Posted inଜାତୀୟ

ଅନ୍ତର୍ଜାତୀୟ ଗଣମାଧ୍ୟମ କେନ୍ଦ୍ରରେ ମିନି-ଇଣ୍ଡିଆ

ନୂଆଦିଲ୍ଲୀ,୬ା୯(ପି.ଟି.): ଜି୨୦ ନେତାମାନଙ୍କ ସମ୍ମିଳନୀ ଆସନ୍ତା ୯ ଓ ୧୦ ତାରିଖରେ ନୂଆଦିଲ୍ଲୀର ଭାରତ ମଣ୍ଡପ କମ୍ପ୍ଲେକ୍ସରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ସେଠାରେ ବିଶାଳ ଅନ୍ତର୍ଜାତୀୟ ଗଣମାଧ୍ୟମ କେନ୍ଦ୍ର ସ୍ଥାପନ ହେବ, ଯେଉଁଠି ମିନି-ଇଣ୍ଡିଆକୁ ଜୀବନ୍ତ ଦେଖିବାକୁ ମିଳିବ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ମଙ୍ଗଳବାର କହିଛନ୍ତି। ଜି୨୦ ସମ୍ମିଳନୀର ସମସ୍ତ ବିବରଣୀକୁ ସାରା ବିଶ୍ୱରେ ପ୍ରସାରିତ କରିବାକୁ ଥିବା ଏହି ମିଡିଆ ସେଣ୍ଟରର ପ୍ରସ୍ତୁତିକୁ ଅନୁରାଗ ସମୀକ୍ଷା କରିଥିଲେ। ଜି୨୦ ସମିଟ୍‌ର ଖବର ସଂଗ୍ରହ ଲାଗି ରାଜଧାନୀ ଦିଲ୍ଲୀରେ ଦେଶ ବିଦେଶର ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ମିଡିଆ ସେଣ୍ଟରର ଆୟୋଜନ କରାଯାଉଛି। ସେଠାରେ ଦେଶର ତଥା ଅନ୍ତର୍ଜାତୀୟ ଗଣମାଧ୍ୟମ ଲାଗି ବ୍ରଡ୍‌ବ୍ୟାଣ୍ଡ ସଂଯୋଗ, ମିଡିଆ ଲାଉଞ୍ଜ, କିଓସ୍କ ଆଦି ବିଭିନ୍ନ ସୁବିଧା ରହିବ। ଉକ୍ତ ସେଣ୍ଟରରେ ୩,୦୦୦ରୁ ଊର୍ଦ୍ଧ୍ୱ ଗଣମାଧ୍ୟମ ପ୍ରତିନିଧିଙ୍କ ରହିବା ବ୍ୟବସ୍ଥା ହେଉଛି। ଓ୍ବାନ୍‌-ଅନ୍‌-ଓ୍ବାନ୍‌ ସାକ୍ଷାତ୍‌କାର ଲାଗି ଛୋଟ ମିଡିଆ ବୁଥ୍‌ ଏବଂ ୫୦, ୧୦୦ ତଥା ୩୦୦ ଲୋକ ବସିବା ପାଇଁ ବିଭିନ୍ନ ସାମର୍ଥ୍ୟର ମିଡିଆ ବ୍ରିଫିଙ୍ଗ୍‌ ରୁମ୍‌ ରହିବ। ଜି୨୦ ସମିଟ୍‌ର ସମସ୍ତ ବିବରଣୀ ଅଲ୍‌ଟ୍ରା ହାଇ ଡେଫିନେଶନ (ୟୁଏଚ୍‌ଡି) ଏବଂ ୪କେ ବ୍ରଡ୍‌କାଷ୍ଟ ପ୍ରଯୁକ୍ତିରେ ରେକର୍ଡ କରାଯିବ, ଯାହା ଦେଶରେ ପୂର୍ବରୁ କେବେ ହୋଇ ନ ଥିଲା ବୋଲି ମନ୍ତ୍ରୀ ଅନୁରାଗ କହିଛନ୍ତି।
ଡିଜିଟାଲ ଅର୍ଥନୀତିରେ ଭାରତର ପ୍ରଗତି, ସାଂସ୍କୃତିକ ବିବିଧତା, ହସ୍ତଶିଳ୍ପ ଓ କାରିଗରୀକୁ ପ୍ରଦର୍ଶିତ କରିବା ଲାଗି ସମ୍ମିଳନୀ ଅବସରରେ ‘ଗୋଟିଏ ଜିଲା ଗୋଟିଏ ଉତ୍ପାଦ’ ଇନିସିଏଟିଭ୍‌ରେ ଅନେକ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ସେହିପରି ମାନବ ଇତିହାସରେ ପ୍ରଥମ ସଂସଦ ଅନୁଭବ ମଣ୍ଡପମ୍‌ ସମୟରୁ ଦେଶରେ ଗଣତନ୍ତ୍ରର କ୍ରମବିକାଶକୁ ମଧ୍ୟ ପ୍ରଦର୍ଶିତ କରାଯାଉଛି। ତେଣୁ ଭାରତ ମଣ୍ଡପମ୍‌ କମ୍ପ୍ଲେକ୍ସରେ ମିନି-ଇଣ୍ଡିଆ ଆବିର୍ଭାବ ହୋଇଛି। ଏଠାରେ ଅତିଥିମାନେ ତାମିଲନାଡୁର ମନ୍ଦିରଠାରୁ ଆରମ୍ଭ କରି ରାଜସ୍ଥାନର ସଂସ୍କୃତି, ହିମାଚଳପ୍ରଦେଶର ପର୍ବତମାଳାକୁ ଦେଖିବାର ସୁଯୋଗ ପାଇବେ। ଏଠାରେ ପ୍ରତି ରାଜ୍ୟ ସେମାନଙ୍କ ସଂସ୍କୃତି ପ୍ରଦର୍ଶିତ କରିବେ। ଏହା ବ୍ୟତୀତ ସେଠାରେ ଏକ ଗ୍ରୀନ୍‌ ଓ୍ବାଲ୍‌ ପ୍ରସ୍ତୁତ କରାଯାଇଛି, ଯେଉଁଠି ଯେକେହି ଦେଶର ଯେକୌଣସି ଭାଗକୁ ବାଛି ସେଠାରେ ନିଜ ଫଟୋ ଉଠାଇପାରିବେ ବୋଲି ମନ୍ତ୍ରୀ ଅନୁରାଗ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ସ୍ବାଧୀନତା ଦିବସରେ ଲାଲ୍‌କିଲ୍ଲାରେ ପ୍ରଥମଥର ଘଟିବ ଏମିତି: ଘୋଷଣା କଲେ ସରକାର

ନୂଆଦିଲ୍ଲୀ, ୧୦ା୮:ଆସନ୍ତା ୧୫ ତାରିଖ ସ୍ବାଧୀନତା ଦିବସ ପାଳନ ବେଳେ ଦିଲ୍ଲୀର ଲାଲ୍‌କିଲ୍ଲାରେ ପ୍ରଥମ ଥର ପାଇଁ ଜାତୀୟ ଗାନ ‘ବନ୍ଦେ ମାତରମ୍‌’ ଗାୟନ କରାଯିବ। ୨୦୪୭…

ଓଟିପି, ପାସୱାର୍ଡ ଦେଉଥିଲେ ସାବଧାନ: ସାଇବର ଠକେଇରୁ ସତର୍କ ରହିବାକୁ ଛାତ୍ରୀଛାତ୍ରଙ୍କୁ…

ବଞ୍ଚୋ, ୧୦।୮8(ପ୍ରଦୋଷ ବିଶ୍ୱାଳ ): ଦିନକୁ ଦିନ ସାଇବର ଅପରାଧ ଓ ଅନଲାଇନ ଠକେଇ ବଢ଼ିଚାଲିଥିବା ବେଳେ ଏନେଇ ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ଆନନ୍ଦପୁର…

୩ ନାବାଳିକାଙ୍କୁ ଆନ୍ଧ୍ରପ୍ରଦେଶ ନେଉଥିଲେ ଦଲାଲ: ମାଡ଼ିବସିଲା ଶିଶୁ ସୁରକ୍ଷା ବିଭାଗ

ଛତ୍ରପୁର,୧୦।୮(ଦିଲ୍ଲୀପସାମଲ/ଦ୍ୱାରିକା ପଟ୍ଟନାୟକ): ଆନ୍ଧ୍ରପ୍ରଦେଶର ଗୁଡ଼ିୱାଡା ଅଞ୍ଚଳର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିବା ପାଇଁ ଚାଲାଣ ହେଉଥିବା ୩ ଜଣ ନାବାଳିକାଙ୍କୁ ଛତ୍ରପୁର ରେଳ ଷ୍ଟେଶନରୁ ଉଦ୍ଧାର…

ସର୍ପ ଦଂଶନରେ ୨ ମାସର ଶିଶୁ ପୁତ୍ର ମୃତ, ବାପା ଅସୁସ୍ଥ: ଚିକିତ୍ସା ନ କରାଇ ଶିଶୁକୁ ପୋତିଦେଲେ…

ଦେବଗଡ,୧୦ା୮(ଶଶାଙ୍କ ଶେଖର ଝାଙ୍କର): ସର୍ପ ଦଂଶନରେ ୨ ମାସର ଶିଶୁପୁତ୍ର ମୃତ, ବାପା ଅସୁସ୍ଥ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିିଛି ଦେବଗଡ ଜିଲାର…

ନକଲି ଆଇଏଏସ୍‌ ଅଫିସର ଗିରଫ

ନୂଆଦିଲ୍ଲୀ, ୧୦ା୮: ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ଗୁପ୍ତ ଏଜେଣ୍ଟ ବୋଲି ପରିଚୟ ଦେଉଥିବା ଜଣେ ନକଲି ଆଇଏଏସ୍‌ ଅଫିସରଙ୍କୁ ପୋଲିସ ସୋମବାର ଗିରଫ…

ଶକ୍ତିଶାଳୀ ଭୂକମ୍ପ ଅନୁଭୂତ: ଭୟରେ ଘର ଛାଡ଼ି ପଳାଇଲେ ଲୋକେ

ବୋଗୋଟା, ୧୦।୮: ପଶ୍ଚିମ କୋଲମ୍ବିଆରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହା ୭.୬ ତୀବ୍ରତାର ଏହି ଭୂକମ୍ପ ଯୋଗୁ ଆମେରିକୀୟ ଦେଶ କୋଲମ୍ବିଆ ଏବଂ ଏହାର…

ରାଜ୍ୟଗୋଷ୍ଠୀ ଫେନ୍‌ସିଂରେ ଭାରତ ଜିତିଲା ୧୭ ପଦକ

ନୂଆଦିଲ୍ଲୀ,୧୦ା୮: ନାଇଜେରିଆର ଲାଗୋସରେ ଚାଲିଥିବା ୨୩ ବର୍ଷରୁ କମ୍‌ ରାଜ୍ୟଗୋଷ୍ଠୀ ଫେନ୍‌ସିଂ ଚାମ୍ପିୟନଶିପ୍‌ରେ ଭାରତ ଉଭୟ ପୁରୁଷ ଓ ମହିଳା ବିଭାଗରେ ଆଧିପତ୍ୟ ବିସ୍ତାର କରିଛି। ଇଭେଣ୍ଟର…

ଶକ୍ତିଶ୍ରୀ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ: ଛାତ୍ରୀମାନଙ୍କୁ ସଚେତନ କରାଇଲେ…

ଦିଗପହଣ୍ଡି, ୧୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ କଲେଜ ଶକ୍ତିଶ୍ରୀ ସଶକ୍ତିକରଣ ସେଲ ପକ୍ଷରୁ ଗତ ଜୁଲାଇ ୩୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri