ସହଜେ ବୁଝେନା ମନ

ପରିଣିତି ଚୋପ୍ରା ଖୁବ୍‌ଶୀଘ୍ର ଘର ସଂସାର କରିବେ। ସାଂସଦ ରାଘବ ଚଢ଼ାଙ୍କ ସହ ତାଙ୍କର ରିଂ ସେରିମନି ନିକଟରେ ଶେଷ ହୋଇଛି। ପରିଣିତିଙ୍କ ଗୋଟିଏ ଆଶା ପୂରଣ ନ ହେଲେ ତାଙ୍କ ମନ ବୁଝି ନ ଥାଏ। ତାହା କ’ଣ ଜାଣନ୍ତି?
ଜୋତା କିଣିବା। ପଢ଼ିବା ସମୟରୁ ତାଙ୍କର ଏଥିପ୍ରତି ଆଗ୍ରହ ରହିଆସିଛି। ନିଜର ଏଭଳି ରୁଚି ସମ୍ପର୍କରେ ସେ କହନ୍ତି, ‘ନୂଆ ବ୍ରାଣ୍ଡର ଜୋତା ଦେଖିଲେ ତାହାକୁ ନ କିଣି ମୁଁ ରହିପାରେନା। ତେଣୁ ବଜାରକୁ କେଉଁ ନୂଆ ଜୋତା ଆସୁଛି ସେ ନେଇ ମୁଁ ସବୁବେଳେ ଅପଡେଟ୍‌ ଥାଏ। ପୁଣି ସେଥିରୁ ହଳେ ନୁହେଁ, ଯଦି ମନ ମାନିଲା ତେବେ ୫-୬ ହଳ ଏକାଥରେ କିଣିଆଣିଥାଏ।’ ପରିଣିତିଙ୍କର ପ୍ରଥମ ସିନେମା ଥିଲା ‘ଲେଡିଜ ଭର୍ସେସ ରିକି ବହଲ’। ୨୦୧୧ରେ ମୁକ୍ତିଲାଭ କରିଥିବା ରୋମାଣ୍ଟିକ-କମେଡି କାହାଣୀ ଉପରେ ଆଧାରିତ ଚିତ୍ରଟି ଯଦିଓ ବକ୍ସ ଅଫିସରେ ଫ୍ଲପ୍‌ ହୋଇଥିଲା, ହେଲେ ଏହା ତାଙ୍କ ପାଇଁ ବେଶ୍‌ ଶୁଭପ୍ରଦ ଥିଲା। କାରଣ ନିଜର ପ୍ରଥମ ସିନେମା ପାଇଁ ତାଙ୍କୁ ୧୦ଟି ପୁରସ୍କାର ମିଳିଥିଲା। ବିଶେଷଭାବରେ ଏଥିରେ ତାଙ୍କର ଅଭିନୟକୁ ଦର୍ଶକମାନେ ଖୁବ୍‌ ପ୍ରଶଂସା କରିଥିଲେ। କଲେଜ କ୍ୟାରିୟର ଶେଷ ହେବା ପରେ ଅଭିନୟ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ପରିଣିତି। କିନ୍ତୁ କେତେକ କାରଣରୁ ସେ ୟଶରାଜ ଫିଲ୍ମସରେ ଜଣେ ପି.ଆର. କନସଲଟାଣ୍ଟ ଭାବରେ କିଛି ବର୍ଷ କାମ କରିଥିଲେ। ବାହାରକୁ ଗଲାବେଳେ ସେ ସାଙ୍ଗରେ ଲିପ୍‌ ବାମ୍‌ ଏବଂ ଫେସ୍‌ଓ୍ବାଶ ନେବାକୁ ଭୁଲି ନ ଥାନ୍ତି। ତାଙ୍କ ଅଭିନୀତ ପ୍ରମୁଖ ସିନେମାଗୁଡିକ ମଧ୍ୟରେ ରହିଛି- ‘ଇସ୍କଜାଦେ’, ‘ଶୁଦ୍ଧ ଦେଶୀ ରୋମାନ୍ସ’, ‘ହସି ତୋ ଫସି’, ‘ମେରି ପ୍ୟାରି ବିନ୍ଦୁ’, ‘ନମସ୍ତେ ଇଂଲଣ୍ଡ’, ‘ଦ ଗର୍ଲ ଅନ ଦ ଟ୍ରେନ୍‌’, ‘ସାଇନା’ ଏବଂ ‘ଉଚ୍ଚାଇ’। ଅନ୍ୟପକ୍ଷରେ ସେ ଅଭିନୟ କରିଥିବା ‘ଚମ୍‌କିଲା’ର ଶୁଟିଂ ନିକଟରେ ଶେଷ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଲା ଇରାନ; ନା ସଭ୍ୟତା, ନା ଇତିହାସ….

ତେହରାନ,୫ା୭: ଡୋନାଲ୍ଡ ଟ୍ରମ୍ପଙ୍କ ନିରନ୍ତର ବୟାନବାଜି ଉପରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଟ୍ରମ୍ପ ଦାବି କରିଥିଲେ ଯେ ସେ ଦେଶର ବରିଷ୍ଠ ନେତାମାନଙ୍କୁ…

ପାରାଗୁଏକୁ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଫ୍ରାନ୍ସ

ଫିଲାଡେଲଫିଆ, ୫ା୭: ପେନାଲ୍ଟି କିକ୍‌ରୁ କିଲିଆନ ଏମ୍‌ବାପେଙ୍କ ଗୋଲ ବଳରେ ରବିବାର ଖେଳାଯାଇଥିବା ରାଉଣ୍ଡ ଅଫ୍‌-୧୬ ମ୍ୟାଚ୍‌ରେ ଫ୍ରାନ୍ସ ୧-୦ ଗୋଲରେ ପାରାଗୁଏକୁ ପରାସ୍ତ କରି କ୍ୱାର୍ଟର…

ବର୍ଷାରେ ବେହାଲ କେସିଙ୍ଗା, ରେଳ ଷ୍ଟେଶନରେ ପାଣି ଗଳୁଥିବାରୁ ଯାତ୍ରୀ ହନ୍ତସନ୍ତ

କେସିଙ୍ଗା,୫।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନକୁ ଗତ ମାସ ୨୬ ତାରିଖରେ ଜେନେରାଲ ମେନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆର…

ସମ୍ପତ୍ତି ପାଇଁ ସୈତାନ ସାଜିଲେ ଆପଣା ଭାଇ: ପରସ୍ପରକୁ ହତ୍ୟା ଉଦ୍ୟମ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମରେ ଗତ ଏପ୍ରିଲ ୨୧ ତାରିଖ  ସକାଳେ ପୈତୃକ ସମ୍ପତ୍ତି ପାଇଁ ପାରିବାରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri