ପ୍ରଫେସରରୁ ପ୍ରତିରକ୍ଷା ମନ୍ତ୍ରୀ

ପ୍ରତିରକ୍ଷା ଦାୟିତ୍ୱ ପୁରୁଷଙ୍କର ବୋଲି ଧାରଣା ରହିଆସିଥିଲା। ସେଥିପାଇଁ ମନ୍ତ୍ରୀ, ସେନାଧ୍ୟକ୍ଷ ହୁଅନ୍ତୁ ବା ସୈନ୍ୟଙ୍କ କ୍ଷେତ୍ରରେ ଜଣେ ମହିଳାଙ୍କ ଉପସ୍ଥିତି ଅସହଜ ମନେହେଉଥିଲା। ସମୟକ୍ରମେ ସେଥିରେ ଅନେକ ପରିବର୍ତ୍ତନ ଆସିଲାଣି। କେବଳ ଶାରୀରିକ ଗଠନ ଦୃଷ୍ଟିରୁ ମହିଳାଙ୍କୁ କୋମଳ ଓ ଦୁର୍ବଳ ଆଖ୍ୟା ଦିଆଯାଇଥାଏ। କିନ୍ତୁ ଅନେକ ମହିଳା ସେମାନଙ୍କ ବିଚକ୍ଷଣ ବୁଦ୍ଧି ଓ କୌଶଳ ଅନୁସରଣ କରି ପ୍ରତିରକ୍ଷା କ୍ଷେତ୍ରରେ ପାରଦର୍ଶିତା ଦେଖାଇପାରନ୍ତି ବୋଲି ତାହାର ଅନେକ ପ୍ରମାଣ ଭାରତ ସମେତ ବିଶ୍ୱବ୍ୟାପୀ ଦେଖାଗଲାଣି। ନିକଟରେ ଭାରତୀୟ ବଂଶୋଦ୍ଭବ ଅନିତା ଆନନ୍ଦ କାନାଡ଼ାର ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ସଦ୍ୟ ଦୃଷ୍ଟାନ୍ତ ଭାବେ ଉଭା ହୋଇଛନ୍ତି। କାନାଡ଼ାର ପୂର୍ବତନ ପ୍ରଧାନମନ୍ତ୍ରୀ କିମ୍‌ କାମ୍ପବେଲ୍‌ ୧୯୯୩ରେ ପାଞ୍ଚ ମାସ ପାଇଁ ପ୍ରତିରକ୍ଷା ଦାୟିତ୍ୱ ତୁଲାଇଥିଲେ। ଅନିତା ଦ୍ୱିତୀୟ ମହିଳା ଭାବେ ସେଠାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ଧାରଣ କରିଥିବାରୁ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିବା ସ୍ବାଭାବିକ।
କାନାଡ଼ାର ନୋଭା ସ୍କୋଟିଆ ପ୍ରଦେଶରେ ୧୯୬୭ରେ ଅନିତା ଜନ୍ମଗ୍ରହଣ କରିଥିଲେ। ପିତା ଏସ୍‌.ଭି. ଆନନ୍ଦ ତାମିଲନାଡ଼ୁ ବାସିନ୍ଦା ହୋଇଥିବା ବେଳେ ମାତା ସ୍ବର୍ଗତା ସରୋଜ ଡି. ରାମ ପଞ୍ଜାବର। ଅନିତାଙ୍କ ଦୁଇ ଭଉଣୀ ଗୀତା ଆନନ୍ଦ ଟରଣ୍ଟୋରେ ଆଇନଜୀବୀ ଥିବା ବେଳେ ସୋନିଆ ଆନନ୍ଦ ଡାକ୍ତର ତଥା ମିକ୍‌ମାଷ୍ଟର ବିଶ୍ୱବିଦ୍ୟାଳୟର ଗବେଷିକା ଅଛନ୍ତି। ଅନିତା ତାଙ୍କ ସ୍ବାମୀ ଜନ୍‌ ଓ ୪ ସନ୍ତାନକୁ ନେଇ ଓକ୍‌ଭିଲ୍ଲରେ ରହୁଛନ୍ତି। ତାଙ୍କ କ୍ୟାରିୟର ଦେଖିଲେ ସେ ରାଜନୀତି ବିଜ୍ଞାନରେ ସ୍ନାତକ ଏବଂ ଆଇନରେ ସ୍ନାତକୋତ୍ତର କରିଛନ୍ତି। କର୍ପୋରେଟ୍‌ ଆଣ୍ଡ୍‌ ସିକ୍ୟୁରିଟିଜ୍‌ ଆଇନ, ରେଗୁଲେଶନ ଅଫ୍‌ କ୍ୟାପିଟାଲ ମାର୍କେଟ ଆଦି ବିଷୟରେ ଅଭିଜ୍ଞତା ଅର୍ଜନ କରିଥିବା ଅନିତା ରାଜନୀତିକୁ ଆସିବା ପୂର୍ବରୁ ଏହିସବୁ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ। ସେ କୁଇନ୍ସ ୟୁନିଭର୍ସିଟିର ଫାକଲ୍ଟି ଅଫ୍‌ ଲ’ ଏବଂ ୟୁନିଭର୍ସିଟି ଅଫ୍‌ ଟରଣ୍ଟୋର କର୍ପୋରେଟ୍‌ ଗଭର୍ନାନ୍ସର ପ୍ରଫେସର ଭଳି ବହୁ ମର୍ଯ୍ୟାଦାଜନକ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ତେବେ ଓକ୍‌ଭିଲ୍ଲରେ ୧୭ ବର୍ଷ ରହିବା ଭିତରେ ସେ ସ୍ଥାନୀୟ ଲୋକଙ୍କ ପାଇଁ ଅନେକ କାର୍ଯ୍ୟ କରିବାରୁ ତାଙ୍କୁ ଜନସେବା ଲାଗି ସୁଯୋଗ ମିଳିଥିଲା। ଫଳରେ ୨୦୧୯ରେ ସେ ଓକ୍‌ଭିଲ୍ଲରୁ ପାର୍ଲାମେଣ୍ଟକୁ ନିର୍ବାଚିତ ହୋଇଥିଲେ। ଦୁଇ ଭଉଣୀ ଗୀତା ଓ ସୋନିଆ ନିର୍ବାଚନ ପ୍ରଚାରରେ ସାମିଲ ହୋଇ ଅନିତାଙ୍କୁ ଜଣେ ରାଜନେତା ଭାବେ ଦେଖିବାର ଯେଉଁ ପ୍ରୟାସ କରିଥିଲେ, ତାହା ସଫଳ ହେବା ପରେ ପରିବାରବର୍ଗ ଭାବବିହ୍ବଳ ହୋଇଯାଇଥିଲେ। ନିଜର ଉଚ୍ଚ ବ୍ୟକ୍ତିତ୍ୱ ଯୋଗୁ ତାଙ୍କୁ ପବ୍ଲିକ୍‌ ସର୍ଭିସ ଆଣ୍ଡ୍‌ ପ୍ରୋକ୍ୟୁରମେଣ୍ଟ ମନ୍ତ୍ରଣାଳୟ ମିଳିଥିଲା। କାର୍ଯ୍ୟକାଳ ଭିତରେ ସେ କୋଭିଡ୍‌-୧୯ ଟିକା ସଂଗ୍ରହ କରିବାରେ ଲାଗି ପଡ଼ିଥିଲେ। ମହାମାରୀରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିବାରୁ ପର୍ସନାଲ ପ୍ରୋଟେକ୍ଟିଭ୍‌ ଇକ୍ୟୁପ୍‌ମେଣ୍ଟ (ପିପିଇ) ସହ ଅନ୍ୟାନ୍ୟ ଡାକ୍ତରୀ ସାମଗ୍ରୀ ଯୋଗାଡ଼ କରି ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିଦେଇଥିଲେ। ମହାମାରୀ ଦୂରୀକରଣ ଦିଗରେ ଆବଶ୍ୟକ ପଦକ୍ଷେପ ନେଇ ନିଜର ପାରଙ୍ଗମତା ପ୍ରଦର୍ଶନ କରିଥିଲେ। ଉଲ୍ଲେଖଯୋଗ୍ୟ, ସଂଘୀୟ ସରକାର ୩୦ ସେପ୍ଟେମ୍ବର ୨୦୨୧ ସୁଦ୍ଧା ଦେଶବାସୀଙ୍କୁ ଦୁଇ ଡୋଜ୍‌ ଟିକା ଦେବାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ହେଲେ ନିର୍ଦ୍ଧାରିତ ସମୟର ଦୁଇ ମାସ ପୂର୍ବରୁ ଏହି ଲକ୍ଷ୍ୟ ପୂରଣ ହେବା ଅନିତାଙ୍କ ଦୃଢ଼ ଅଙ୍ଗୀକାରବଦ୍ଧତାର ପରିଚୟ ଦେଇଛି। ଫଳସ୍ବରୂପ, ପ୍ରଥମ ହିନ୍ଦୁ କାନାଡ଼ା ମନ୍ତ୍ରୀ ହେବାରେ ଗୌରବ ଅର୍ଜନ କରିଥିବା ଅନିତାଙ୍କୁ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ୨୬ ଅକ୍ଟୋବର ୨୦୨୧ରେ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାୟିତ୍ୱ ଅର୍ପଣ କରିଛନ୍ତି। ଏବେ ଏହି ମନ୍ତ୍ରଣାଳୟ ତାଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଛି। କାନାଡ଼ା ସଶସ୍ତ୍ର ବାହିନୀର ଉଚ୍ଚ ଅଧିକାରୀଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିଥିବାରୁ ମନ୍ତ୍ରଣାଳୟ ବିବାଦୀୟ ହୋଇପଡ଼ିଛି। ତେବେ ଦାୟିତ୍ୱ ଗ୍ରହଣ କରିବା ପରେ ଅନିତା କହିଛନ୍ତିି, ସେ ଉଠିଥିବା ସଙ୍କଟକୁ ସମାଧାନ କରିବା ଦିଗରେ ସମସ୍ତ ଶକ୍ତି ଖଟାଇବେ। ସଶସ୍ତ୍ର ସେନାରେ ପ୍ରତ୍ୟେକେ ଯେଭଳି ନିଜକୁ ସୁରକ୍ଷିତ ମଣିବେ ସେଥିଲାଗି ପ୍ରାଥମିକତା ଦେବେ।
ଭାରତୀୟ ବଂଶୋଦ୍ଭବ ଅନିତା ଆନନ୍ଦ ମାତ୍ର ଦୁଇ ବର୍ଷର ମନ୍ତ୍ରିତ୍ୱ କାଳ ମଧ୍ୟରେ ଯେଭଳି ଭାବେ କାର୍ଯ୍ୟ କରିଦେଖାଇଛନ୍ତି, ତାହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ପ୍ରଫେସର ଥିବା ବେଳେ ସେ ଯେଭଳି ଅଧ୍ୟାପନା ପ୍ରତି ନିଷ୍ଠାର ସହ କାର୍ଯ୍ୟ କରିଥିଲେ, ପ୍ରତିରକ୍ଷା ଭଳି ଦେଶର ସୁରକ୍ଷା ଦାୟିତ୍ୱକୁ ସୁଚାରୁରୂପେ ତୁଲାଇବେ ବୋଲି କହିଛନ୍ତି।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri