ଡଙ୍ଗାରେ ବୁଲି ମୁହାଁଣ ଦେଖିଲେ କେନ୍ଦ୍ର ମନ୍ତ୍ରୀ

କଣାସ,,୧୯ା୧୧(ସ୍ବ.ପ୍ର.): ପୁରୀ ଜିଲା ପ୍ରତିବର୍ଷ ବନ୍ୟା, ବାତ୍ୟା ଭଳି ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ଏହି ବିପର୍ଯ୍ୟୟ ଦ୍ୱାରା ବିଶେଷ ଭାବେ କଣାସ ବ୍ଲକ ଅଞ୍ଚଳ ଅଧିକ ଖାଲୁଆ ଅଞ୍ଚଳ ହୋଇଥିବାରୁ ଚାଷ ସହ ଧନଜୀବନ କ୍ଷତି ହେଉଛି। ଏହି ବିପର୍ଯ୍ୟୟର ସ୍ଥାୟୀ ପ୍ରତିକାର ପାଇଁ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ନେତା, ବ୍ୟକ୍ତିଙ୍କ ଅନୁରୋଧକ୍ରମେ ଗୁରୁବାର କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ କଣାସ ବ୍ଲକ ଆସିଥିଲେ। ଏପରିକି ଜାଗୁଳେଇପଦରକୁ ଯାଇ ଡଙ୍ଗା ଯୋଗେ ବଡ଼ଗୋଠ ଦେଇ ପୋତି ହୋଇପଡିଥିବା ନଦୀ ମୁହଁାଣ ପରିଦର୍ଶନ କରିଥିଲେ। ଏଥିସହ ଏହାର ସମାଧାନ ପାଇଁ କଣାସରେ ଆୟୋଜିତ ଏକ ସଭାରେ ଯୋଗଦେଇଥିଲେ।
ଜିଲାରେ ପ୍ରତିବର୍ଷ ବନ୍ୟା ଭଳି ବିପର୍ଯ୍ୟୟ ଯୋଗୁ ଜଳନିଷ୍କାସନ ହୋଇ ନ ପାରି ଅନେକ ଧନଜୀବନ କ୍ଷତିଗ୍ରସ୍ତ ହେଉଛି। ବିଶେଷ କରିି କଣାସ ସମେତ ଆଖପାଖ ଡେଲାଙ୍ଗ, ପିପିଲି, ବ୍ରହ୍ମଗିରି, ସତ୍ୟବାଦୀ ବ୍ଲକର ମଧ୍ୟ ଚାଷଜମି, ଜନସାଧାରଣ ଅଧିକ କ୍ଷତି ସହୁଛନ୍ତି। ଏହି ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ସତ୍ୟବାଦୀ ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆରସିଂହ, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ପୁରୀ ଜିଲା ଭାଜପା ସଭାପତି ଆଶ୍ରୀତ୍‌ ପଟ୍ଟନାୟକ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଓ ବିରଞ୍ଚି ତ୍ରିପାଠୀ ସେପ୍ଟେମ୍ବର ୧୯ରେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ଭୁବନେଶ୍ୱରରେ ଭେଟି ଅନୁରୋଧ କରିଥିଲେ। ଅନୁରୋଧ ରକ୍ଷାକରି ଗୁରୁବାର ରାଷ୍ଟ୍ରମନ୍ତ୍ରୀ ଟୁଡୁ କଣାସ ଆସିଥିଲେ। ପୂର୍ବତନ ବିଧାୟକ ବଳିଆରସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରାଷ୍ଟ୍ରମନ୍ତ୍ରୀ ଟୁଡୁ ଯୋଗଦେଇ ବନ୍ୟାର ପ୍ରତିକାର ପାଇଁ ବିଭିନ୍ନ ଦିଗ ଉପରେ ଉପସ୍ଥିତ ଅନ୍ୟ ନେତା ଓ ବ୍ୟକ୍ତିମାନଙ୍କ ସହ ଆଲୋଚନା କରିଥିଲେ। ଏଥିସହ ପ୍ରଶାସନ ଅଧିକାରୀମାନଙ୍କୁ ବିଭିନ୍ନ ପଦକ୍ଷେପ ବିଷୟରେ କହିଥିଲେ। ରାଜୁଆନଦୀର ଢୋଲପାଟଣାରେ ୨୦ବର୍ଷ ତଳେ ଆରମ୍ଭ ହୋଇଥିବା ବ୍ୟାରେଜ୍‌ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବା, ମକରାନଦୀରୁ ବଡ଼ଓରା ପର୍ଯ୍ୟନ୍ତ ଯାଇଥିବା ଆଡିନଦୀକୁ ଖନନ କରିବା ଏବଂ କଣାସ ବ୍ରାଞ୍ଚ କେନାଲ୍‌କୁ ଆରଦଙ୍ଗାନାଳ ସହିତ ସଂଯୋଗ କରିବା ଆଦି ସମସ୍ୟା ନେଇ କେତେକ ସଂଗଠନ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ରାଷ୍ଟ୍ରୀମନ୍ତ୍ରୀ ଟୁଡୁ ଶେଷରେ ତାଙ୍କ ସହିତ ଆସିଥିବା କେନ୍ଦ୍ରୀୟ ଅଧିକାରୀ ଓ ପୁରୀ, ଖୋର୍ଦ୍ଧା ଜଳସେଚନ ବିଭାଗର ଅଧିକାରୀ ଏବଂ ଡ୍ରେନେଜ୍‌ ବିଭାଗର ଅଧିକାରୀ, କଣାସ ବିଡିଓ ଲୋଚନ ଦାସ, ତହସିଲଦାର ଲକ୍ଷ୍ମୀଧର ମହାରଣାଙ୍କୁ ଡାକି କଣାସ ଅଞ୍ଚଳର ବନ୍ୟା ସମ୍ଯଯା କିପରି ସ୍ଥାୟୀ ପ୍ରତିକାର କରାଯାଇପାରିବ ତାହାର ଏକ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରିବାକୁ କହିଥିଲେ। ଏହି ମାଷ୍ଟରପ୍ଲାନ୍‌କୁ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ବନ୍ୟା ସମସ୍ୟାର ଶୀଘ୍ର ପ୍ରତିକାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସଭାରେ ଆଶ୍ରୀତ ପଟ୍ଟନାୟକ, ଯୁବନେତା ଓମ୍‌ପ୍ରକାଶ ମିଶ୍ର, କୃଷ୍ଣଚନ୍ଦ୍ର ଜଗଦ୍ଦେବ, ବିରଞ୍ଚିନାରାୟଣ ତ୍ରିପାଠୀ, ସୁରଥି ବିଶ୍ୱାଳ, ସୁଶୀଲକାନ୍ତ ରାଉତ, ଲକ୍ଷ୍ମୀଧର ଜଗଦ୍ଦେବ, ଲତାମଣୀ ଜଗଦ୍ଦେବ, ଉମାକାନ୍ତ ମିଶ୍ର ଓ ପ୍ରେମାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri