Categories: ଖେଳ

ମିଲ୍‌ଖାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର

ଚଣ୍ଡିଗଡ଼,୨୭।୫(ପି.ଟି.): କିମ୍ବଦନ୍ତୀ ଆଥ୍‌ଲେଟ ମିଲ୍‌ଖା ସିଂଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କୁ ଇଣ୍ଟେନସିଭ କେୟାର ୟୁନିଟ୍‌ (ଆଇସିୟୁ) ବାହାରକୁ ନିଆଯାଇଛି। ସେ କୋଭିଡ୍‌ ନିମୋନିଆ ପାଇଁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ତାଙ୍କ ୮୨ ବର୍ଷୀୟା ସ୍ତ୍ରୀ ନିର୍ମଲ କୌର କୋଭିଡ୍‌ ନିମୋନିଆ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଟେଷ୍ଟରେ ସେ ପଜିଟିଭ ବୋଲି ଜଣାପଡିଥିଲା। ନିର୍ମଲ ଭାରତର ପୂର୍ବତନ ଭଲିବଲ ଅଧିନାୟିକା ରହିଥିଲେ। ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି ବୋଲି ହସ୍ପିଟାଲ କତ୍ତୃର୍ପକ୍ଷ କହିଛନ୍ତି। ସୋମବାର ମିଲ୍‌ଖାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଟେଷ୍ଟରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ସେହିଦିନ ସେ କୋଭିଡ୍‌ ନିମୋନିଆରେ ଆକ୍ରାନ୍ତ ଥିଲେ ବୋଲି ଜଣାପଡିଥିଲା।

Share