ପ୍ରଦୂଷଣ ଜାଲରେ ଲକ୍ଷାଧିକ ଶିଶୁ

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ

ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ସର୍ବଶେଷ ତଥ୍ୟ ଅନୁଯାୟୀ ବାୟୁପ୍ରଦୂଷଣ ଯୋଗୁ ବିଶ୍ୱରେ ବାର୍ଷିକ ୫କୋଟି ୪୦ଲକ୍ଷ ଲୋକଙ୍କ ଜୀବନ ଅକାଳରେ ଝଡ଼ି ପଡ଼ୁଥିବାବେଳେ ଭାରତରେ ବର୍ଷକୁ ୧୧ଲକ୍ଷ ୯୮ହଜାର ଲୋକଙ୍କ ଜୀବନ ଚାଲିଯାଉଛି। ଅର୍ଥାତ୍‌ ଦିନକୁ ୩୨୮୩ଜଣ ଭାରତୀୟ ଏହି ଉଦ୍‌ବେଗଜନକ ବାୟୁପ୍ରଦୂଷଣର ଶିକାର ହେଉଛନ୍ତି। ସବୁଠାରୁ ଅଭାବନୀୟ ପ୍ରସଙ୍ଗ ହେଉଛି ୧୫ ବର୍ଷ ବୟସ ଭିତରେ ରହିଥିବା ହତଭାଗ୍ୟ ମୃତକଙ୍କ ସଂଖ୍ୟା ୧ଲକ୍ଷ ୯ହଜାର ୨୨ଜଣ। ସେହିପରି ସେମାନଙ୍କ ଭିତରୁ ୫ବର୍ଷ ବୟସ ଭିତରର ଶିଶୁ ହେଉଛନ୍ତି ୧ଲକ୍ଷ ୧ହଜାର ୭୮୮ଜଣ। ବିଶ୍ୱ ବ୍ୟାଙ୍କ ଅନ୍ୟ ଏକ ରିପୋର୍ଟରେ ସତର୍କ କରିଛନ୍ତି ଯେ ଉଦ୍‌ବେଗଜନକ ମହାମାରୀର ଭୟାନକ ରୂପ ନେଇଥିବା ଏହି ବାୟୁ ପ୍ରଦୂଷଣ ପାଇଁ ବାର୍ଷିକ ଅଭିବୃଦ୍ଧି ହାର ପାଖାପାଖି ୩% ହ୍ରାସ ପାଉଛି। ବିଗତ ପାଞ୍ଚବର୍ଷର ବିଭିନ୍ନ ପାରିପାର୍ଶ୍ୱିକ ତଥ୍ୟକୁ ଅନୁଧ୍ୟାନ କରି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଉଲ୍ଲେଖ କରିଛି ଯେ ଯାନବାହନ ସଂଖ୍ୟା ବୃଦ୍ଧି, ଖଣିଜ ପରିବହନ, ଦ୍ରୁତ ଶିଳ୍ପାୟନ, କୋଇଲାଭିତ୍ତିକ ଶକ୍ତି ପ୍ରକଳ୍ପ, ଶିଳ୍ପାଞ୍ଚଳରେ ପ୍ରଦୂଷଣର ମାତ୍ରା ଓ ଭାରତର ବିଶେଷକରି ଓଡ଼ିଶା ପରି ଦେଶର ବିଭିନ୍ନ ଜନଗହଳିପୂର୍ଣ୍ଣ ସହରର ଅବ୍ୟବସ୍ଥିତ କାର୍ଯ୍ୟକଳାପ ଏଥିପାଇଁ ଦାୟୀ। ଡିଜେଲ, କୋଇଲା ଓ ଅନ୍ୟ ଶିଳ୍ପ ଇନ୍ଧନ ଦହନରୁ ବାହାରୁ ଥିବା ବିଷାକ୍ତ ନାଇଟ୍ରୋଜେନ ଅକ୍ସାଇଡ, କାର୍ବନ ମନୋକ୍ସାଇଡ ଓ ଡାଇଅକ୍ସାଇଡ, ଓଜୋନ, ଆମୋନିଆ, ସଲଫର ଡାଇଅକ୍ସାଇଡ ପରି ବିଷାକ୍ତ ବାଷ୍ପ ବାୟୁମଣ୍ଡଳର ଧୂଳିକଣାକୁ ବ୍ୟାପକ କରିବା ସହ ବିଷାକ୍ତ କରିଦେଇଥାଏ। ଏହି ବିଷାକ୍ତ ବାଷ୍ପ ଧୂଳିକଣା ବାୟୁମଣ୍ଡଳରେ ଶୀଘ୍ର ବ୍ୟାପିବା ସହ ଏହା ଅତି କ୍ଷୁଦ୍ର କୁହାଯାଉଥିବା ବିଷାକ୍ତ ଧୂଳିକଣା ବା ପାର୍ଟିକୁଲେଟ୍‌ ମ୍ୟାଟର ବା ପିଏମ୍‌୧୦ ଓ ପିଏମ୍‌୨.୫। ଅନେକେ ହୁଏତ ଜାଣି ନ ଥାନ୍ତି ଏହି ପିଏମ୍‌୧୦ର ଗୋଲେଇ ହେଉଛି ମନୁଷ୍ୟ କେଶର ୧୦୦ ଭାଗରୁ ମାତ୍ର ୧ଭାଗ। ସେହିପରି ପିଏମ୍‌ ୨.୫ର ଗୋଲେଇ ହେଉଛି ଏହାଠାରୁ ଚାରିଗୁଣ କମ୍‌ ଅର୍ଥାତ୍‌ ଆମ୍ଭମାନଙ୍କର ଆଖପାଖର ବାୟୁମଣ୍ଡଳରେ ଘୂରି ବୁଲୁଥିବା ଏହି ବିଷାକ୍ତ ଧୂଳିକଣା ଆଖିରେ ଦିଶିବାର ଆଦୌ ସମ୍ଭାବନା ନାହିଁ, ଯାହାକୁ ଆମେ ପ୍ରତିଦିନ ଶ୍ୱାସପ୍ରଶ୍ୱାସରେ ଗ୍ରହଣ କରିଥାଉ। ପ୍ରତିଦିନ ଆମ୍ଭେମାନେ ମିନିଟରେ ୭ରେ ୮ଲିଟର ହିସାବରେ ଦେଖିଲେ ଦିନକୁ ୧୧ହଜାର ଲିଟରରୁ ଅଧିକ ବାୟୁ ପ୍ରଶ୍ୱାସରେ ଶରୀର ଭିତରକୁ ନେଇଥାଉ। ବଡ଼ମାନଙ୍କ ତୁଳନାରେ ପିଲାମାନଙ୍କ ଶ୍ୱାସକ୍ରିୟା ଅଧିକ ରହିଥିବାରୁ ସେମାନଙ୍କ ଶରୀର ଭିତରକୁ ଏହି ବିଷାକ୍ତ ବାୟୁ ରକ୍ତ ସଞ୍ଚାଳନ, ଫୁସ୍‌ଫୁସ୍‌ ଓ ସେମାନଙ୍କ ଶାରୀରିକ ଅଭିବୃଦ୍ଧିକୁ ଗୁରୁତର ଭାବେ ପ୍ରଭାବିତ କରିଥାଏ।
ସେହିପରି କେବଳ ପିଲାମାନେ ନୁହନ୍ତି ଗର୍ଭବତୀ ମହିଳା ଓ ଗର୍ଭରେ ଥିବା ପିଲାଟି ପାଇଁ ଏହି ପ୍ରଦୂଷିତ ବାୟୁ ଭୟାନକ ବିପଦ ସୃଷ୍ଟି କରେ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ତଥ୍ୟ ଏହା ସୂଚାଉଛି ଯେ, ପିଏମ୍‌ ମାତ୍ର ୧୦ ମାଇକ୍ରୋଗ୍ରାମ ବଢ଼ିଲେ ମୃତ୍ୟୁହାର ୩ ଦଶମିକରୁ ୨୬ ଦଶମିକ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ। ନିକଟରେ ଏକ ୟୁରୋପୀୟ ମହାକାଶ ଗବେଷଣା ସଂସ୍ଥା ମହାକାଶକୁ ପଠାଇଥିବା ଉପଗ୍ରହ ଯାହାର ନାମ ସେଣ୍ଟିନାଲ୫ ତଥ୍ୟରୁ ଜଣାଯାଇଛି ଯେ, ବିଷାକ୍ତ ନାଇଟ୍ରୋଜେନ ଅକ୍ସାଇଡ ଧୂଆଁ ଓ ଧୂଳି ବ୍ୟାପିବା ଯୋଗୁ ବିଶ୍ୱର ୫୦ଟି ସହର ତଥା ଅଭିବୃଦ୍ଧିସମ୍ପନ୍ନ ଶିଳ୍ପାଞ୍ଚଳ ବାୟୁମଣ୍ଡଳରେ ପ୍ରଦୂଷଣର ମାତ୍ରାକୁ ଗମ୍ଭୀର କରିବା ସହ ଏଥିରେ ବିପଜ୍ଜନକ ବା ହଟସ୍ପଟ ରହିଛି। ଚାଇନାର ଦଶଟି, ୟୁରୋପର ଚାରିଟି, ଆରବର ଆଠଟି ଓ ଭାରତର ତିନୋଟି ଶିଳ୍ପାଞ୍ଚଳ ସହର ଏହା ଭିତରେ ରହିଛି। ଭାରତର ଏନ୍‌ସିଆର ବା ଜାତୀୟ ରାଜଧାନୀ ଅଞ୍ଚଳ କୁହାଯାଉଥିବା ଦିଲ୍ଲୀ, ଉତ୍ତର ପ୍ରଦେଶର ସୋନଭଦ୍ରା, ମଧ୍ୟପ୍ରଦେଶର ସିଂଗରୌଲି ସମେତ ଓଡ଼ିଶାର କୋଇଲା ସମୃଦ୍ଧ କଳାହୀରାର କ୍ଷେତ୍ର କୁହାଯାଉଥିବା ତାଳଚେର, ଅନୁଗୋଳ ହେଉଛି ପ୍ରମୁଖ ହଟସ୍ପଟ। ତାଳଚେରର ଜାତୀୟ ତାପଜ ବିଦ୍ୟୁତ୍‌ ନିଗମ କୋଇଲା ଇନ୍ଧନଭିତ୍ତିକ ଶକ୍ତି କେନ୍ଦ୍ର ରହିଥିବାରୁ ଏହି ଅଞ୍ଚଳର ବାୟୁମଣ୍ଡଳ ସାଙ୍ଘାତିକ ଭାବେ ପ୍ରଦୂଷଣର ଶିକାର ହେଉଛି। ଏଠାରେ କୋଇଲା ଉତ୍ତୋଳନ ସହ ଲଗାତର ପରିବହନ ହେଉଥିବାରୁ ବାୟୁ ପ୍ରଦୂଷଣ ସ୍ଥିତି ବିଗିଡ଼ିବା ଅବସ୍ଥାରେ ପହଞ୍ଚତ୍ ସାରିଲାଣି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁଯାୟୀ ତାଳଚେର ଅନୁଗୋଳ ବାୟୁମଣ୍ଡଳର ପ୍ରତି ତିନିଘନ ମିଟର ବାୟୁରେ ପିଏମ୍‌୧୦ମାତ୍ରା ସର୍ବନିମ୍ନ ୩୨ରୁ ସର୍ବାଧିକ ୨୦୦୮ ମାଇକ୍ରୋଗ୍ରାମରେ ଓ ପିଏମ୍‌ ୨.୫ ମାତ୍ରା ୧୬ରୁ ୧୫୩ ମାଇକ୍ରୋଗ୍ରାମରେ ପହଞ୍ଚତ୍ଥିଲା। ସେହି ସମୟରେ ଦ୍ୱୈତନଗରୀ ଭୁବନେଶ୍ୱରରେ ପିଏମ୍‌୧୦ ମାତ୍ରା ସର୍ବାଧିକ ୩୨୯ ଓ ପିଏମ୍‌ ୨.୫ ମାତ୍ରା ୩୩୧ମାଇକ୍ରୋଗ୍ରାମରେ ରହିଥିଲା। ସେହି ସମୟରେ କଟକରେ ପିଏମ୧୦ ଓ ପିଏମ୍‌ ୨.୫ର ସର୍ବାଧିକ ମାତ୍ରା ଯଥାକ୍ରମେ ୩୩୫ ଓ ୨୦୫ ମାଇକ୍ରୋଗ୍ରାମ ଥିଲା। ଯେଉଁଠି ପାରାଦୀପରେ ପିଏମ୍‌୧୦ ଓ ପିଏମ୍‌୨.୫ ଯଥାକ୍ରମେ ୩୮୬ ଓ ୧୫୫ ମାଇକ୍ରୋଗ୍ରାମ ଥିବାବେଳେ ପୁରୀରେ ୨୨୩ ଓ ୧୭୭, କୋଣାର୍କରେ ୨୪୮ ଓ ୮୫ ଓ ରାଉରକେଲାରେ ଯଥାକ୍ରମେ ୪୩୩ ଓ ୧୨୯ ମାଇକ୍ରୋଗ୍ରାମ ରହିଥିଲା। ଶିଳ୍ପ ସମୃଦ୍ଧ ଝାରସୁଗୁୁଡ଼ା ଓ ସମ୍ବଲପୁରରେ ପିଏମ୍‌ ମାତ୍ରା ୫୮୦ ଓ ୫୨୫ ମାଇକ୍ରୋଗ୍ରାମ ଥିବାବେଳେ ଯାଜପୁର କଳିଙ୍ଗନଗରରେ ପିଏମ୍‌ ମାତ୍ରା ସର୍ବାଧିକ ୨୬୨ ମାଇକ୍ରୋଗ୍ରାମ ଥିଲା। ଦିନକୁ ଦିନ ଯାନବାହନ ଓ ଶିଳ୍ପାୟନ ସହ ଗଛ ବ୍ୟାପକ କଟାଯିବା ସହ କଂକ୍ରିଟ ଜଙ୍ଗଲ ଯଥେଷ୍ଟ ବଢ଼ୁଥିବାରୁ ବାୟୁ ପ୍ରଦୂଷଣ ଉଦ୍‌ବେଗଜନକ ଭାବେ ବଢ଼ୁଛି। ଦ୍ୱୈତ ନଗରୀରେ ଗାଡ଼ି ଧୂଅଁା ବାୟୁପ୍ରଦୂଷଣର ସାଙ୍ଘାତିକ କାରଣ। ରାଜ୍ୟ ସରକାର ଶିଳ୍ପ କ୍ଷେତ୍ରରେ ଭୟାବହ ବାୟୁପ୍ରଦୂଷଣକୁ ରୋକ ଲଗାଇବା ପାଇଁ ଶିଳ୍ପ ସଂସ୍ଥାଙ୍କ ଷ୍ଟାରରେଟିଂ ବ୍ୟବସ୍ଥା କାର୍ଯ୍ୟକାରୀ କରିଥିଲେ ମଧ୍ୟ ତା’ର ସୁଫଳ ମିଳିପାରୁନାହିଁ। ସଘନ ବନୀକରଣ ସହ ଧୂଳି ଓ ଧୂଅଁାରୁ ନିସ୍ତାର ପାଇବା ପାଇଁ ଯୁଦ୍ଧକାଳୀନଭିତ୍ତିରେ ନିଷ୍ଠାପର କାର୍ଯ୍ୟ ଦରକାର। ଦିନକୁ ଦିନ ପ୍ରଦୂଷିତ ବାୟୁମଣ୍ଡଳ ଲୋକମାନଙ୍କ କେବଳ ଧନଜୀବନ ନୁହେଁ ସ୍ବାସ୍ଥ୍ୟର ଗୁରୁତ୍ୱପୂର୍ଣ୍ଣ ଦିଗକୁ ଧୀରେ ଧୀରେ ପ୍ରଭାବିତ କରୁଛନ୍ତି। ବ୍ୟାପକ ଗଛ କଟାଯାଉଥିବାରୁ ଆମ୍ଭେମାନେ ଅମ୍ଳଜାନ ଦିନକୁ ଦିନ କମ୍‌ ପାଉଛେ ଓ ଏହା ପ୍ରଦୂଷିତ ହେଉଛି ମଧ୍ୟ। ଏହା ଗୁରୁତର ସ୍ବାସ୍ଥ୍ୟ ସମସ୍ୟାର ବଡ଼ କାରଣ। ତେବେ ବାୟୁ ପ୍ରଦୂଷଣ ରୋକିବା ପାଇଁ କେବଳ ସରକାର ବା ତାଙ୍କ ବ୍ୟବସ୍ଥା ଉପରେ ନିର୍ଭର କଲେ ଚଳିବ ନାହିଁ। ଏ କ୍ଷେତ୍ରରେ ସଚେତନ ହେବା ସହ ଆମ ପାରିପାର୍ଶ୍ୱିକ ବ୍ୟବସ୍ଥାକୁ ସଫା ଓ ପରିଷ୍କାର ରଖିବା ସହ ବୃକ୍ଷ ରୋପଣକୁ ଗୁରୁତ୍ୱ ଦେବା ଅତ୍ୟନ୍ତ ଜରୁରୀ।
ସହଯୋଗୀ ପ୍ରଫେସର, ଶିଶୁରୋଗ ବିଭାଗ, ଶିଶୁଭବନ, କଟକ, ମୋ : ୯୪୩୭୧୨୪୦୭୪

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri