ଅପପୁଷ୍ଟି ଯୋଗୁ ଶିଶୁମୃତ୍ୟୁ ଘଟଣାକୁ ଇତିମଧ୍ୟରେ ୭ ବର୍ଷ ବିତିଛି। ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ, ବିଜୁଳି ଆଦି କ୍ଷେତ୍ରରେ ନଗଡ଼ାର ବହୁବିଧ ବିକାଶ ହୋଇଛି ବୋଲି ସରକାର କହୁଛନ୍ତି। ହେଲେ ବାସ୍ତବରେ ପାହାଡ଼ ଶୀର୍ଷରେ ଥିବା ନଗଡ଼ାର ଡାହାଣ ଏବଂ ବାମ ପାର୍ଶ୍ୱ ଅଞ୍ଚଳରେ ଲୋକଙ୍କ ଜୀବନଧାରଣର ମାନକୁ ଅବଲୋକନ କଲେ ସେମାନଙ୍କ ଭାଗ୍ୟ କେବେ ବଦଳିବ ବୋଲି ପ୍ରଶ୍ନ ଉଠୁଛି। ଏବେବି ତୁମୁଣି ଏବଂ ଗୁହିଆଶାଳ ଗ୍ରାମକୁ ରାସ୍ତା ନିର୍ମାଣ ହୋଇପାରିନାହିଁ। ଚିକିତ୍ସା ଅଭାବରୁ ଗର୍ଭବତୀ ମହିଳାମାନେ ପ୍ରାଣ ହରାଉଥିବା ନଜିର ରହିଛି। ଏହି ମର୍ମରେ ଧରିତ୍ରୀରେ ୭ା୫ା୨୦୨୩ରେ ‘ପାହାଡ଼ ଶୀର୍ଷକୁ ଚଢ଼ିପାରୁନି ବିକାଶ’ ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା। ଏହାପରେ ସାମାଜିକ କର୍ମୀ ମଣ୍ଟୁ ପାହାଡ଼ର ପାଦଚଲା ଆବଡ଼ାଖାବଡ଼ା ରାସ୍ତାରେ ଶୀର୍ଷକୁ ଚଢ଼ି ତୁମୁଣି ଗ୍ରାମରେ ପହଞ୍ଚତ୍ ସ୍ଥିତି ଅବଲୋକନ କରିଥିଲେ। ସେଠାରୁ ଫେରି ସେ ତୁମୁଣି ଅଞ୍ଚଳର ବିକାଶ ପାଇଁ ଏକ ୯ ଦଫା ସମ୍ବଳିତ ସ୍ମାରକପତ୍ର ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ (ଆର୍‌ଡି) ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରିଥିଲେ। ଏହି କ୍ରମରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡେପୁଟି ସେକ୍ରେଟାରୀ ଶିବରାମ ହେମ୍ବ୍ରମ ତୁମୁଣୀ ଅଞ୍ଚଳର ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ଗ୍ରାମ୍ୟ ନିର୍ମାଣ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଶିଶୁ ମୃତ୍ୟୁ ଘଟଣାର ୩ ବର୍ଷ ମଧ୍ୟରେ ବହୁ ଚର୍ଚ୍ଚିତ ନଗଡ଼ାକୁ ରାସ୍ତା ଫିଟିଛି। କିନ୍ତୁ ତୁମୁଣି ଏବଂ ଗୁହିଆଶାଳ ଗ୍ରାମବାସୀ ଏବେବି ଅଭିଶପ୍ତ ଜୀବନ ଅତିବାହିତ କରୁଛନ୍ତି। ମଣ୍ଟୁ ଦାସଙ୍କ ଜିରୋ ଗ୍ରାଉଣ୍ଡ ରିପୋର୍ଟ ଅନୁଯାୟୀ ତୁମୁଣି ଗ୍ରାମରେ ୨୯ ପରିବାରରେ ୨୮୦ ଜଣ ବାସ କରୁଛନ୍ତି। ଗ୍ରାମବାସୀ ନିକଟସ୍ଥ ଝରଣାର ପ୍ରଦୂଷିତ ପାଣି ଉପରେ ନିର୍ଭର କରିଥାନ୍ତି। ଖରାଦିନେ ଝରଣା ଶୁଖିଗଲେ ପାଣି ବୁନ୍ଦାଏ ପାଇଁ ସେମାନେ ଛଟପଟ ହୋଇଥାନ୍ତି। ଘଞ୍ଚ ଜଙ୍ଗଲର ପାଦଚଲା ରାସ୍ତା ଦେଇ ଗ୍ରାମବାସୀ ନିକଟସ୍ଥ ଗ୍ରାମକୁ ଚଳାଚଳ କରିଥାନ୍ତି। ବେଳେବେଳେ ସେମାନେ ବନ୍ୟଜନ୍ତୁଙ୍କ ହାବୁଡରେ ପଡ଼ିଥାନ୍ତି। ଗମନାଗମନ ସୁବିଧା ଆଦୌ ନ ଥିବାରୁ ଗ୍ରାମର ଗର୍ଭବତୀ ମହିଳାମାନେ କେବେ ବି ଡାକ୍ତରଖାନାରେ ସନ୍ତାନ ଜନ୍ମ କରି ନ ଥାନ୍ତି। ଏଭଳି ସ୍ଥିତିରେ ପ୍ରସୂତି ସମୟରେ କାନ୍ଦିରି ପଧାନ ଏବଂ ଯତ୍ରି ପଧାନଙ୍କ ମୃତ୍ୟୁ ଘଟିଛି। ତୁମୁଣି ଗ୍ରାମରୁ ୨୧ କିମି ଦୂର କାଳିଆପାଣିରେ ଏକ ଡାକ୍ତରଖାନା ରହିଛି। ତେଣୁ ସ୍ବାସ୍ଥ୍ୟସେବା ଏହି ଗ୍ରାମକୁ ସାତସପନ ହୋଇଛି। ଏଠାରେ ଏକ ଅଙ୍ଗନଓ୍ବାଡି କେନ୍ଦ୍ର ରହିଥିଲେ ହେଁ ମାସକୁ ଥରେ କିମ୍ବା ଦୁଇଥର କର୍ମୀ ଆସିଥାନ୍ତି। ୩ରୁ ୪ କିମି ଦୂର ନାଳିଆଡ଼ବାରେ ଏକ ରାଶନ କେନ୍ଦ୍ର ରହିଛି। କିନ୍ତୁ ରାସ୍ତା ନ ଥିବାରୁ ଗ୍ରାମବାସୀ ରାଶନ ପାଇବାରୁ ବଞ୍ଚିତ ରହିଛନ୍ତି। ଅଧିକାଂଶ ଗ୍ରାମବାସୀଙ୍କ ପାଖରେ ଜବକାର୍ଡ ରହିଛି। କିନ୍ତୁ ଗତ ୩ରୁ ୪ ବର୍ଷ ହେବ ସେହିସବୁ ଜବ୍‌କାର୍ଡ ସଞ୍ଜୟ ମହନ୍ତ ନାମକ ଜଣେ ଠିକାଦାରଙ୍କ ପାଖରେ ରହିଛି। ଟଙ୍କର ପ୍ରଧାନ, କ୍ଷେତ୍ର ପ୍ରଧାନ, ମଧୁସୂଦନ ପ୍ରଧାନ, ଜାମୁଣୀ ପ୍ରଧାନ, ଓଡିଆ ପ୍ରଧାନ, ବିଟୁ ପ୍ରଧାନ, ବୁଦୁନି ପ୍ରଧାନ, ଦୀନ ପ୍ରଧାନ, ଦଶୁମତିଆ ପ୍ରଧାନ, ସୁବୁନି ପ୍ରଧାନ, ମାଚୁ ପ୍ରଧାନ ପ୍ରମୁଖ ଗ୍ରାମବାସୀ ତାଙ୍କୁ ଜବ୍‌କାର୍ଡ ମାଗିଲେ ଧମକ ଦେଉଛନ୍ତି ବୋଲି ପ୍ରକାଶ କରିଛନ୍ତି। ତେଣୁ ଏହି ଜବକାର୍ଡରେ ବ୍ୟାପକ ଅନିୟମିତତା ହେଉଥିବା ସନ୍ଦେହ କରାଯାଇଛି। ପ୍ରାଥମିକ ବିଦ୍ୟାଳୟ ବହୁ ଦୂରରେ ଥିବାରୁ ଏଠାକାର ଏକାଧିକ ପିଲା ଅଧାରୁ ପାଠ ଛାଡ଼ିଛନ୍ତି। ଏଭଳିସ୍ଥିତିରେ ତୁରନ୍ତ ପାନୀୟ ଜଳ ଯୋଗାଣ, ରାସ୍ତା ନିର୍ମାଣ, ନିୟମିତ ଭାବେ ସ୍ବାସ୍ଥ୍ୟ ଶିବିର, ଅଙ୍ଗନଓ୍ବାଡି ସେବା, ଠିକାଦାରଙ୍କଠାରୁ ଜବକାର୍ଡ ଉଦ୍ଧାର, ଘରକୁ ଘର ରାଶନ ଯୋଗାଣ ଇତ୍ୟାଦି ବ୍ୟବସ୍ଥା କରିବାକୁ ମଣ୍ଟୁ ଦାସ ଏବଂ ତାଙ୍କ ସହଯୋଗୀମାନେ ଦାବି କରିଛନ୍ତି। ମଣ୍ଟୁ ଦାସ ଜଣେ ଭିନ୍ନକ୍ଷମ ହୋଇ ମଧ୍ୟ ପାହାଡ଼ ଚଢ଼ି ତୁମୁଣି ଆଦିବାସୀ ଜୁଆଙ୍ଗ ପରିବାରଙ୍କ ବିକାଶ ପାଇ ଯେଉଁ ଉଦ୍ୟମ କରିଛନ୍ତି ତାହା ବାସ୍ତବରେ ପ୍ରଶଂସନୀୟ ବୋଲି ମତପ୍ରକାଶ ପାଇଛି।
ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଜ୍ଞାନରଞ୍ଜନ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ତୁମୁଣି ଏବଂ ଗୁହିଆଶାଳ ଗ୍ରାମକୁ ରାସ୍ତା ନିର୍ମାଣ ସମ୍ପର୍କରେ ସେ କିଛି ଜାଣି ନାହାନ୍ତି। ଏଯାଏ ତାଙ୍କ ପାଖକୁ କୌଣସି ନିର୍ଦ୍ଦେଶ ଆସି ନାହିଁ, ସୋମବାର ବୁଝିକି ସେ କହିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?