୨୩ ଷ୍ଟାର୍ଟଅପ୍‌କୁ ରେଳ ମନ୍ତ୍ରଣାଳୟର ପ୍ରୋତ୍ସାହନ

ଭୁବନେଶ୍ୱର,୧୭।୭ (ଅନୁରାଧା ମହାରଣା): ଜାତୀୟ ପରିବହନକାରୀ ଭାରତୀୟ ରେଳପଥ ନବସୃଜନ (ଇନୋଭେଶନ) କ୍ଷେତ୍ରରେ ଷ୍ଟାର୍ଟଅପ୍‌ ଓ ଅନ୍ୟାନ୍ୟ ସଂସ୍ଥାର ସହଯୋଗ ପାଇବା ପାଇଁ ରେଳ ମନ୍ତ୍ରଣାଳୟ ‘ଷ୍ଟାର୍ଟଅପ୍‌ ଫର୍‌ ରେଲଓ୍ବେଜ୍‌’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା। ରେଳ ନେଟ୍‌ୱର୍କରେ କାର୍ଯ୍ୟକ୍ଷମତା ଏବଂ ନିରାପତ୍ତା ବଢ଼ାଇବା ପାଇଁ ୨୦୨୨ ଜୁନ୍‌ରେ ଏହି ଷ୍ଟାର୍ଟଅପ୍‌ ଫର୍‌ ରେଲଓ୍ବେଜ୍‌ ଆରମ୍ଭ କରାଯାଇଥିଲା। ଏହି ପଦକ୍ଷେପର ଏକ ଅଂଶ ଭାବରେ, ଭାରତୀୟ ରେଳ ଇନୋଭେଶନ ପୋର୍ଟାଲ https://innovation.indianrailways.gov.in/ କାର୍ଯ୍ୟକ୍ଷମ କରାଯାଇଥିଲା। ୨୦୨୪ ଜୁଲାଇ ସୁଦ୍ଧା ଅଭିନବ କାର୍ଯ୍ୟରେ ନିୟୋଜିତ ମୋଟ ୧୯୪୨ ସଂସ୍ଥା ଏହି ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି। ଇନୋଭେଶନ ପୋର୍ଟାଲରେ ଖୋଲାଯାଇଥିବା ୨୮ଟି ସମସ୍ୟା ବିବୃତି ପାଇଁ ରେଳ ମନ୍ତ୍ରଣାଳୟ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪୨୩ଟି ପ୍ରସ୍ତାବ ଗ୍ରହଣ କରିଛି। ୧୫ଟି ସମସ୍ୟା ବିବରଣୀ ପାଇଁ ଏ ପର୍ଯ୍ୟନ୍ତ ମୋଟ ୨୩ଟି ଅଭିନବ ପ୍ରକଳ୍ପ ପ୍ରଦାନ କରାଯାଇଛି। ୨୩ଟି ପ୍ରକଳ୍ପର ମୂଲ୍ୟ ପ୍ରାୟ ୪୩.୮୭ କୋଟି ଟଙ୍କା, ଯେଉଁଥିରୁ ରେଳପଥର ଅନୁଦାନର ଅଂଶ ପ୍ରାୟ ୧୦.୫୨ କୋଟି ଟଙ୍କା ରହିଛି।

ସୂଚନା ଥାଉ କି, ଏହି ନୀତି ବା ଯୋଜନା ରେଳପଥର ବିଭିନ୍ନ ଡିଭିଜନ, ଜୋନ୍‌ର ଆଦିରୁ ମିଳୁଥିବା ସମସ୍ୟା ସମାଧାନ କରିବାକୁ ସୂତ୍ର ବାହାର କରିବା ଦାୟିତ୍ୱ ଷ୍ଟାର୍ଟଅପ୍‌ ଗୁଡ଼ିିକୁ ଦିଆଯାଉଛି। ସେମାନେ ନିଜର ଇନୋଭେଟିଭ ଟେକ୍ନୋଲୋଜି ମାଧ୍ୟମରେ ତାହାର ସମାଧାନ କରୁଛନ୍ତି। ଷ୍ଟାର୍ଟଅପ୍‌-ଇନୋଭେଟର/ଏମ୍‌ଏସ୍‌ଏମ୍‌ଇ ଓ ଉଦ୍ୟୋଗୀଙ୍କ ମନୋନୟନ ପ୍ରକ୍ରିୟା ଅନ୍‌ଲାଇନ ବ୍ୟବସ୍ଥାରେ କରାଯାଉଛି। ଏଥିରେ ଭାଙ୍ଗିଯାଇଥିବା ରେଳଧାରଣାକୁ ଚିହ୍ନଟ କରିବା, ରେଲ-ଷ୍ଟ୍ରେସ୍‌ ମନିଟରିଂ ବ୍ୟବସ୍ଥା, ସହରତଳି ରେଳ ଚଳାଚଳରେ ଭାରତୀୟ ରେଳପଥର ଜାତୀୟ ଏଟିପି ବ୍ୟବସ୍ଥା ମାଧ୍ୟମରେ ଇଣ୍ଟର ଅପରେବଲ ସିଷ୍ଟମର ବିକାଶ, ଟ୍ରାକ୍‌ ନିରୀକ୍ଷଣ ତଥା ପରିଦର୍ଶନ ଆଦି କାମକୁ ସ୍ବୟଂକ୍ରିୟ କରିବା, ଅଧିକ ଓଜନର ମାଲବାହୀ ୱାଗନ ପାଇଁ ଅତି ଉନ୍ନତ ଇଲାଷ୍ଟୋମେରିକ ପ୍ୟାଡ୍‌ର ଡିଜାଇନ ପ୍ରସ୍ତୁତି, ଲୁଣ ଭଳି ସାମଗ୍ରୀ ପରିବହନ ପାଇଁ ହାଲୁକା ୱାଗନ ନିର୍ମାଣ, ଥ୍ରୀ-ଫେଜ୍‌ ବିଦ୍ୟୁତ୍‌ଚାଳିତ ଇଞ୍ଜିନରେ ବ୍ୟବହୃତ ଟ୍ରାକ୍ସନ ମୋଟର ପାଇଁ ଅନ୍‌ଲାଇନ ସ୍ଥିତି ନିରୀକ୍ଷଣ ବ୍ୟବସ୍ଥାର ବିକାଶ ଦିଗରେ ଏହି ସବୁ ଷ୍ଟାର୍ଟଅପ୍‌ ସଂସ୍ଥା କାର୍ଯ୍ୟ କରୁଛି। ଏହାସହ ଯାତ୍ରୀସେବାରେ ଉନ୍ନତି ପାଇଁ ଡିଜିଟାଲ ଡାଟା ବ୍ୟବହାରକରି ଆନାଲିଟିକାଲ ଟୁଲର ବିକାଶ କରିବା, ରେଳପଥ ସଫେଇ ମେଶିନ ଉପତ୍ାଦନ, ତାଲିମ ପରବର୍ତ୍ତୀ ରିଭିଜନ ଓ ସେଲ୍‌ଫ ସର୍ଭିସ୍‌ ରିଫ୍ରେସର କୋର୍ସ ପାଇଁ ଆପ୍‌ ପ୍ରସ୍ତୁତି, ରେଳ ସେତୁର ସ୍ଥିତି ଅନୁଧ୍ୟାନ ପାଇଁ ଜିଓ ମେଟ୍ରିକ୍ସ ଏବଂ ଜିଆଇଏସ୍‌ ବ୍ୟବସ୍ଥାର ଉପଯୋଗ ଆଦି କାର୍ଯ୍ୟ ଅନ୍ତର୍ଭୁକ୍ତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା…

ଦିଗପହଣ୍ଡିରେ ଜଳବନ୍ଦୀ ସମସ୍ୟା: ପୂର୍ତ୍ତବିଭାଗ ବୈଷୟିକ ଟିମ୍ ର ଅନୁଧ୍ୟାନ

ଦିଗପହଣ୍ଡି,୨୫|୯(ଅଶେଷ ନାଥ ମିଶ୍ର) ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ପୁରୁଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ବର୍ଷାଜଳ…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?