ଗଞ୍ଜାମ ଜିଲାରେ ମିଲେଟ ମିଶନର ଆଦୃତି

ବ୍ରହ୍ମପୁର,୩।୧(ଅଶୋକ କୁମାର ସାହୁ): ରାଜ୍ୟରେ ୨୦୧୭-୧୮ରେ ଆରମ୍ଭ ହୋଇଥିବା ମିଲେଟ ମିଶନରେ ସାମିଲ ହୋଇଥିବା ଜିଲାଗୁଡିକ ମଧ୍ୟରେ ଗଞ୍ଜାମ ରହିଛି। ପ୍ରଥମେ ଜିଲାର ୪ଟି ବ୍ଲକରେ ଏହି ମିଶନ କାର୍ଯ୍ୟ କରୁଥିବା ବେଳେ ୨ବର୍ଷ ତଳେ ଆଉ ୩ଟି ବ୍ଲକ ଏଥିରେ ଯୋଡ଼ି ହୋଇଛି। ଜିଲାରେ ମିଲେଟ ମିଶନର ଆଦୃତି ବଢ଼ିବାରେ ଲାଗିଛି।
ପୁଷ୍ଟିକର ଶସ୍ୟ ଉତ୍ପାଦନ ପାଇଁ ଚାଷୀଙ୍କୁ ସଚେତନ କରିବା ଏବଂ କିଣାବିକାରେ ସହାୟତା କରିବା ମିଲେଟ ମିଶନର ଲକ୍ଷ୍ୟ। ‘ଆତ୍ମା’ ସ୍କିମ ଜରିଆରେ କୃଷି ବିଭାଗ ପକ୍ଷରୁ ଏହି ମିଶନକୁ ପରିଚାଳନା କରାଯାଉଛି। ଜଓ୍ବା, ଜହ୍ନା, ମାଣ୍ଡିଆ, ବାଜରା ଓ ସୁଆଁ ଆଦି ପୁଷ୍ଟିକର ଶସ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ବିଭିନ୍ନ ଅଞ୍ଚଳକୁ ‘ଆତ୍ମା’ର ଅଧିକାରୀମାନେ ଯାଇ ଏନଜିଓ ଓ ଏସଏଚଜି ଜରିଆରେ ଚାଷୀମାନଙ୍କୁ ସଚେତନ କରୁଛନ୍ତି। ପ୍ରଥମେ ପାତ୍ରପୁର, ଧରାକୋଟ, ପୋଲସରା ଓ ସୋରଡା ବ୍ଲକକୁ ମିଲେଟ ମିଶନରେ ସାମିଲ କରାଯାଇଥିଲା। ପରେ ସାନଖେମୁଣ୍ଡି, ଶେରଗଡ ଓ ଜଗନ୍ନାଥପ୍ରସାଦ ବ୍ଳକକୁ ସାମିଲ କରାଯାଇଛି। ପୁଷ୍ଟିକର ଶସ୍ୟ ମଧ୍ୟରେ ମାଣ୍ଡିଆର ଗୁରୁତ୍ୱ ଅଧିକ ରହିଛି। ସବୁ ଜଳବାୟୁରେ ମାଣ୍ଡିଆ ଚାଷ ହେଉଥିବାରୁ ଚାଷୀମାନେ ଏଥିପ୍ରତି ଆଗ୍ରହୀ ହେଉଛନ୍ତି। ଆତ୍ମା କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ ଗତ ଆର୍ଥିକ ବର୍ଷରେ ଉକ୍ତ ୭ ବ୍ଲକର ୪୩୧୫ ହେକ୍ଟର ଜମିରେ ମାଣ୍ଡିଆ ଚାଷ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ୪୧୩.୮୧ ହେକ୍ଟର ଚାଷ ହୋଇଥିଲା। ୨୨୦୦୦ କୁଇଣ୍ଟାଲ ମାଣ୍ଡିଆ କିଣିବାକୁ ସରକାର ଲକ୍ଷ୍ୟଧାର୍ଯ୍ୟ କରିଥିବା ବେଳେ ୨୫ ହଜାର କୁଇଣ୍ଟାଲ କିଣିଥିଲେ। ସେହିପରି ଚଳିତ ଆର୍ଥିକ ବର୍ଷରେ ଧରାକୋଟରେ ୧୩୦୫ ହେକ୍ଟର, ପାତ୍ରପୁରରେ ୧୩୦୦, ପୋଲସରାରେ ୧୩୦୦, ସୋରଡାରେ ୧୩୦୫, ଶେରଗଡରେ ୭୦୦, ସାନଖେମୁଣ୍ଡିରେ ୭୨୦, ଜଗନ୍ନାଥପ୍ରସାଦରେ ୭୦୦ ଏଭଳି ମୋଟ ୭୩୩୦ ହେକ୍ଟର ଲକ୍ଷ୍ୟଧାର୍ଯ୍ୟ ଥିବାବେଳେ ୭୨୨.୫୪ ହେକ୍ଟର ଜମିରେ ମାଣ୍ଡିଆ ଚାଷ ହୋଇଛି। ୩୭ ହଜାର କୁଇଣ୍ଟାଲ ମାଣ୍ଡିଆ କିଣିବାକୁ ଲକ୍ଷ୍ୟ ରହିଛି। ୭ ବ୍ଲକରେ ୭ ଏନଜିଓକୁ ଦାୟିତ୍ୱ ଦିଆଯାଇଛି। ମାଣ୍ଡିଆକୁ ଫାର୍ମର ପ୍ରଡ୍ୟୁସର ଅର୍ଗାନାଇଜେଶନ କିଣିବା ପରେ ସେ ଟିଡିସିସିକୁ ବିକ୍ରି କରୁଛି। ଗତବର୍ଷ ମାଣ୍ଡିଆର ଏମଏସପି କୁଇଣ୍ଟାଲ ପ୍ରତି ୩୫୭୮ ଟଙ୍କା ଥିବାବେଳେ ଚଳିତବର୍ଷ ୩୮୪୬ ଟଙ୍କା ରହିଛି। ନୂଆ ବ୍ଲକଗୁଡିକରେ ସୋସାଇଟି ଦ୍ୱାରା ମାଣ୍ଡିଆ କିଣାଯିବା ବ୍ୟବସ୍ଥା ରହିଛି। ଚାଷୀମାନଙ୍କୁ ଏହି ଚାଷ କରିବା ପାଇଁ ପ୍ରଥମ ୫ବର୍ଷ ସରକାରଙ୍କ ପକ୍ଷରୁ ସହାୟତା ରାଶି ପ୍ରଦାନ କରାଯାଉଛି। ପ୍ରଥମ ବର୍ଷ ୧୦ ହଜାର, ଦ୍ୱିତୀୟ ବର୍ଷ ୭୫୦୦, ତୃତୀୟ ବର୍ଷ ୫୦୦୦, ୪ର୍ଥ ଓ ୫ମ ବର୍ଷରେ ୨୦୦୦ ଲେଖାଏଁ ଆର୍ଥିକ ରାଶି ପ୍ରଦାନ କରାଯାଉଛି। ଏ ସମ୍ପର୍କରେ ଆତ୍ମାର ଡେପୁଟି ପ୍ରୋଜେକ୍ଟ ଡାଇରେକ୍ଟର ଅଜିତ କୁମାର ମହାପାତ୍ରଙ୍କୁ ପଚାରିବାରୁ ସେ କହିଲେ, ମିଲେଟ ମିଶନରେ ଅଧିକ ବ୍ଲକ ସାମିଲ ହେବାରେ ଲାଗିଛି। ଚଳିତବର୍ଷ ଏଥିପାଇଁ ୬୪୬ କୋଟି ଟଙ୍କା ମଞ୍ଜୁର ହୋଇଛି। ଚାଷୀଙ୍କ ଆଗ୍ରହ ଦେଖି ପଦକ୍ଷେପ ନିଆଯାଉଛି। କବିସୂର୍ଯ୍ୟନଗର ବ୍ଳକ ଯୋଜନାରେ ସାମିଲ ହୋଇ ନ ଥିଲେ ମଧ୍ୟ ଚାଷୀମାନେ ମଣ୍ଡିରେ ମାଣ୍ଡିଆ ବିକିବା ଲାଗି ଅନୁମତି ମିଳିଛି। ଜିଲାପାଳଙ୍କ ଅନୁମତିକ୍ରମେ ପଦକ୍ଷେପ ନିଆଯିବ ବୋଲି ମହାପାତ୍ର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣା ନିର୍ବାଚନ ମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ଡିଭିଜନ ମାନ୍ୟତା ଦାବି, ପୂରଣ ନ ହେବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ

ପାଟଣା,୮ା୯(ବୀରକିଶୋର ଦାଶ):  ରାଜ୍ୟରେ କେତୋଟି ନୂଆ ସବ୍‌ଡିଭିଜନ ଖୋଲା ଯିବା ନେଇ ବିଧାନସଭାରେ ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ରାଜସ୍ବ ମନ୍ତ୍ରୀ ସୁରେଶ...

ପିଇଓଙ୍କୁ ଜାତିଆଣ ଆକ୍ଷେପ ମାମଲା: ଘଟଣାକୁ ଚପାଇ ଦେବା ପାଇଁ ବିଡିଓଙ୍କ ନାମରେ ପାଲଟା ଅଭିଯୋଗ

ହାଟଡିହୀ,୮ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଉର୍ମିଳା ମୁର୍ମୁଙ୍କୁ ଜାତିଆଣ ଆକ୍ଷେପ, ଗାଳିଗୁଲଜ ଏବଂ ହତ୍ୟା ଧମକ ନେଇ ହାଟଡିହୀ ବ୍ଲକ ବିଡିଓ...

ଲଘୁଚାପ ବର୍ଷାରେ ୩ ପଞ୍ଚାୟତ ଜଳବନ୍ଦୀ, ଭୁଶୁଡ଼ିଲା ୧୦ରୁ ଅଧିକ ଘର

କୁନ୍ଦୁରା,୮ା୯(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଲଘୁଚାପ ଜନିତ ବର୍ଷାରେ ୩ ପଞ୍ଚାୟତ ଜଳବନ୍ଦୀ ଘେରରେ ରହିଛି। କୁନ୍ଦୁରା ବ୍ଲକ ସୀମାନ୍ତରେ ରହିଥିବା ୩...

ବାଲୁକା କଳାରେ ନୂଆଁଖାଇ

କର୍ଲାମୁଣ୍ଡା,୮ା୯(ପ୍ରଦୀପ କୁମାର ସାହୁ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର। ଏହି ଅବସରରେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ...

ହିଲ୍‌ ଭ୍ୟୁ’ରେ ଶିଶୁ ପର୍ଯ୍ୟଟକଙ୍କ ପାଇଁ ବଡ଼ ପଦକ୍ଷେପ, ଛୁଟି ଦିନରେ ବି କାର୍ଯ୍ୟ ତଦାରଖ କଲେ ବିଡିଓ

ଦାରିଙ୍ଗବାଡ଼ି,୮ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପର୍ଯ୍ୟଟନ କ୍ଷେତ୍ର ଏବେ ସଜେଇ ହେବାରେ ଲାଗିଛି। ଆସନ୍ତା ପୂଜା ଋତୁରେ ପର୍ଯ୍ୟଟକ ଦାରିଙ୍ଗବାଡ଼ିକୁ ସୁଅ ଛୁଟିବ। ପୂର୍ବରୁ...

ଅମ୍ବୁଡସ ପର୍ସନଙ୍କ ପ୍ରୋସିଡିଂ ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ

କେନ୍ଦୁଝର/ହାଟଡିହୀ,୮ା୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ): ହାଟଡିହୀ ବ୍ଲକ ସମ୍ପର୍କିତ ଏକ ମାମଲାର ଶୁଣାଣି କରି କେନ୍ଦୁଝର ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଅମ୍ବୁଡ଼ସ ପର୍ସନଙ୍କ ପ୍ରୋସିଡିଂ ଉପରେ ମାନ୍ୟବର ଓଡ଼ିଶା...

ଚମକ ହରାଉଛି ଶାମୁକା

ସମୁଦ୍ରରେ ଜୁଆର ଆସିଲେ କୂଳକୁ ଭାସିଆସେ ଶାମୁକା। ଜୁଆର ଫେରିଗଲେ ଆଉ ସେହିସବୁ ଶାମୁକା ବେଳାଭୂମିରେ ପଡ଼ିରହେ। ସକାଳର ସୂର୍ଯ୍ୟକିରଣରେ ଶାମୁକା ସବୁ ଚକ୍‌ ଚକ୍‌...

ଧ୍ୱଂସମୁଖରେ ମାଣ୍ଡୁକା ପାହାଡ଼

ଚଣ୍ଡିଖୋଲ,୮ା୯(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନରେ ରହିଛି ମାଣ୍ଡୁକା ପାହାଡ଼। ଏହି ପାହାଡ଼ର ୧୨ ଏକର ପରିମିତ ଜମିକୁ ମୋରମ ଖନନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri