ଜୟପୁର,୨୬ା୪(ପବନ ପାଣିଗ୍ରାହୀ)- ନାବାଳିକା ବଳାତ୍କାର ମାମଲାର ଫେରାର ଅଭିଯୁକ୍ତଙ୍କୁ ଶନିବାର ଜୟପୁର ମହିଳା ପୋଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ ଘେନୁ ହନ୍ତାଳ।
ମିଳିଥିବା ସୂଚନା ମୁତାବକ, ୨୦୨୩ରେ ଜଣେ ନାବାଳିକାଙ୍କୁ ବଳାତ୍କାର କରି ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଏ ନେଇ ମହିଳା ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତଙ୍କୁ ଗରିଫ କରି ଶନିବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଥିବା ମହିଳା ଥାନା ଅଧିକାରୀ ଅଶ୍ରିତା ଖାଲ୍କୋ କହିଛନ୍ତି।


