Posted inଫୁରସତ

ମିନି ସ୍କର୍ଟ ଫ୍ୟାଶନ

ମିନି ସ୍କର୍ଟର ଫ୍ୟାଶନ କେବେ ବି ଆଉଟ୍‌ ଅଫ୍‌ ଟ୍ରେଣ୍ଡ ହୁଏ ନାହିଁ। ଖାସ୍‌କରି ଖରାଦିନେ ତ ଏହାର ଚାହିଦା ବେଶ୍‌ ରହୁଥିବା ଦେଖିବାକୁ ମିଳେ। ତେବେ ଏହାକୁ କ୍ୟାରି କରିବା ସମୟରେ କିଛିଟା ଜରୁରୀ କଥା ଉପରେ ନଜର ଦେବା ନିହାତି ଆବଶ୍ୟକ…

* ଅଣ୍ଡର ଗାର୍ମେଣ୍ଟ୍ସ: ମିନି ସ୍କର୍ଟର ନାଁ ଉଠିବା ମାତ୍ରେ ମନ ଭିତରେ ଏକ ଛୋଟ ସ୍କର୍ଟର ଛବି ଆସିଯାଏ। ସେଥିପାଇଁ ଅନେକେ ଦ୍ୱନ୍ଦ୍ୱରେ ପଡିଯାନ୍ତି ଯେ, ଏହି ସ୍କର୍ଟ ସହିତ କେଉଁ ଧରଣର ଅଣ୍ଡର୍‌ ଗାର୍ମେଣ୍ଟ୍ସ ପିନ୍ଧିବା ଆବଶ୍ୟକ! ମିନି ସ୍କର୍ଟ ତଳେ ମୁଖ୍ୟତଃ ନ୍ୟୁଡ୍‌ ଶଟର୍‌ସ ପିନ୍ଧିବା ଦରକାର। ଯୁବତୀମାନେ ଚାହିଁଲେ ନିଜ ସ୍କର୍ଟର ରଙ୍ଗକୁ ମ୍ୟାଚିଂ କଲାଭଳି ଶଟର୍‌ସ ମଧ୍ୟ ଟ୍ରାଏ କରିପାରିବେ। ଏହା ସବୁ ଦୃଷ୍ଟିରୁ ସୁରକ୍ଷିତ ହୋଇଥାଏ।

* ନର୍ମାଲ୍‌ ଟପ୍ସ ପିନ୍ଧିପାରିବେ: ଯେହେତୁ ଆପଣ ମିନି ସ୍କର୍ଟ ପିନ୍ଧୁଛନ୍ତି, ତା’ସହିତ କେବେ ବି ବଡି ଫିଟିଙ୍ଗ୍‌ ହେଲା ଭଳି ଟପ୍ସ ପିନ୍ଧିବା ଠିକ୍‌ ନୁହେଁ। କାରଣ ଏହା ଆଖିକୁ ସେତେ ଭଲ ଦେଖାଯାଇ ନଥାଏ। ତେଣୁ ମିନି ସ୍କର୍ଟ ପିନ୍ଧିଲା ବେଳେ ଆପଣ ଚେଷ୍ଟା କରିବେ ଯେତେ ସମ୍ଭବ ନର୍ମାଲ୍‌ ଟପ୍ସ ପିନ୍ଧିବେ।

* ଜ୍ୟାକେଟ୍‌ ବି ଟ୍ରାଏ କରିପାରିବେ: ମିନି ସ୍କର୍ଟ ସହ କେବଳ ଟି-ଶାର୍ଟ କି ଟପ୍ସ ନୁହେଁ, ଯୁବତୀମାନେ ଚାହିଁଲେ ଟପ୍ସ ଉପରେ ଜ୍ୟାକେଟ୍‌ ମଧ୍ୟ ଟ୍ରାଏ କରିପାରିବେ। ତେଣିକି ସେ ଲେଦର୍‌ ହେଉ ଅବା ଡେନିମ୍‌ କିମ୍ବା ଅନ୍ୟ ଯେ କୌଣସି ଫ୍ୟାବ୍ରିକ୍‌ର ଜ୍ୟାକେଟ୍‌ ହେଉନା କାହିଁକି, ଏହା ଲୁକ୍‌କୁ ବେଶ୍‌ ଷ୍ଟାଇଲିଶ୍‌ କରି ଦେଇଥାଏ।

* ଶୁଜ୍‌ ବି ଲାଗିବ ଷ୍ଟାଇଲିଶ୍‌: ମିନି ସ୍କର୍ଟ ସହ ହିଲ୍‌ ପିନ୍ଧିବାର ଫ୍ୟାଶନ ଏବେ ଟିକେ ପୁରୁଣା ହୋଇଗଲାଣି। ଆପଣ ଚାହିଁଲେ ଏହା ସହିତ ମ୍ୟାଚିଂ କରି ଶୁଜ୍‌ ବି ପିନ୍ଧିପାରିବେ। କାରଣ ଏହା ଟ୍ରେଣ୍ଡି ଲୁକ୍‌ ଦେଇଥାଏ।
ମିନି ସ୍କର୍ଟର ବିଭିନ୍ନ ଭେରାଇଟି

* ଡେନିମ୍‌ ମିନି ସ୍କର୍ଟ: ଏହି ସ୍କର୍ଟ ଯୁବତୀଙ୍କୁ ୟୁଥ୍‌ ଲୁକ୍‌ ଦେଇଥାଏ। ଡେନିମ୍‌ ମିନି ସ୍କର୍ଟ ସହ ଆପଣ ଚାହିଁଲେ ମ୍ୟାଚିଂ କରି କ୍ରପ୍‌ ଟି-ଶାର୍ଟ ଏବଂ ତା’ଉପରେ ହାଫ୍‌ ସ୍ଲିଭ୍‌ର ଡେନିମ୍‌ ଜ୍ୟାକେଟ୍‌ ମଧ୍ୟ କ୍ୟାରି କରିପାରିବେ। କେବଳ ସେତିକି ନୁହେଁ, ଏହା ସହିତ ମାଚିଂ ହେଲା ଭଳି ସୁଜ୍‌ ପିନ୍ଧିଲେ ତ ଲୁକ୍‌ ଆହୁରି ଆକର୍ଷଣୀୟ ଲାଗିବ।

* ଲେଦର ମିନି ସ୍କର୍ଟ: ଲେଦର୍‌ର ମିନି ସ୍କର୍ଟ ବି ଯୁବତୀଙ୍କୁ ସ୍ମାର୍ଟ ଲୁକ୍‌ ଦେଇଥାଏ। ବିଶେଷକରି ମଷ୍ଟାର୍ଡ ୟେଲୋ କଲର୍‌ର ଲେଦର୍‌ ମିନି ସ୍କର୍ଟ ସହ ପୋଲ୍‌କା ଡଟ୍‌ ପ୍ର୍ରିଣ୍ଟ ହୋଇଥିବା କଳା ରଙ୍ଗର କଟନ୍‌ ଟି-ଶାର୍ଟ ପିନ୍ଧିଲେ କୁଲ୍‌ ଲୁକ୍‌ ମିଳିଥାଏ। ଯୁବତୀମାନେ ଚାହିଁଲେ ନିଜ ମନ ପସନ୍ଦର ଯେ କୌଣସି ରଙ୍ଗର ମିନି ସ୍କର୍ଟ ଓ ଟପ୍ସକୁ ଏହିଭଳି ଭାବେ ପେୟାର୍‌ କରି ମଧ୍ୟ ପିନ୍ଧିପାରିବେ।

* କଟନ୍‌ ମିନି ସ୍କର୍ଟ: ଖରାଦିନେ ପିନ୍ଧିବା ପାଇଁ କଟନ୍‌ ଫ୍ୟାବ୍ରିକ୍‌ ମିନି ସ୍କର୍ଟ ଏକ ଭଲ ଅପ୍ସନ ହୋଇଥାଏ। ଏହା କମ୍ଫଟେବଲ୍‌ ଲାଗିବା ସହ ଦେହକୁ ବେଶୀ ଗରମ ମଧ୍ୟ ଲାଗି ନଥାଏ। କଟନ୍‌ ମିନି ସ୍କର୍ଟ ସହ ଆପଣ ଚାହିଁଲେ ମ୍ୟାଚିଂ କରି କଟନ୍‌ ଟପ୍ସ ମଧ୍ୟ ପିନ୍ଧିପାରିବେ।

*ଷ୍ଟ୍ରାଇପ୍‌ ପ୍ରିଣ୍ଟ ମିନି ସ୍କର୍ଟ: ଏହି ପ୍ରିଣ୍ଟର ମିନି ସ୍କର୍ଟ ଆଖିକୁ ସୁନ୍ଦର ଦେଖାଯିବା ସହ ଯୁବତୀଙ୍କୁ ଆଉଟ୍‌ଷ୍ଟାଣ୍ଡିଂ ଲୁକ୍‌ ବି ଦେଇଥାଏ। ତେବେ ଏହି ପ୍ରିଣ୍ଟର ସ୍କର୍ଟ ସହ ଯେତେ ସମ୍ଭବ ପ୍ଲେନ୍‌ ଟପ୍ସ ବା ଟି-ଶାର୍ଟ ପିନ୍ଧିବେ ସେତେ ଭଲ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri