Posted inଜାତୀୟ

ସୀମାରେ ଖଣି ମାଫିଆ ଭୟ: ଖୋଳା ଯାଉଛି ସୁଡ଼ଙ୍ଗ

ଯୋଧପୁର, ୧୫।୯: ସୀମାରେ ଭାରତ ପାଇଁ ଚାଇନା ପାକିସ୍ତାନର ବିପଦ ରହିଛି। ତେବେ ଏହାଠାରୁ ଅଧିକ ବପଦ ସୃଷ୍ଟି କରୁଛନ୍ତି ଖଣି ମାଫିଆମାନେ। ରାଜସ୍ଥାନର ଭାରତ ପାକିସ୍ତାନ ସୀମାରେ ଖଣି ମାଫିଆମାନେ ଜିପ୍‌ସମ୍‌ ଲୋଭ ଆଶାରେ ୭୦ କିଲୋମିଟର ସୀମା ଅଞ୍ଚଳକୁ ଖୋଳି ଦେଇଛନ୍ତି। ଖଣି ମାଫିଆ ସୀମାର ୫୦୦ ମିଟର ପର୍ଯ୍ୟନ୍ତ ଜମି ଖୋଳି ଏଠାରେ ସୁଡ଼ଙ୍ଗ କରିଦେଇଛନ୍ତି। ଫଳରେ ଦେଶରେ ଆତଙ୍କବାଦୀ ଅନୁପ୍ରବେଶ ଆଶଙ୍କା ବଢ଼ିବାରେ ଲାଗିଛି। ୩୦ରୁ ୪୦ ସ୍ଥାନରେ ତାରବାଡ଼ର ୫୦୦ ମିଟର ପର୍ଯ୍ୟନ୍ତ ସୁଡ଼ଙ୍ଗ ଖୋଳାଯାଇଛି। ଏସବୁ ସୁଡ଼ଙ୍ଗର ଆକାର ୩୦ରୁ ୪୦ ଫୁଟ ବୋଲି କୁହାଯାଉଛି। ଜାତୀୟ ସବୁଜ ପ୍ରାଧିକରଣ ଅନୁସାରେ ବନ୍ୟପ୍ରାଣୀ ଅଞ୍ଚଳର ୧୦କିଲୋମିଟର ବ୍ୟାସ ମଧ୍ୟରେ କୌଣସି ଖନନ କରାଯିବ ନାହିଁ। ତେବେ ବିକାନେରର କୋଲାୟତ, ଖାଜୁଓ୍ବାଲା, ବଜ୍ଜୁ, ପୁଗଲ ଏବଂ ଦନ୍ତୋର ଅଞ୍ଚଳରେ ଏହି ଆଇନର ଖୋଲାଖୋଲି ଉଲ୍ଲଂଘନ ହେଉଛି। ଫଳରେ ଦେଶର ସୁରକ୍ଷା ବ୍ୟବସ୍ଥାରେ ପ୍ରଶ୍ନ ସୃଷ୍ଟି ହେବାରେ ଲାଗିଛି। ୨୦୧୬-୧୭ରେ ଖନନ ପାଇଁ ୨୦୧ ଅନୁମତି ପତ୍ର ଜାରି ହୋଇଥିଲା। ସେଥିମଧ୍ୟରୁ ୧୫୨ରେ ଖନନ ଆରମ୍ଭ ହୋଇଥିଲା। ଅନୁମତି ପତ୍ରରେ ଦେଢ଼ରୁ ଦୁଇ ମିଟର ପର୍ଯ୍ୟନ୍ତ ଜମି ଖୋଳିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଖନନକାରୀ ୫ରୁ୭ ମିଟର ପର୍ଯ୍ୟନ୍ତ ଜମି ଖୋଳି ଥିବା କୁହାଯାଉଛି। ଖଣି ମାଫିଆଙ୍କ କାର ଏସବୁ ଅଞ୍ଚଳରେ ବେଧଡ଼କ ଘୁରି ବୁଲୁଥିବାରୁ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ହୋଇପାରୁ ନ ଥିବା ବିଏସ୍‌ଏଫ୍‌ ପକ୍ଷରୁ କୁହାଯାଇଛି। ଏନେଇ ସରକାରଙ୍କୁ ବାରମ୍ବାର ଜଣାଇ ଦିଆଯାଇଥିବା ବିଏସ୍‌ଏଫ୍‌ କହିଛି। ଏସବୁ ଅଞ୍ଚଳରେ ୧୦, ୨୦, ୨୧ ଏବଂ ୨୨ ବିଏସ୍‌ଏଫ୍‌ ଶିବିର ରହିଛି। ଶିବିର ନିକଟରେ ମଧ୍ୟ ଖନନ ଜାରି ରହିଛି। ସୀମାରେ ବେଆଇନ ଖନନ ସମ୍ପର୍କିତ ଅଭିଯୋଗ ମିଳିବା ଖଣି ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ବିକାନେର ସର୍କଲ ସୁପରିଟେଣ୍ଡେଣ୍ଟ୍‌ ମାଇନିଂ ଇଞ୍ଜିନିୟର ଏନ୍‌.କେ. ବୈରଓ୍ବା ସୀମାରରେ ଜିପ୍‌ସମ୍‌ ଖନନ ରୋକିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି। ଖଣି ମାଫିଆଙ୍କୁ ବାଧା ଦିଆଯିବା ଆରମ୍ଭ ହୋଇଥିବା ମାଇନିଂ ଇଞ୍ଜିନିୟର ରାମ ନିଓ୍ବାସ ମଙ୍ଗଳ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri