ଚୋରା ଚାଲାଣ ବେଳେ ଲକ୍ଷାଧିକ ଟଙ୍କାର କଫ୍‌ ସିରଫ୍‌ ଜବତ

ଝାରସୁଗୁଡ଼ା ଅଫିସ୍‌,୨୭।୩: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁରରୁ ଏକ ବୋଲେରୋରେ କଫ୍‌ ସିରଫ୍‌ ବୋଝେଇ ହୋଇ ଝାରସୁଗୁଡ଼ା ଆସୁଥିବା ବେଳେ ପୋଲିସ ହାତରେ ଧରାପଡିଛି। ପୋଲିସ ଘଟଣାରେ ସମ୍ପୃକ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସମ୍ବଲପୁର ବଡବଜାରର ଅମିତ ସାହୁ(୨୯), ଝାରସୁଗୁଡା ମଙ୍ଗଳବଜାରର ଏସ୍‌.କେ. ଅମଜାଦ୍‌(୩୭), ମହମ୍ମଦ ଗୁଲାମ ଅସ୍‌ରଫ୍‌(୨୯), ଝାରସୁଗୁଡା ମିଶ୍ରଗଳିର ଅଙ୍କୁଶ ଭଗତ(୨୮), ଝାରସୁଗୁଡା ରେଲ୍‌ଓ୍ବେ କଲୋନୀର ଭରତ ସିଂହ ଯାଦବ(୨୯)। ଏମାନଙ୍କ ନିକଟରୁ ପୋଲିସ ଓଆର୍‌୨୩ ଡି-୮୫୯୮ନଂ. ବୋଲେରୋ,୧୦ପ୍ୟାକେଟ୍‌ କଫ୍‌ ସିରଫ୍‌ ଓ ୩ଟି ମୋବାଇଲ୍‌ ଫୋନ ଜବତ କରିଛି। ଜବତ କଫ୍‌ ସିରଫ୍‌ର ମୂଲ୍ୟ ୧ଲକ୍ଷ ୩୨ହଜାର ହେବ। ଏ ନେଇ ଝାରସୁଗୁଡା ଟାଉନ୍‌ ଥାନାରେ ଏକ ମାମଲା(ନଂ.୧୫୩/୨୧) ରୁଜୁ ହୋଇଛି।
ଏସ୍‌ପି ବିକାଶ ଚନ୍ଦ୍ର ଦାଶ ଖବରଦାତା ସମ୍ମିଳନୀରେ କହିଛନ୍ତି, ଆଗକୁ ହୋଲି ଥିବାରୁ ବାହାର ଜିଲାରୁ ଝାରସୁଗୁଡାକୁ କଫ୍‌ ସିରଫ୍‌ ଚାଲାଣ ହେବାନେଇ ସୂଚନା ମିଳିଥିଲା। ଏନେଇ ଝାରସୁଗୁଡ଼ା ପୋଲିସ ସଜାଗ ରହିଥିଲା । ଶୁକ୍ରବାର ଅପରାହ୍ନରେ ଝାରସୁଗୁଡା ଟାଉନ୍‌ ଥାନା ପୋଲିସ ପକ୍ଷରୁ କୋଭିଡ୍‌ ନିୟନ୍ତ୍ରଣ ପାଇଁ ବେହେରାମାଲ ରାସ୍ତାରେ ଯାନବାହାନ ଯାଞ୍ଚ କରାଯାଉଥିଲା। ଏହି ସମୟରେ ସୁନ୍ଦରଗଡରୁ ଏକ ବୋଲେରୋ ଆସୁଥିଲା। ପୋଲିସ ଗାଡି ଯାଞ୍ଚ ବେଳେ କଫ୍‌ ସିରଫ୍‌ ପ୍ୟାକେଟ୍‌ ରହିଥିବା ଦେଖିବାକୁ ପାଇଥିଲା। ମାଜିଷ୍ଟ୍ରେଟ୍‌ ତଥା ଅତିରିକ୍ତ ତହସିଲଦାର ଯୋଗିତା ସେଠୀ ଓ ଡ୍ରଗସ୍‌ ଇନ୍ସପେକ୍ଟଟର ଜ୍ୟୋତିରଞ୍ଜନ ପଣ୍ଡାଙ୍କ ଉପସ୍ଥିତିରେ ଏହାର ଯାଞ୍ଚ କରାଯାଇଥିଲା। ଅଭିଯୁକ୍ତଙ୍କ ମଧ୍ୟରୁ ସମ୍ବଲପୁରର ଅମିତଙ୍କ ନାମରେ ବିଭିନ୍ନ ଥାନାରେ ୧୦ଟି ମାମଲା ରହିଥିବା ବେଳେ ଅଙ୍କୁଶ ଏବଂ ଏସ୍‌କେ ଅମଜାଦ୍‌ଙ୍କ ନାମରେ ୫ଟି ମାମଲା ରହିଥିବା ଜଣାପଡିଛି। ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ କୈଳାସ ଆଚାର୍ଯ୍ୟ, ଆଇଆଇସି ସାବିତ୍ରୀ ବଳ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri