Posted inଖେଳ

ମୀରାବାଈ ଚାନୁଙ୍କ ବିଶ୍ୱ ରେକର୍ଡ

ତାସ୍‌କେଣ୍ଟ, ୧୮ା୪ (ପି.ଟି.)- ପୂର୍ବତନ ବିଶ୍ୱ ଚାମ୍ପିୟନ ମୀରାବାଈ ଚାନୁ ଭାରୋତ୍ତୋଳନକୁ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏଠାରେ ଚାଲିଥିବା ଏସିଆନ ଚାମ୍ପିୟନଶିପ୍‌ରେ ସେ କ୍ଲିନ ଆଣ୍ଡ୍‌ ଜର୍କରେ ନୂଆ ବିଶ୍ୱ ରେକର୍ଡ କରିଛନ୍ତି। ବ୍ରୋଞ୍ଜ ପଦକ ହାସଲ କରିଥିଲେ ମଧ୍ୟ ସେ ନିଜ ଜାତୀୟ ରେକର୍ଡକୁ ମଧ୍ୟ ଭଙ୍ଗ କରିଛନ୍ତି। ଏହାଛଡ଼ା ୬ଟି ବାଧ୍ୟତାମୂଳକ କ୍ୱାଲିଫାଇଂ ଇଭେଣ୍ଟରେ ଅଂଶଗ୍ରହଣ କରି ସେ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ୨୬ ବର୍ଷୀୟା ଭାରତୀୟ ଭାରୋତ୍ତୋଳିକା ସ୍ନାଚ୍‌ରେ ୮୬କେଜି ଉତ୍ତୋଳନ କରିଥିବାବେଳେ କ୍ଲିନ୍‌ ଆଣ୍ଡ୍‌ ଜର୍କରେ ୧୧୯କେଜି ଉଠାଇ ଏକ ବିଶ୍ୱ ରେକର୍ଡ କରିଛନ୍ତି। ସେ ଟୋଟାଲ ୨୦୫ କେଜି ଉତ୍ତୋଳନ କରିଥିଲେ। ପୂର୍ବରୁ କ୍ଲିନ ଆଣ୍ଡ ଜର୍କରେ ବିଶ୍ୱ ରେକର୍ଡ ୧୧୮ କେଜି ରହିଥିଲା। ଗତବର୍ଷ ଫେବୃୟାରୀରେ ଅନୁଷ୍ଠିତ ଜାତୀୟ ଚାମ୍ପିୟନଶିପ୍‌ରେ ୪୯କେଜିରେ ଚାନୁଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ଟୋଟାଲ ୨୦୩କେଜି (୮୮କେଜି+୧୧୫କେଜି) ରହିଥିଲା। ସ୍ବର୍ଣ୍ଣପଦକ ହାସଲ କରିଥିବା ଚାଇନାର ହୋଉ ଝିହୁଇ ସ୍ନାଚ୍‌ରେ ନୂଆ ବିଶ୍ୱ ରେକର୍ଡ ସହ ଟୋଟାଲ ୨୧୩କେଜି(୯୬କେଜି+୧୧୭କେଜି) ଉତ୍ତୋଳନ କରିଥିଲେ। ଚାଇନାର ଜିଆଙ୍ଗ ହୁଇହୁଆ ରୌପ୍ୟ ପଦକ ପାଇଥିଲେ। ସେ ୨୦୭କେଜି (୮୯କେଜି+୧୧୮କେଜି) ଉତ୍ତୋଳନ କରିଥିଲେ। ଅନ୍ୟପକ୍ଷରେ ଝିଲି ଦଳବେହେରା ୪୫ କାଟେଗୋରିରେ ଅତିକମ୍‌ରେ ଏକ ରୌପ୍ୟ ଜିତିବା ନିଶ୍ଚିତ କରିଛନ୍ତି। ରବିବାର ସେ ଫିଲିପାଇନ୍ସର ମେରୀ ଫ୍ଲୋର ଡିଆଜ୍‌ଙ୍କ ସହିତ ମୁକାବଲା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!

ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...

ଘୋଷଣା ହେଲା ଟି-୨୦ ବିଶ୍ୱକପ୍ ଦଳ: ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୁର୍ବତନ କ୍ରିକେଟର

ମୁମ୍ବାଇ,୨୦।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri