କୋରାପୁଟ,୨୯ା୫(ଅମିତାଭ ବେହେରା): କୋରାପୁଟ ଜିଲା ସଦର ବ୍ଲକ୍ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏଥିରେ ୨ ନାବାଳକଙ୍କ ସମ୍ପୃକ୍ତି ଥିବା ବେଳେ ଜଣଙ୍କୁ କୋରାପୁଟ ସଦର ପୋଲିସ ଗିରଫ କରିଛି।
ସୂଚନାନୁଯାୟୀ, ସଦର ବ୍ଲକ୍ ଅଞ୍ଚଳର ଜଣେ ନାବାଳିକାଙ୍କୁ ୩ଜଣ ଗଣବଳାତ୍କାର କରିଥିଲେ। ଏ ନେଇ ପୀଡ଼ିତାଙ୍କ ପରିବାର ଲୋକେ ଜାଣିବା ପରେ କୋରାପୁଟ ସଦର ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା(ନଂ.୯୯/୨୦୨୬) ରୁଜୁ କରି ତଦନ୍ତ କରିଥିଲା। ତଦନ୍ତ ପରେ ଅଭିଯୁକ୍ତଙ୍କ ସମେତ ୨ ନାବାଳକଙ୍କ ଘଟଣାରେ ସମ୍ପୃକ୍ତି ଥିବା ଜଣାପହିଛି। ୨ ନାବାଳକଙ୍କୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଥିବା ଓ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।

