ମେଗା ବଦଳରେ ମିନି ଷ୍ଟିଲ୍‌ ପ୍ଲାଣ୍ଟ

କେନ୍ଦୁଝର, ୧୧।୭(ଡି.ଏନ୍‌.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲାର ବଡବିଲ ତହସିଲ ଅନ୍ତର୍ଗତ କାରାଖେଣ୍ଡରାଠାରେ ଥିବା ରୁଙ୍ଗ୍‌ଟା ମାଇନ୍ସର ପୁର୍ବରୁ ଅବସ୍ଥିତ ଏକ ସ୍ପଞ୍ଜ ଆଇରନ କାରଖାନାକୁ ଷ୍ଟିଲ୍‌ ପ୍ଲାଣ୍ଟରେ ପରିଣତ କରିବା ପାଇଁ ଗତ ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଜିଲାରେ ଏକ ମେଗା ଇସ୍ପାତ ପ୍ଳାଣ୍ଟ ପ୍ରତିଷ୍ଠା ପାଇଁ ଦୀର୍ଘ ବହୁ ବର୍ଷ ଧରି ବିଭିନ୍ନ ସଂସ୍ଥା ଓ ଦଳ ପକ୍ଷରୁ ଆନ୍ଦୋଳନ ହୋଇ ଆସୁଥିଲା। ଜିଲାର ଖଣିଜ ସମ୍ପଦର ସୁବିନିଯୋଗ ପାଇଁ ମେଗା ଷ୍ଟିଲ୍‌ପ୍ଲାଣ୍ଟର ଆବଶ୍ୟକତା ରହିଥିବାବେଳେ ଏଠାରେ କାରଖାନା ନ କରି ଅନ୍ୟ ଜିଲା ଓ ରାଜ୍ୟରେ ଖଣି ସଂସ୍ଥାଗୁଡ଼ିକ ଇସ୍ପାତ କାରଖାନା କରିଛନ୍ତି। ଧୂଳିଧୂଆଁ ପ୍ରଦୂଷିତ ଛୋଟ ଛୋଟ ସ୍ପଞ୍ଜ କାରଖାନା ସ୍ଥାପନା ହେବା ଫଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ପାରିନାହିଁ ବରଂ ପ୍ରଦୂଷଣର ମାତ୍ରା ବଢିଛି।
ଏ ନେଇ ଆନ୍ଦୋଳନ ପରେ ଜିଲାରେ ମେଗା ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ୧୦ ମିଲିୟନ ଟନ୍‌ରୁ ଉର୍ଦ୍ଧ୍ୱ ଆର୍ସେଲର ମିତ୍ତଲ, ଉତ୍ତମ ଗାଲ୍‌ଭା ଓ ଷ୍ଟେରଲାଇଟ ସହ ଏମ୍‌ଓୟୁ ଦସ୍ତଖତ କରିଥିଲେ। କିନ୍ତୁ ସେ ସବୁ ସଂସ୍ଥା ମେଗା ଇସ୍ପାତ କାରଖାନା ନ କରି ଫେରିଗଲେ। ଏବେ ମିତ୍ତଲ,ଜେଏସ୍‌ଡ୍ଲ୍ୟୁ ଭଳି ବଡ଼ ବଡ଼ ସଂସ୍ଥା ଏକାଧିକ ଖଣି ପାଇଥିବାବେଳେ ସେମାନଙ୍କୁ ମେଗା ଷ୍ଟିଲ୍‌ ପ୍ରୋଜେକ୍ଟ ପ୍ରତିଷ୍ଠା ପାଇଁ କୁହା ନ ଯିବା ଏବଂ ରୁଙ୍ଗ୍‌ଟା ଭଳି କମ୍ପାନୀ ସହିତ ଏମ୍‌ଓୟୁ କରି ଏକ ୩ ମିଲିୟନ ଟନ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ଘୋଷଣା କରିବା ମେଗା ଇସ୍ପାତ କାରଖାନା ଦାବି ଅପୂରଣୀୟ ହୋଇ ରହିବ।
କେନ୍ଦୁଝର ଜିଲାର ଖଣିଜ ପଦାର୍ଥ ଉତ୍ତୋଳନ କରୁଥିବା ରୁଙ୍ଗ୍‌ଟା ମାଇନ୍ସ ଏହି କାରାଖେଣ୍ଡରାରେ ୭୯୨୦କୋଟି ଟଙ୍କା ବ୍ୟୟରେ ଏକ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ ଯେଉଁଥିରେ ୫,୨୩୪ ଜଣ ନିଯୁକ୍ତି ପାଇପାରିବେ ବୋଲି କୁହାଯାଉଛି ା ମାତ୍ର ଏହି କମ୍ପାନୀ ଢେଙ୍କାନାଳଠାରେ ୧୧ହଜାର କୋଟି ଟଙ୍କାରେ ଏକ ବଡ କାରଖାନା, କେନ୍ଦୁଝର ଜିଲାରୁ ଉନ୍ନତମାନର ଲୁହାପଥର ନେଉଥିବା ଟାଟା କମ୍ପାନୀ ଯାଜପୁରରେ ୪୭,୫୯୯ କୋଟି ଟଙ୍କାରେ ଓ ଏଠାରୁ ଲୁହାପଥର ନେଉଥିବା ଜିନ୍ଦଲ ଅନୁଗୋଳ ଜିଲାରେ ୨୪,୬୫୨କୋଟି ଟଙ୍କା ବ୍ୟୟରେ, ସମ୍ବଲପୁରଠାରେ ଭୂଷଣ ୫୫ହଜାର କୋଟି ଟଙ୍କାର କାରଖାନା କରୁଥବା ଜଣାପଡିଛି। ମାତ୍ର କେନ୍ଦୁଝର ଜିଲା ପାଇଁ ଷ୍ଟିଲ ପ୍ଲାଣ୍ଟ ଘୋଷଣା ଉପହାସ ବୋଲି ଆଲୋଚନା ହେଉଛି। ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କୁ ପଚାରିବାରୁ ରୁଙ୍ଗ୍‌ଟା କମ୍ପାନୀ ବର୍ତ୍ତମାନ ଛୋଟ କରି ପ୍ଲାଣ୍ଟ କରୁଛି ପରବର୍ତ୍ତୀ ସମୟରେ ଏହି କମ୍ପାନୀ ବଡ଼ ଆକାରରେ ହେବ। ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ ମଧ୍ୟ ଛୋଟରୁ ବଡ଼ ହୋଇଛି। ଏହି ସମୟରେ କାରଖାନା ହେବା ଜିଲାବାସୀଙ୍କ ପାଇଁ ଶୁଭସଙ୍କେତ ବୋଲି ସେ କହିଛନ୍ତି। ତେବେ ରୁଙ୍ଗ୍‌ଟା ଭଳି ସଂସ୍ଥା ଦ୍ୱାରା ପ୍ଲାଣ୍ଟ କରାଯିବା କେତେଦୂର ଯୁକ୍ତି ସଙ୍ଗତ ବୋଲି ଜିଲା ପ୍ରେସ୍‌ କ୍ଲବର ଉପସଭାପତି ପ୍ରଦୀପ ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ରେକର୍ଡସ୍ତରରେ ରୁପା ମୂଲ୍ୟ: ପ୍ରଥମଥର ଟପିଲା ୨.୫ ଲକ୍ଷ

ନୂଆଦିଲ୍ଲୀ,୨୯।୧୨:ବର୍ଷ ଶେଷ ହେବାର କିଛି ଦିନ ପୂର୍ବରୁ ରୁପା ମୂଲ୍ୟ ଇତିହାସ ସୃଷ୍ଟି କରିଛି। ଦେଶର ଫ୍ୟୁଚର୍ସ ବଜାରରେ ପ୍ରଥମ ଥର ପାଇଁ ରୂପା ମୂଲ୍ୟ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ରାତି ଅନିଦ୍ରା ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଆଉ ତା’ ପରେ…

ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪...

ବଡ଼ ଟ୍ରେନ ଦୁର୍ଘଟଣା: ୧୩ ମୃତ୍ୟୁ, ଟ୍ରେନ୍‌ରେ ଥିଲେ ୨୪୧ ଯାତ୍ରୀ

ମେକ୍ସିକୋ,୨୯।୧୨: ମେକ୍ସିକୋରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଦେଶର ଓଆକ୍ସାକା ରାଜ୍ୟରେ ଏକ ଅନ୍ତଃସାଗରୀୟ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଅତି କମରେ ୧୩...

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri