ମନ ତୋହର ନିଜ ଗୁରୁ

ଡ. ନରେନ୍ଦ୍ର ସେଠୀ

 

ମନ ତୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ। ଭାଗବତର ଏହି ଅମୂଲ୍ୟ ଦୁଇ ଧାଡ଼ିର ଅର୍ଥ ହେଲା ଆମେ ନିଜେ ନିଜର ଗୁରୁ ବା ମନ ହିଁ ମଣିଷକୁ ବାଟ ଦେଖେଇ ଥାଏ। ଅର୍ଥାତ୍‌ ଯଦି ଅନ୍ୟର ମନ ଭିତରେ କ’ଣ ଅଛି ଜାଣି ହୁଅନ୍ତା ଅନେକ ଭୁଲ୍‌ ବୁଝାମଣା ଦୂରେଇ ଯାଆନ୍ତା। ଯେ କୌଣସି ଜିନିଷ ଛୁଇଁବା, ସ୍ବାଦକୁ ଚାଖିବା କିମ୍ବା ସୁଖ ଦୁଃଖ ଅନୁଭବ ଆମେ ମସ୍ତିଷ୍କ ସାହାଯ୍ୟରେ କରିଥାଉ। ନିମିଷକ ମଧ୍ୟରେ ଆମ ଶରୀରର ସ୍ନାୟୁତନ୍ତ୍ର ବିଦ୍ୟୁତ ଚୁମ୍ବକୀୟ ତରଙ୍ଗ ସାହାଯ୍ୟରେ ମସ୍ତିଷ୍କକୁ ଏ ବିଷୟରେ ଖବର ଦିଏ ଓ ମସ୍ତିଷ୍କ ଶରୀରକୁ ଅବଗତ କରାଇଥାଏ। ଅର୍ଥାତ୍‌ ମସ୍ତିଷ୍କ ଭିତରେ ଥିବା ଯଦି ସେଇ ବିଦ୍ୟୁତ ଚୁମ୍ବକୀୟ ତରଙ୍ଗଙ୍କୁ ପଢ଼ି ହେଲା ତା’ହେଲେ ଜଣେ କ’ଣ ଭାବୁଛି ସହଜରେ ଜାଣି ହେବ। ଏହାକୁ ଟେଲିପ୍ୟାଥି ବା ମାନସିକ ଦୂର ସଞ୍ଚାର କୁହାଯାଏ। ପୂର୍ବରୁ ଟେଲିପ୍ୟାଥି ଜରିଆରେ ଭାବନାର ଆଦାନ ପ୍ରଦାନ କରିବା ଅସମ୍ଭବ କିମ୍ବା ଏକ ଯାଦୁଗରର ଚମତ୍କାର ଭଳି ବୋଲି ଲାଗୁଥିଲା। କିନ୍ତୁ ବିଜ୍ଞାନ ଏହାକୁ ଭୁଲ୍‌ ପ୍ରମାଣ କରୁଛି। ଟେଲିପ୍ୟାଥି ବର୍ତ୍ତମାନ ଅନେକ ବିଦ୍ୟାଳୟ ଗୁଡ଼ିକରେ ଅନୁସନ୍ଧାନର ବିଷୟ ପାଲଟିଛି, ଯେଉଁଠାରେ ବୈଜ୍ଞାନିକମାନେ ଉନ୍ନତ ସେନ୍‌ସର ବ୍ୟବହାର କରି ମଣିଷ ମସ୍ତିଷ୍କରେ ତିଆରି ହେଉଥିବା ଶବ୍ଦ, ଚିତ୍ର ଏବଂ ଚିନ୍ତାଧାରାକୁ ପଢ଼ିବା ପାଇଁ ସକ୍ଷମ ହୋଇଛନ୍ତି। ଏହି ଯୁଗାନ୍ତକାରୀ ସଫଳତା ହୃଦ୍‌ଘାତ କିମ୍ବା ଦୁର୍ଘଟଣାର ଶିକାର ହୋଇ କେବଳ ମସ୍ତିଷ୍କ ଛଡ଼ା ସବୁ ଅଚଳ ହୋଇଥିବା ଲୋକମାନଙ୍କ ପାଇଁ ବରଦାନ ପାଲଟିବ। ସେମାନେ ମନରେ ଭାବି ଆମ ସହ ସ୍ପଷ୍ଟ ଭାବରେ ଭାବର ଆଦାନ ପ୍ରଦାନ କରିପାରିବେ। କେବଳ ଏତିକି ନୁହେଁ, ଟେଲିପ୍ୟାଥି ଯୋଗୁ କମ୍ପ୍ୟୁଟର ସହିତ ଆମର ଚିରାଚରିତ ମାଉସ ଓ ସ୍ବର ନିର୍ଦ୍ଦେଶ ବଦଳରେ ଆମେ ମାନସିକ ଭାବରେ ନିର୍ଦ୍ଦେଶ ପ୍ରଦାନ କରିପାରିବା। ଏହାର ଅର୍ଥ ହେଉଛି ଫୋନ କରି ଲୋକଙ୍କୁ ଡାକିବା, କ୍ରେଡିଟ କାର୍ଡ ବିଲ୍‌ ପୈଠ କରିବା, କାର ଚଳାଇବା, ମିଟିଂ ପାଇଁ ସମୟ ଚିଠା ପ୍ରସ୍ତୁତ କରିବା, ସଂଗୀତ ତିଆରି କରିବା ଇତ୍ୟାଦି ସବୁ କାର୍ଯ୍ୟ କମ୍ପ୍ୟୁଟର ସହିତ ମନର ଶକ୍ତି ବ୍ୟବହାର କରି ସମ୍ଭବ ହୋଇପାରିବ।
ବିଜ୍ଞାନଭିତ୍ତିକ କାଳ୍ପନିକ ସିନେମାରେ ଦେଖିଥିବା ଟେଲିପ୍ୟାଥି କରିବା ପାଇଁ ସାଧାରଣତଃ ବାହ୍ୟ ସାହାଯ୍ୟର ଲୋଡ଼ା ପଡ଼ିଥାଏ କିନ୍ତୁ ବିଜ୍ଞାନ ଅନୁସାରେ ଆମ ମସ୍ତିଷ୍କ ବୈଦ୍ୟୁତିକ ତରଙ୍ଗରେ କାମ କରିଥାଏ ଓ ଇଲେକ୍ଟ୍ରୋନର ଗତି ବେଳେ ବିଦ୍ୟୁତ ଚୁମ୍ବକୀୟ ତରଙ୍ଗ ତିଆରି ହୋଇଥାଏ। ଏହି ବିଦ୍ୟୁତ୍‌ ତରଙ୍ଗ ଏତେ ନଗଣ୍ୟ ଯେ ଏହାକୁ ମାପିବା କଷ୍ଟକର। ଏହାକୁ ମାପିବା ପାଇଁ ବୈଜ୍ଞାନିକମାନେ ଏବେ ଅତି ଆଧୁନିକ ଇସିଜି ମେଶିନ ବ୍ୟବହାର କରି ଜଣେ ବ୍ୟକ୍ତି ମନ ଭିତରେ କ’ଣ କଳ୍ପନା କରୁଛି ତା’ର ପାଖାପାଖି ଅନୁମାନ କରିବାରେ ସକ୍ଷମ ହୋଇଛନ୍ତି। ଟେଲିପ୍ୟାଥି ବିଷୟରେ ସବୁଠୁ ବେଶି ଗବେଷଣା ଆମେରିକାର କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ଚାଲିଛି, ଯୋଉଠି ବୈଜ୍ଞାନିକମାନେ ମଣିଷ ମନର ଭଡିଓ ଚିତ୍ର ଉତ୍ତୋଳନ କରିବାରେ ସକ୍ଷମ ହୋଇ ସାରିଲେଣି। ଅର୍ଥାତ୍‌ ମଣିଷ ମନକୁ ପଢ଼ି ଚିତ୍ର ଆକାରରେ ପ୍ରକାଶ କରିବାର ଅପୂର୍ବ ସଫଳତା ଏକ ଯୁଗାନ୍ତକାରୀ ଘଟଣା କହିଲେ ଭୁଲ୍‌ ହେବନି। ଏହି ପଦ୍ଧତିରେ ଜଣେ ସ୍ବେଚ୍ଛାସେବୀକୁ ଶୁଆଇ ଦେଇ ଏମ୍‌ଆର୍‌ଆଇ ମେଶିନ ଭିତରକୁ ପୂରେଇଦିଆଯାଏ ଓ ତାକୁ ବିଭିନ୍ନ ପ୍ରକାରର ସିନେମା କ୍ଲିପ, ଚିତ୍ର ଇତ୍ୟାଦି ଦେଖିବାକୁ ଦିଆଯାଏ। ଲୋକ ଜଣକ ଘଣ୍ଟା ଘଣ୍ଟା ହଲଚଲ ନ ହୋଇ ସ୍ଥିର ଭାବରେ ସେ ଚିତ୍ର ଓ ଭିଡିଓ କ୍ଲିପ ଦେଖେ। ଏହି ସମୟରେ ଶୋଇଥିବା ଲୋକର ମସ୍ତିଷ୍କ ଭିତରେ ରକ୍ତ ସଞ୍ଚାଳନର ଥ୍ରୀଡି ଚିତ୍ର ଏମ୍‌ଆର୍‌ଆଇ ମେଶିନ ସାହାଯ୍ୟରେ ରେକର୍ଡ କରାଯାଏ। ଭିଡିଓ ଓ ଚିତ୍ର ଦେଖିବା ବେଳେ ମସ୍ତିଷ୍କ ଭିତରେ ହେଉଥିବା ପ୍ରତିକ୍ରିୟାକୁ ଏମ୍‌ଆର୍‌ଆଇ ମେଶିନ ଚିତ୍ର ଆକାରରେ ରେକର୍ଡ କରି ରଖେ ଓ ଏହାକୁ ବୈଜ୍ଞାନିକମାନେ ଏକ ଗାଣିତିକ ସମୀକରଣ ସାହାଯ୍ୟରେ ପଢ଼ିବାରେ ସକ୍ଷମ ହୋଇପାରିଛନ୍ତି। ଫଳରେ ଜଣଙ୍କ ମନରେ ଅଚାନକ ତିଆରି ହେଉଥିବା ଚିତ୍ରକୁ ମଧ୍ୟ ଠାବ କରାଯାଇପାରୁଛି।
ଜଣେ କ’ଣ ଭାବୁଛି ତାହା ପଢ଼ିବା ପାଇଁ ମଣିଷର ଖପୁରିର ଏକ ଅଂଶ କାଢ଼ି ତା’ ଭିତରେ ଇଲେକ୍ଟ୍ରୋଡ୍‌କୁ ରଖାଯାଏ; ଯାହା ମସ୍ତିଷ୍କରେ ତିଆରି ହେଉଥିବା ବିଦ୍ୟୁତ୍‌ ତରଙ୍ଗଗୁଡ଼ିକୁ ସିଧାସଳଖ ମାପିପାରେ। ଏହି ସବୁ ଗବେଷଣାର ଅନେକ ସୁଫଳ ସମାଜକୁ ମିଳିବ। ମସ୍ତିଷ୍କର ବିଦ୍ୟୁତ୍‌ ତରଙ୍ଗଙ୍କୁ ଅଧ୍ୟୟନ କରି କିଛି ମିନିଟ୍‌ ମଧ୍ୟରେ ଅନେକ ଦୁରାରୋଗ୍ୟକୁ ଚିହ୍ନଟ କରି ହେବ। ଜଣେ ୦ କ’ଣ ଭାବୁଛି ତାହା ଜାଣିଲା ପରେ ବୈଜ୍ଞାନିକମାନେ ଅନେକ କିଛି କରିପାରିବେ। ବ୍ୟକ୍ତିଜଣକ ଆତ୍ମହତ୍ୟା, ଚୋରି କିମ୍ବା କିଛି ଅଘଟଣ କରିବାକୁ ଚାହୁଁଛି ତାହା ଜଣାପଡ଼ିଯିବ। ତେଣୁ ଅନ୍ୟର ମସ୍ତିଷ୍କ ପଢ଼ି ଆତ୍ମହତ୍ୟା ଭଳି ଘୃଣ୍ୟ କାମକୁ ଅଟକେଇ ହେବ। ଏହାଦ୍ୱାରା ଭବିଷ୍ୟତରେ ମାନସିକ ରୋଗରେ ପୀଡ଼ିତ ଲୋକଙ୍କ ସଫଳ ଚିକିତ୍ସା ମଧ୍ୟ କରିହେବ। କାରଣ ବର୍ତ୍ତମାନ ଏହାର ଠିକ ସଫଳ ଚିକିତ୍ସା ନାହିଁ କହିଲେ ଚଳେ। ବିନା କିଛି ଔଷଧରେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିର ମସ୍ତିଷ୍କକୁ ବୈଦ୍ୟୁତିକ ତରଙ୍ଗ ସାହାଯ୍ୟରେ ଚିକିତ୍ସା କରିହେବ। ଅର୍ଥାତ୍‌ ଭବିଷ୍ୟତରେ ଆମ ଆଗରେ ଛିଡ଼ା ହୋଇଥିବା ମଣିଷକୁ ଅନେଇବା ମାତ୍ରେ ସେ କ’ଣ ଭାବୁଛି, କ’ଣ କରିବାକୁ ଯାଉଛି ଓ ତା’ର ରୁଚି କ’ଣ ଆମେ ନିମିଷକେ ଜାଣିପାରିବା। ତା’ମାନେ ଅପରାଧ ଓ ଆପରାଧିକତା ମାନସିକତା ଉପରେ ଅଙ୍କୁଶ ଆପେ ଆପେ ଲାଗିବ। ଏହି ଜ୍ଞାନ କୌଶଳର ବ୍ୟାପକ ବ୍ୟବହାର ଆମର ନିତିଦିନିଆ ଜୀବନରେ ହେବାକୁ ଯାଉଛି। ପ୍ରଚଣ୍ଡ ସମ୍ଭାବନା ଥିବା ଏହି ଜ୍ଞାନକୌଶଳ ଉପରେ ଗବେଷଣା କରିବାକୁ ଏବେ ଅନେକ ଘରୋଇ ପ୍ରତିଷ୍ଠାନ ଆଗେଇ ଆସିଲେଣି।
ଯଦୁଗୁଡ଼ା, ପୂର୍ବ ସିଂଭୁମ, ଝାଡ଼ଖଣ୍ଡ
ମୋ:୦୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri