Posted inଜାତୀୟ

ହ୍ବାଟସ୍‌ଆପ୍‌ରେ ସାଇବର ଠକେଇ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି…

ନୂଆଦିଲ୍ଲୀ, ୬।୨ : ଇଣ୍ଟରନେଟ ଯୁଗରେ ହ୍ବାଟସ୍‌ଆପ୍‌ର ବ୍ୟବହାର ସଭିଏଁ କରୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ସାରା ବିଶ୍ୱରେ ହ୍ବାଟସ୍‌ ଆପ୍‌ର ୨ ବିଲିୟନରୁ ଅଧିକ ଉପଭୋକ୍ତା ଅଛନ୍ତି। ବର୍ତ୍ତମାନ ସାଇବର ଠକମାନେ ଏହାକୁ ଟାର୍ଗେଟ କରିବା ଆରମ୍ଭ କରିଛି। ଯଦି ଆପଣ ମଧ୍ୟ ଏହିପରି କୌଣସି ମେସେଜ୍‌ ପାଆନ୍ତି, ଦୟାକରି ଏଥିରେ କ୍ଲିକ କରନ୍ତୁ ନାହିଁ।

ଏନେଇ ବାରମ୍ବାର ସତର୍କ ସୂଚନା ପ୍ରତି ମୋବାଇଲ୍‌ ୟୁଜରଙ୍କ ପାଖକୁ କଠାଯାଉଛି। କାରଣ ସେହି ଗୋଟିଏ ଲିଙ୍କରେ କ୍ଲିକ କରିବା ଦ୍ୱାରା, ୟୁଜରଙ୍କ ଆକାଉଣ୍ଟ୍‌ରୁ ଜମା ହୋଇଥିବା ପୁଞ୍ଜି କିଛି ସମୟ ମଧ୍ୟରେ ଖାଲି ହୋଇଯାଉଥିବାର ଅଭିଯୋଗ ହେଉଛି। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ସାଇବର ସେଲ ପକ୍ଷରୁ ମଧ୍ୟ ଏହି ବିଷୟରେ ଏକ ସତର୍କ ସୂଚନା ଜାରି ହୋଇଛି।

ସାଇବର ଅପରାଧୀମାନେ ସର୍ବଦା ଲୋକଙ୍କୁ ଠକିବାର ନୂଆ ଉପାୟ ଖୋଜୁଛନ୍ତି। ୟୁଜରଙ୍କ ସହ କିପରି ଯୋଗାଯୋଗ କରିବାକୁ ହେବ ତାହା ସାଇବର ଅପରାଧୀମାନେ ଜାଣିଛନ୍ତି। ସେମାନେ ୟୁଜରଙ୍କୁ ଏକ ଅଜ୍ଞାତ ନମ୍ବରରୁ ଏକ ବାର୍ତ୍ତା ପଠାଇଥାନ୍ତି। ଯାହାକି ୟୁଜରଙ୍କ ଦୃଷ୍ଟି ଆକର୍ଷଣ କରିଥାଏ।

ବେଳେବେଳେ ୟୁଜର ଏହାକୁ ତାଙ୍କର ଘନିଷ୍ଠ ବନ୍ଧୁ କିମ୍ବା ପରିବାର ସଦସ୍ୟଙ୍କ ମେସେଜ୍‌ ବୋଲି ଭାବିଥାନ୍ତି। ବେଳେବେଳେ ଲୋଭ ବଶତଃ ବ୍ୟକ୍ତିଗତ ସୂଚନା, ବ୍ୟାଙ୍କ ବିବରଣୀ, ପ୍ୟାନ କାର୍ଡ ନମ୍ବର, ଆଧାର କାର୍ଡ ନମ୍ବର କିମ୍ବା କୌଣସି ଓଟିପି ଶେୟାର କରିଥାନ୍ତି। ତେବେ ଏଭଳି ନ କରିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କହିଛି। କୌଣସି ସନ୍ଦେହଜନକ ଲିଙ୍କରେ ନିଜକୁ କ୍ଲିକ ନକରିବା ଆବଶ୍ୟକ। ସାଇବର ସେଲରୁ ମିଳିଥିବା ସୂଚନା ଅନୁଯାୟୀ, ସୋସିଆଲ ମିଡ଼ିଆ ସାଇଟରୁ ଏଭଳି ବହୁ ଅଭିଯୋଗ ଆସୁଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସତର୍କ ସୂଚନା ଜାରି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କଶ୍ମୀରରେ ଦୁର୍ଗାପୂଜା ପାଳିଲେ ବେଙ୍ଗଲି ସମ୍ପ୍ରଦାୟର ଲୋକେ

ଜମ୍ମୁ,୬।୧୦: ସାରା ଦେଶରେ ନବରାତ୍ରୀ ଅବସରରେ ଦୁର୍ଗା ମା’ଙ୍କ ପୂଜା ଖୁବ୍‌ ଆଡମ୍ବର ସହକାରେ ପାଳନ କରାଯାଉଛି। ହେଲେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ...

ଏହି ରାଜ୍ୟକୁ ଆସିଲେ ଆରଟି-ପିସିଆର ରିପୋର୍ଟ ବାଧ୍ୟତାମୂଳକ

ଡେରାଡୁନ,୧୨।୭: ଦେଶରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିବା ବେଳେ ଆଉ କେତେକ ରାଜ୍ୟରେ ପୁଣି ସଂକ୍ରମଣ ମାମଲା ବୃଦ୍ଧି ପାଉଛି। ଗତ କିଛି ଦିନରୁ ଉତ୍ତରାଖଣ୍ଡରେ...

ମନ୍ତ୍ରୀଙ୍କୁ ମୋଦିଙ୍କ ନିର୍ଦ୍ଦେଶ: ବଜେଟର ହେଉ ପୂର୍ଣ୍ଣ ବ୍ୟବହାର, ଟିମ ଭଳି କାମ କର, ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚୁ ଯୋଜନା

ନୂଆଦିଲ୍ଲୀ,୨୮ ।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ୍ତ୍ରୀମାନଙ୍କ ମଧ୍ୟରେ ଟିମ୍ ବା ଦଳୀୟ ଭାବନାର ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି । ସେ ସମସ୍ତ...

ଆଫ୍ରିଦୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପରାମର୍ଶ: କରୋନାରୁ ବଞ୍ଚିବାକୁ ହେଲେ ମୋଦିଙ୍କ ଆଶ୍ରୟ ନିଅ

ନୂଆଦିଲ୍ଲୀ,୧୩।୬- ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ଟୁଇଟ କରି ସୂଚନା ଦେଇଛନ୍ତି। ସେ ଟୁଇଟରେ ଉଲ୍ଲେଖ...

ଭାଜପା ହାତ ଧରିଲେ କିଶୋର ଉପାଧ୍ୟାୟ

ଡେରାଡୁନ,୨୭ ।୧: ଉତ୍ତରାଖଣ୍ଡର ପୂର୍ବତନ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ର ଯୋଗ ଦେଇଛନ୍ତି । ଏହି ସମୟରେ ସେ...

ମଦ ମହଙ୍ଗା

ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ଆଲକୋହଲ ଉପରେ ୧୦୦ ପ୍ରତିଶତ କୃଷି ସେସ୍‌ ଲାଗୁ କରାଯାଇଥିବା ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। ଏହା...

ଦେଶ ବିରୋଧି ସଂଗଠନ ପାଇଁ ଲାଗୁ ହେଉ କଟକଣା,ଡୋଭାଲଙ୍କ ଉପସ୍ଥିତିରେ ସଂକଳ୍ପ…

ନୂଆଦିଲ୍ଲୀ, ୩୦।୭ : ଦେଶ ବିରୋଧି ସଂଗଠନଙ୍କ ପାଇଁ କଟକଣା ଲାଗୁହେଉ। ଏନେଇ ଏକ ସର୍ବଧର୍ମ କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକମାନେ ସଂକଳ୍ପ ଗ୍ରହଣ କରିଛନ୍ତି। ଏହି...

ମୁମ୍ବାଇରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ମୁମ୍ବାଇ, ୬।୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ମୁମ୍ବାଇରେ ପହଞ୍ଚିଛନ୍ତି। ଏହି ଗସ୍ତ ସମୟରେ ୩ ଦିନ ମୁମ୍ବାଇରେ ରହିବେ ବୋଲି ସୂଚନା ମିଳିଛି। ମୁମ୍ବାଇ...

Advertisement
Archives

Model This Week