କରୋନା ଭ୍ୟାକ୍ସିନ ପାଇଁ ମାରି ଦିଆଯିବ ୫ ଲକ୍ଷ ଶାର୍କ!

ୱାଶିଂଟନ,୨୯ ।୯: କରୋନା ମହାମାରୀରୁ ବଞ୍ଚିବା ପାଇଁ ଏବେ ଅନେକ ଦେଶ ଏହାର ଭ୍ୟାକ୍ସିନ ବା ଟିକା ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି । ତେବେ ଏହି ଟିକା ପ୍ରସ୍ତୁତି ପାଇଁ କେତେକ ଦେଶ ସମୁଦ୍ରର ବିରଳ ଜୀବ ଶାର୍କକୁ ଶିବାର କରୁଥିବା ଜଣାପଡିଛି । ଏବେ ଏହାକୁ ନେଇ ବନ୍ୟଜନ୍ତୁ ବିଶେଷଜ୍ଞ ଚିନ୍ତା ପ୍ରକଟ କରିଛନ୍ତି । ସେମାନଙ୍କ ମତରେ ଯଦି ଶାର୍କକୁ ମାରି କରୋନା ଭ୍ୟାକ୍ସିନ ପ୍ରସ୍ତୁତ କରାଯାଏ ତେବେ ବିଶ୍ୱରେ ପାଖାପାଖି ୫ ଲକ୍ଷ ଶାର୍କଙ୍କୁ ହତ୍ୟା କରିବାକୁ ପଡିବ । ଶାର୍କର ଲିଭରରେ ତିଆରି ହେଉଥିବା ଏକ ତେଲ ସ୍କେ୍ୱଲିନ ପାଇଁ ଏହାକୁ ମାରି ଦିଆଯାଉଥିବା କୁହାଯାଉଛି । ଏହା ଏକ ସ୍ୱତନ୍ତ୍ର ତେଲ ଯାହା ପ୍ରାକୃତିକ ଭାବେ ତିଆରି ହୋଇଥାଏ । ଏହାର ଉପଯୋଗ ଜ୍ୱରର ଭ୍ୟାକ୍ସିନକୁ ପ୍ରଭାବଶାଳୀ କରିବାକୁ ବ୍ୟବହାର କରାଯାଇଥାଏ । ବର୍ତ୍ତମାନ କରୋନା ଭ୍ୟାକ୍ସିନ ପ୍ରସ୍ତୁତ କରୁଥିବା କେତେକ ନିର୍ମାତା ଶାର୍କ ତେଲକୁ ନିଜ ଭ୍ୟାକ୍ସିନକୁ ପ୍ରଭାବଶାଳୀ କରିବାକୁ ବ୍ୟବହାର କରୁଥିବା କୁହାଯାଉଛି । ହେଲେ ଏପର୍ଯ୍ୟନ୍ତ ଏଭଳି ଭ୍ୟାକ୍ସିନର ପ୍ରଭାବଶାଳୀତାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । କିନ୍ତୁ ଶାର୍କ ସଂରକ୍ଷରକୁ ନେଇ କାମ କରୁଥିବା ସମୁହ ଶାର୍କ ଇଲାଇଜ ଦାବି କରିଛି ଯଦି ଶାର୍କ ତେଲରୁ ପ୍ରସ୍ତୁତ ଭ୍ୟାକ୍ସିନ ସମସ୍ତ ବିଶ୍ୱବାସୀଙ୍କୁ ଦିଆଗଲା ତେବେ ଏଥିପାଇଁ ପାଖାପାଖି ୨,୪୦,୦୦୦ ଶାର୍କ ମାରିବାକୁ ପଡିବ । ଅନ୍ୟ କେତେଜଣ ବିଶେଷଜ୍ଞ କହିଛନ୍ତି ଶାର୍କ ଇଲାଇଜ ଦେଇଥିବା ସଂଖ୍ୟା ବହୁତ କମ୍ । କରୋନା ଭାଇରସଠାରୁ ଦୂରେଇ ରହିବାକୁ ଜଣକୁ ୨ ଡୋଜ୍ ଭ୍ୟାକ୍ସିନ ଦିଆଯାଉଛି । ତେଣୁ ଏହି ହିସାବରେ ଯଦି ବିଶ୍ୱବାସୀଙ୍କୁ ଶାର୍କ ତେଲରୁ ପ୍ରସ୍ତୁତ ଭ୍ୟାକ୍ସିନ ଦିଆଯାଏ ତେବେ ପାଖାପାଖି ୫ ଲକ୍ଷ ଶାର୍କଙ୍କୁ ମାରିବାକୁ ପଡିବ । ଯାହା ସମୁଦ୍ର ପରିବେଶ ଉପରେ ଖୁବ୍ ପ୍ରଭାବ ପକାଇବ । ଶାର୍କ ଏଲିଜର ସ ଂସ୍ଥାପକ ତଥା କାର୍ଯ୍ୟକାରୀ ନିର୍ଦ୍ଦେଶକ ଷ୍ଟେଫନି ପ୍ରେଡଲ କହିଛନ୍ତି କୌଣସି ଜଙ୍ଗଲି ଜନ୍ତୁଙ୍କଠାରୁ କୌଣସି ଜିନିଷ ପ୍ରାପ୍ତ କରିବା କେବେବି ଚିରସ୍ଥାୟୀ ହୋଇ ନ ଥାଏ । ଶାର୍କ ସମୁଦ୍ରର ଚରମ ଶିକାରୀ ଜୀବ ହୋଇଥିବା ବେଳେ ଏମାନଙ୍କ ପ୍ରଜନନ ସଂଖ୍ୟା ମଧ୍ୟ ବହୁତ କମ୍ । ଏପଟେ କରୋନା ଭାଇରସ ପୃଥିବୀରେ କେତେଦିନ ରହିବ ତା’ର କୌଣସି ସଠିକ୍ ତଥ୍ୟ ନାହିଁ । ତେଣୁ ଏହି ହିସାବରେ ଯଦି ଶାର୍କ ଶିକାର କରାଯାଏ ତେବେ ଖୁବ୍ କମ୍ ସମୟ ମଧ୍ୟରେ ଏହି ସାମୁଦ୍ରିକ ଜୀବ ଲୋପ ପାଇଯିବା କିଛି ବିଚିତ୍ର କଥା ନୁହେଁ ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri