ମିଲରଙ୍କ ଆନ୍ଦୋଳନ, ଧାନ ଉଠାଣ ବନ୍ଦ

ଭବାନୀପାଟଣା,୬ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଗତ ନଭେମ୍ବର ୨୯ରୁ ଆରମ୍ଭ ହୋଇଥିଲା। ହେଲେ ପ୍ରାରମ୍ଭିକ ପର୍ଯ୍ୟାୟରେ ମିଲରଙ୍କ ସହଯୋଗ ମନୋବୃତ୍ତି ଦେଖାଯାଇ ନ ଥିଲା। ଫଳରେ ଅନେକ ମଣ୍ଡିକୁ ବିକ୍ରି ପାଇଁ ଆସୁଥିବା ଧାନ ଠିକ୍‌ ଭାବେ ଉଠାଣ କରାଯାଇ ନ ଥିଲା। ଇତିମଧ୍ୟରେ ମାସେରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ଜିଲାରେ ଧାନ କିଣାବିକା ସମସ୍ୟା ସମାଧାନ ହୋଇପାରିନାହିଁ। ଟୋକନ ସମସ୍ୟାକୁ ନେଇ ଚାଷୀମାନେ ମଣ୍ଡିକୁ ଧାନ ଆଣିପାରୁ ନ ଥିବାବେଳେ ଆସିଥିବା ଧାନ ମଧ୍ୟ ଠିକ୍‌ ଭାବେ ଉଠାଣ କରାଯାଉନାହିଁ। ଏହି ଦୃଷ୍ଟିରୁ ଅନ୍ୟ ବର୍ଷ ତୁଳନାରେ ଏଥର ଧାନ ସଂଗ୍ରହ ପ୍ରକ୍ରିୟା କେବଳ ବିଳମ୍ବିତ ହୋଇଛି ତା’ ନୁହେଁ, ଧାନବିକ୍ରି ଓ ଉଠାଣରେ ମନ୍ଥରତା ଦେଖାଦେଇଛି। ଏଭଳି ସ୍ଥିତିରେ ସୋମବାର ଅଲ ଓଡ଼ିଶା ମିଲର୍ସ ଆସୋସିଏଶନ ପକ୍ଷରୁ କଷ୍ଟମ ମିଲିଂ ଚାର୍ଜ ବୃଦ୍ଧି, ଧାନ ସଂରକ୍ଷଣ ଓ ରକ୍ଷଣାବେକ୍ଷଣ, ଧାନ ପରିବହନ ଖର୍ଚ୍ଚ ପ୍ରଦାନ ଦାବି ନେଇ ଆନ୍ଦୋଳନ ଡାକରା ଦିଆଯାଇଛି। ଏହାପୂର୍ବରୁ ସେମାନେ ଜିଲାପାଳଙ୍କଠାରୁ ଆରମ୍ଭକରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ଅବଗତ କରିଥିଲେ। ମିଲରଙ୍କ ଆନ୍ଦୋଳନ ଯୋଗୁ କଳାହାଣ୍ଡିରେ ସୋମବାରଠାରୁ ମଣ୍ଡିରୁ ଧାନ ଉଠାଣ ପ୍ରକ୍ରିୟା ବନ୍ଦ ହୋଇଯାଇଛି। ଫଳରେ ଜିଲାର ଚାଷୀଙ୍କ ସମସ୍ୟା ଦ୍ବିଗୁଣିତ ହୋଇଯାଇଛି। ଅନେକ ଚାଷୀଙ୍କ ଟୋକନ ଅବଧି ସରିଯିବା ସମ୍ଭାବନା ଥିବାବେଳେ ପରବର୍ତ୍ତୀ ରବି (ଡାଳୁଅ) ଚାଷ ପାଇଁ ଚାଷୀମାନେ ସମସ୍ୟାର ସମ୍ମୁଖୀନ ହେବା ଆଶଙ୍କା କରିଛନ୍ତି।
ଜିଲା ଯୋଗାଣ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲାରେ ରବିବାର ସୁଦ୍ଧା ୪୯,୫୮୯ ଜଣ ଚାଷୀ ୨୨ଲକ୍ଷ ୫୩ ହଜାର ୬୭୦ କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି। କେବଳ ରବିବାର ଗୋଟିଏ ଦିନରେ ୨୯୯୨ ଜଣ ଚାଷୀଙ୍କ ୧ଲକ୍ଷ ୩୬ ହଜାର ୧୪୯ କୁଇଣ୍ଟାଲ ଧାନ ଉଠାଣ କରାଯାଇଛି। ଗତବର୍ଷ ଏହି ତାରିଖରେ ୫୧ହଜାର ୧୩ ଜଣ ଚାଷୀ ୨୩ଲକ୍ଷ ୬୫ ହଜାର ୨୯୩ କୁଇଣ୍ଟାଲ ଧାନ ବିକ୍ରି କରିସାରିଥିଲେ। କଳାହାଣ୍ଡି ଜିଲାକୁ ପ୍ରଥମ ପର୍ଯ୍ୟାୟରେ ୩୬ ଲକ୍ଷ ୫୮ ହଜାର କୁଇଣ୍ଟାଲ ଧାନ ଟାର୍ଗେଟ ଆସିଛି। ବର୍ତ୍ତମାନ ଜିଲାର ବହୁ ଚାଷୀ ଧାନ ବିକ୍ରି ଆଶାରେ ହାଡ଼ଭଙ୍ଗା ଶୀତରେ ମଣ୍ଡିରେ ପଡ଼ି ରହିଛନ୍ତି। ସେହିପରି ଅନେକ ଚାଷୀଙ୍କ ଟୋକନ ପଛରେ ରହିଥିବାରୁ ସେମାନେ ଖଳାରେ ଧାନ ରଖି ତାରିଖକୁ ଜଗି ବସିଛନ୍ତି। ଏପଟେ ମିଲରଙ୍କ ଆନ୍ଦୋଳନ ଯୋଗୁ ଚାଷୀ ମୁଣ୍ଡରେ ଚଡକ ପଡ଼ିଛି। ଏ ନେଇ ଜିଲା ମୁଖ୍ୟ ଯୋଗାଣ ଅଧିକାରିଣୀ ସୁଜାତା ମିଶ୍ରକୁ ପଚାରିବାରୁ ମିଲରଙ୍କ ଆନ୍ଦୋଳନ ଯୋଗୁ ଜିଲାରେ ଧାନ ଉଠାଣ ବନ୍ଦ ରହିଛି। ସରକାରୀ ସ୍ତରରେ ମିଲରଙ୍କ ସହ ଆଲୋଚନା ଚାଲିଛି, ଖୁବ୍‌ଶୀଘ୍ର ସମାଧାନ ହେବ ଓ ଧାନ ଉଠାଣ ପ୍ରକ୍ରିୟା ସ୍ବାଭାବିକ ହେବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ୍‌ରେ ଇତିହାସ ରଚିଲେ ଫଖର-ସାହିବଜାଦା

ପାଲିକେଲ,୨୮।୨: ଚଳିତ ଟି୨୦ ବିଶ୍ୱକପ୍‌ ସୁପର-୮ର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ ବିଜୟୀ ହୋଇଥିଲେ ମଧ୍ୟ ପାକିସ୍ତାନ ସେମିଫାଇନା ପାଇଁ ଯୋଗ୍ୟତା ଅର୍ଜନ କରିବାରେ…

ଋଣ, ଚାକିରୀ ଦେବା ନା’ରେ ବଡ଼ ଧରଣର ଠକେଇ

ହିଞ୍ଜିଳିକାଟୁ,୨୮।୨(ଦ୍ବିତୀକୃଷ୍ଣ ପଣ୍ଡା): ଋଣ ଏବଂ ଚାକିରୀ କରାଇଦେବା ନା’ରେ ଠକେଇ କରୁଥିବା ଜଣେ ଯୁବକଙ୍କୁ ହିଞ୍ଜିଳି ପୋଲିସ ଶନିବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ…

ମଧ୍ୟପ୍ରାଚ୍ୟରେ ମହାସମର: ଦୁବାଇରେ ମିସାଇଲ ମାଡ଼ କଲା ଇରାନ, ବୁର୍ଜ ଖଲିଫାକୁ କରାଗଲା ଖାଲି 

ଦୁବାଇ,୨୮।୨: ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ଇରାନର ୩୦ଟି ସହର ଉପରେ ମିଳିତ ଏୟାର ଷ୍ଟ୍ରାଇକ ପରେ ଇରାନ ‘ଅପରେସନ ଫତେହ-ଏ-ଜଙ୍ଗ୍‌’ ଆରମ୍ଭ କରିଛି। ଏହି ପାଲଟା…

ଇସ୍ରାଏଲ ଆକ୍ରମଣରେ ଇରାନର ପ୍ରତିରକ୍ଷା ମନ୍ତ୍ରୀ-କମାଣ୍ଡର ମୃତ! ରିପୋର୍ଟରେ ବଡ଼ ଦାବି

ତେହରାନ,୨୮।୨: ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଖବର ସଂସ୍ଥା ରଏଟର୍ସ ପକ୍ଷରୁ ମିଳିଥିବା…

ଇମ୍ପେରିୟାଲ୍ କ୍ଲାସିକ ରାଜ୍ୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଉଦ୍‌ଘାଟିତ,ଯୋଗଦେଲେ ୧୯ ଜିଲ୍ଲାରୁ ୧୨୫ ପ୍ରତିଯୋଗୀ

ବଲାଙ୍ଗୀର,୨୮।୨ (ସୁନିଲ କୁମାର ମହାନ୍ତି): ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଫଳ ବଜାର ପ୍ରାଙ୍ଗଣରେ କଳିଙ୍ଗ ବଡିବିଲଡିଂ ଆସୋସିଏଶନ ବଲାଙ୍ଗୀର ଶାଖା ତରଫରୁ ଇମ୍ପେରିୟାଲ କ୍ଲାସିକ ୨୦୨୬…

ରଣ୍‌ଜୀ ଟ୍ରଫି ଜିତିଲା ଜମ୍ମୁ କଶ୍ମୀର, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ହୁବଲି,୨୮ା୨: ଜମ୍ମୁ କଶ୍ମୀର ଶନିବାର ପ୍ରଥମ ଥର ପାଇଁ ରଣ୍‌ଜୀ ଟ୍ରଫି ଜିତି ଭାରତୀୟ କ୍ରିକେଟରେ ନୂଆ ଇତିହାସ ସୃଷ୍ଟି କରିଛି। ସ୍ଥାନୀୟ କେଏସ୍‌ସିଏ ଷ୍ଟାଡିୟମରେ ଖେଳାଯାଇଥିବା…

କେରଳରେ ବାଇକ ଦୁର୍ଘଟଣାରେ ଦାରିଙ୍ଗବାଡି ଯୁବକଙ୍କ ମୃତ୍ୟୁ, ମୃତଦେହ ଆଣିବାକୁ ପରିବାର ଚିନ୍ତାରେ

ଦାରିଙ୍ଗବାଡି, ୨୮।୨ (ଅରୁଣ ସାହୁ): ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଚାଲିଯାଇଛି ଯୁବକଙ୍କ ଜୀବନ।କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦନେକବାଡି ପଞ୍ଚାୟତ କୁପିବାଡି ଗ୍ରାମର ହେରାର୍ଦ…

ଦିନକ ପରେ ଦୋଳ ଯାତ୍ରା: ଗଞ୍ଜାମ ପୋଲିସର କଡ଼ା ତାଗିଦ, ରାସ୍ତାରେ ହୋର୍ଡିଂ କିମ୍ବା ବାଇକ୍‌ ରଖିଲେ…

ଗଞ୍ଜାମ,୨୮।୨(ବିଦ୍ୟାଧର ସାହୁ): ଦିନକ ପରେ ଗଞ୍ଜାମ ସହରରେ ଅନୁଷ୍ଠିତ ହେବ ଐତିହାସିକ ପ୍ରସିଦ୍ଧ ଦୋଳ ଯାତ୍ରା। ଏଥିପାଇଁ ଚଳଚଞ୍ଚଳ ହୋଇ ପଡ଼ିଛି ସମଗ୍ର ସାହି ଓ ସହର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri