ଗଞ୍ଜାମ ଜିଲାରେ ମିଲେଟ ମିଶନର ଆଦୃତି

ବ୍ରହ୍ମପୁର,୩।୧(ଅଶୋକ କୁମାର ସାହୁ): ରାଜ୍ୟରେ ୨୦୧୭-୧୮ରେ ଆରମ୍ଭ ହୋଇଥିବା ମିଲେଟ ମିଶନରେ ସାମିଲ ହୋଇଥିବା ଜିଲାଗୁଡିକ ମଧ୍ୟରେ ଗଞ୍ଜାମ ରହିଛି। ପ୍ରଥମେ ଜିଲାର ୪ଟି ବ୍ଲକରେ ଏହି ମିଶନ କାର୍ଯ୍ୟ କରୁଥିବା ବେଳେ ୨ବର୍ଷ ତଳେ ଆଉ ୩ଟି ବ୍ଲକ ଏଥିରେ ଯୋଡ଼ି ହୋଇଛି। ଜିଲାରେ ମିଲେଟ ମିଶନର ଆଦୃତି ବଢ଼ିବାରେ ଲାଗିଛି।
ପୁଷ୍ଟିକର ଶସ୍ୟ ଉତ୍ପାଦନ ପାଇଁ ଚାଷୀଙ୍କୁ ସଚେତନ କରିବା ଏବଂ କିଣାବିକାରେ ସହାୟତା କରିବା ମିଲେଟ ମିଶନର ଲକ୍ଷ୍ୟ। ‘ଆତ୍ମା’ ସ୍କିମ ଜରିଆରେ କୃଷି ବିଭାଗ ପକ୍ଷରୁ ଏହି ମିଶନକୁ ପରିଚାଳନା କରାଯାଉଛି। ଜଓ୍ବା, ଜହ୍ନା, ମାଣ୍ଡିଆ, ବାଜରା ଓ ସୁଆଁ ଆଦି ପୁଷ୍ଟିକର ଶସ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ବିଭିନ୍ନ ଅଞ୍ଚଳକୁ ‘ଆତ୍ମା’ର ଅଧିକାରୀମାନେ ଯାଇ ଏନଜିଓ ଓ ଏସଏଚଜି ଜରିଆରେ ଚାଷୀମାନଙ୍କୁ ସଚେତନ କରୁଛନ୍ତି। ପ୍ରଥମେ ପାତ୍ରପୁର, ଧରାକୋଟ, ପୋଲସରା ଓ ସୋରଡା ବ୍ଲକକୁ ମିଲେଟ ମିଶନରେ ସାମିଲ କରାଯାଇଥିଲା। ପରେ ସାନଖେମୁଣ୍ଡି, ଶେରଗଡ ଓ ଜଗନ୍ନାଥପ୍ରସାଦ ବ୍ଳକକୁ ସାମିଲ କରାଯାଇଛି। ପୁଷ୍ଟିକର ଶସ୍ୟ ମଧ୍ୟରେ ମାଣ୍ଡିଆର ଗୁରୁତ୍ୱ ଅଧିକ ରହିଛି। ସବୁ ଜଳବାୟୁରେ ମାଣ୍ଡିଆ ଚାଷ ହେଉଥିବାରୁ ଚାଷୀମାନେ ଏଥିପ୍ରତି ଆଗ୍ରହୀ ହେଉଛନ୍ତି। ଆତ୍ମା କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ ଗତ ଆର୍ଥିକ ବର୍ଷରେ ଉକ୍ତ ୭ ବ୍ଲକର ୪୩୧୫ ହେକ୍ଟର ଜମିରେ ମାଣ୍ଡିଆ ଚାଷ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ୪୧୩.୮୧ ହେକ୍ଟର ଚାଷ ହୋଇଥିଲା। ୨୨୦୦୦ କୁଇଣ୍ଟାଲ ମାଣ୍ଡିଆ କିଣିବାକୁ ସରକାର ଲକ୍ଷ୍ୟଧାର୍ଯ୍ୟ କରିଥିବା ବେଳେ ୨୫ ହଜାର କୁଇଣ୍ଟାଲ କିଣିଥିଲେ। ସେହିପରି ଚଳିତ ଆର୍ଥିକ ବର୍ଷରେ ଧରାକୋଟରେ ୧୩୦୫ ହେକ୍ଟର, ପାତ୍ରପୁରରେ ୧୩୦୦, ପୋଲସରାରେ ୧୩୦୦, ସୋରଡାରେ ୧୩୦୫, ଶେରଗଡରେ ୭୦୦, ସାନଖେମୁଣ୍ଡିରେ ୭୨୦, ଜଗନ୍ନାଥପ୍ରସାଦରେ ୭୦୦ ଏଭଳି ମୋଟ ୭୩୩୦ ହେକ୍ଟର ଲକ୍ଷ୍ୟଧାର୍ଯ୍ୟ ଥିବାବେଳେ ୭୨୨.୫୪ ହେକ୍ଟର ଜମିରେ ମାଣ୍ଡିଆ ଚାଷ ହୋଇଛି। ୩୭ ହଜାର କୁଇଣ୍ଟାଲ ମାଣ୍ଡିଆ କିଣିବାକୁ ଲକ୍ଷ୍ୟ ରହିଛି। ୭ ବ୍ଲକରେ ୭ ଏନଜିଓକୁ ଦାୟିତ୍ୱ ଦିଆଯାଇଛି। ମାଣ୍ଡିଆକୁ ଫାର୍ମର ପ୍ରଡ୍ୟୁସର ଅର୍ଗାନାଇଜେଶନ କିଣିବା ପରେ ସେ ଟିଡିସିସିକୁ ବିକ୍ରି କରୁଛି। ଗତବର୍ଷ ମାଣ୍ଡିଆର ଏମଏସପି କୁଇଣ୍ଟାଲ ପ୍ରତି ୩୫୭୮ ଟଙ୍କା ଥିବାବେଳେ ଚଳିତବର୍ଷ ୩୮୪୬ ଟଙ୍କା ରହିଛି। ନୂଆ ବ୍ଲକଗୁଡିକରେ ସୋସାଇଟି ଦ୍ୱାରା ମାଣ୍ଡିଆ କିଣାଯିବା ବ୍ୟବସ୍ଥା ରହିଛି। ଚାଷୀମାନଙ୍କୁ ଏହି ଚାଷ କରିବା ପାଇଁ ପ୍ରଥମ ୫ବର୍ଷ ସରକାରଙ୍କ ପକ୍ଷରୁ ସହାୟତା ରାଶି ପ୍ରଦାନ କରାଯାଉଛି। ପ୍ରଥମ ବର୍ଷ ୧୦ ହଜାର, ଦ୍ୱିତୀୟ ବର୍ଷ ୭୫୦୦, ତୃତୀୟ ବର୍ଷ ୫୦୦୦, ୪ର୍ଥ ଓ ୫ମ ବର୍ଷରେ ୨୦୦୦ ଲେଖାଏଁ ଆର୍ଥିକ ରାଶି ପ୍ରଦାନ କରାଯାଉଛି। ଏ ସମ୍ପର୍କରେ ଆତ୍ମାର ଡେପୁଟି ପ୍ରୋଜେକ୍ଟ ଡାଇରେକ୍ଟର ଅଜିତ କୁମାର ମହାପାତ୍ରଙ୍କୁ ପଚାରିବାରୁ ସେ କହିଲେ, ମିଲେଟ ମିଶନରେ ଅଧିକ ବ୍ଲକ ସାମିଲ ହେବାରେ ଲାଗିଛି। ଚଳିତବର୍ଷ ଏଥିପାଇଁ ୬୪୬ କୋଟି ଟଙ୍କା ମଞ୍ଜୁର ହୋଇଛି। ଚାଷୀଙ୍କ ଆଗ୍ରହ ଦେଖି ପଦକ୍ଷେପ ନିଆଯାଉଛି। କବିସୂର୍ଯ୍ୟନଗର ବ୍ଳକ ଯୋଜନାରେ ସାମିଲ ହୋଇ ନ ଥିଲେ ମଧ୍ୟ ଚାଷୀମାନେ ମଣ୍ଡିରେ ମାଣ୍ଡିଆ ବିକିବା ଲାଗି ଅନୁମତି ମିଳିଛି। ଜିଲାପାଳଙ୍କ ଅନୁମତିକ୍ରମେ ପଦକ୍ଷେପ ନିଆଯିବ ବୋଲି ମହାପାତ୍ର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri