ସୌନ୍ଦର୍ଯ୍ୟ ପାଇଁ କ୍ଷୀର

କ୍ଷୀର ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା କହିବା ଅନାବଶ୍ୟକ। ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଆବଶ୍ୟକ ପଡୁଥିବା କେତେକ ପ୍ରମୁଖ ଖାଦ୍ୟ ମଧ୍ୟରେ ଏହା ଅନ୍ୟତମ। ଅନ୍ୟପକ୍ଷରେ ସୌନ୍ଦର୍ଯ୍ୟକୁ ନୂଆ ରୂପ ଦେବାରେ ଏହାର ମଧ୍ୟ ଭୂମିକା ରହିଛି। ତେବେ କିପରି କ୍ଷୀର ସାହାଯ୍ୟରେ ମୁହଁରେ ଚମକ ଆସିବ ଆସନ୍ତୁ ଜାଣିବା ସେ ସମ୍ପର୍କରେ….

ମହୁ ଓ କ୍ଷୀର: ମୁହଁକୁ ସଫା କରିବାକୁ ହେଲେ କ୍ଷୀରରେ ମହୁ ମିଶାଇ ଲଗାନ୍ତୁ। କାହିଁକି ନା ମହୁ ତ୍ୱଚା ପାଇଁ ଟନିକ୍‌ ଭଳି କାମ କରିଥାଏ। ଏହାକୁ ଖାଇବା ଏବଂ ଲଗାଇବା ଦ୍ୱାରା ସ୍କିନ୍‌ ଗ୍ଲୋ କରିଥାଏ। ସ୍କିନ୍‌କୁ ସଫା କରିବାକୁ ହେଲେ ଏକ ଛୋଟ ଚାମଚ ମହୁ ସହିତ କ୍ଷୀର ମିଶାଇ ମୁହଁରେ ଲଗାନ୍ତୁ। ଏହାକୁ ୧୦ମିନିଟ୍‌ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ଏହାପରେ ମୁହଁକୁ ଥଣ୍ଡା ପାଣିରେ ଭଲ ଭାବେ ଧୋଇଦିଅନ୍ତୁ। ଦେଖିବେ ଆପଣଙ୍କ ମୁହଁ କେତେ ଗ୍ଲୋ କରୁଛି।
ମୁଲାୟମ ତ୍ୱଚା: କ୍ଷୀରକୁ ତ୍ୱଚାରେ ଲଗାଇବା ଦ୍ୱାରା ଏହା ଆହୁରି ମୁଲାୟମ ହୋଇଥାଏ। ଦୁଇ ଚାମଚ କ୍ଷୀରସର ସହ ମହୁ ମିଶାଇ ତ୍ୱଚାରେ ଲଗାନ୍ତୁ । ଏହାଦ୍ୱାରା ତ୍ୱଚାର ଶୁଷ୍କତା (ଡ୍ରାଏନେସ୍‌) ଦୂର ହୋଇଥାଏ। କ୍ଷୀର ସହ ଗୋଲାପଜଳ ମିଶାଇ ପୂରା ଶରୀରରେ ଲଗାଇବା ଦ୍ୱାରା ତ୍ୱଚାର ରଙ୍ଗ ଧୀରେ ଧୀରେ ସଫା ଦେଖାଯାଇଥାଏ।
ମୁହଁର ରିଙ୍କଲ୍ସ: ମୁହଁର ରିଙ୍କଲ୍ସ ଦୂର କରିବାକୁ ହେଲେ କ୍ଷୀର ବହୁ ଲାଭକାରୀ ହୋଇଥାଏ। ୨ଚାମଚ ମହୁ ସହ ୩-୪ଚାମଚ କ୍ଷୀରସରକୁ ମିଶାଇ ଦିଅନ୍ତୁ। ଏବେ ଏହାକୁ ଭଲଭାବେ ଲଗାନ୍ତୁ। ଏହାଦ୍ୱାରା ମୁହଁର ରିଙ୍କଲ୍ସ ଦୂର ହୋଇପାରିବ।
ମୁହଁକୁ କରନ୍ତୁ ସଫ୍ଟ ଓ ଗୋଲାପୀ: ଯଦି ଓଠ କଳା ହୋଇଯାଇଛି, କ୍ଷୀରକୁ ଓଠରେ ଲଗାଇବା ଦ୍ୱାରା ଏହାର କଳାପଣ ଦୂର ହୋଇଥାଏ। ଯଦି ଆପଣଙ୍କ ଓଠ ଫାଟୁଛି ତେବେ ଗୋଟେ ବୁନ୍ଦା ଗୋଲାପଜଳ, ଗୋଟିଏ ବୁନ୍ଦା ଲେମ୍ବୁରସ ସହ କ୍ଷୀରରସକୁ ଭଲଭାବେ ମିଶାଇ ଦିଅନ୍ତୁ। ଦେଖିବେ ଆପଣଙ୍କ ଓଠ ସଫ୍ଟ ଏବଂ ମୁଲାୟମ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଋଷିକେଶ ନୀଳକଣ୍ଠ ମହାଦେବ ମନ୍ଦିର

ଉତ୍ତରାଖଣ୍ଡର ଋଷିକେଶଠାରୁ ମାତ୍ର ୩୨ କି.ମି. ଦୂରରେ ପୌରୀ ଗଢୱାଲ ଜିଲାରେ ରହିଛି ପୁରାଣ ପ୍ରସିଦ୍ଧ ନୀଳକଣ୍ଠ ମହାଦେବଙ୍କ ମନ୍ଦିର। ସମୁଦ୍ରପତ୍ତନରୁ ପ୍ରାୟ ୧୩୩୦ ମିଟର...

ସୁଖଶାନ୍ତିରେ ରହିବା ପାଇଁ ବାସ୍ତୁ

ସୁଖଶାନ୍ତିରେ ରହିବାକୁ କିଏ ନ ଚାହେଁ। କିନ୍ତୁ ବେଳେବେଳେ ଏମିତି ହୁଏ କିଛି କାରଣ ନଥାଇ ବି ପରିବାରରେ ଅଶାନ୍ତି ବଢିଯାଏ। ସମ୍ପର୍କରେ ତିକ୍ତତା ଦେଖାଦିଏ।...

ଆଣ୍ଠୁଗଣ୍ଠି ସମସ୍ୟା ଦୂର କରେ ମେଥି ଶାଗ

ଆଣ୍ଠୁଗଣ୍ଠିରେ ଅତ୍ୟଧିକ ଯନ୍ତ୍ରଣା କାରଣରୁ ଅନେକ ସମୟରେ ଲୋକେ ଚାଲିବା ବୁଲିବାରେ ବି ଅସମର୍ଥ ହୋଇପଡ଼ନ୍ତି। ତେବେ ଏହି ଯନ୍ତ୍ରଣା ବିଭିନ୍ନ କାରଣରୁ ହୋଇଥାଏ। ଯେମିତିକି;...

ଦୃଷ୍ଟିଶକ୍ତିକୁ ଦୃଢ଼ କରେ ଚକୋଲେଟ୍‌

ଚକୋଲେଟ୍‌ ଖାଇଲେ ତାହା ଦୃଷ୍ଟି ଶକ୍ତିକୁ ଆହୁରି ଦୃଢ଼ କରିଥାଏ ବୋଲି ଲଣ୍ଡନ ୟୁନିଭର୍ସିଟିର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ଚକୋଲେଟ୍‌ର ସ୍ବାସ୍ଥ୍ୟୋପକାରୀ ଗୁଣ ବିଷୟରେ ତର୍ଜମା...

ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ପାଇଁ ପିଅନ୍ତୁ ଏହି ଜୁସ୍‌

ବର୍ତ୍ତମାନର ଅନିୟମିତ ଜୀବନଶୈଳୀ, ଚିନ୍ତା କାରଣରୁ ଉଚ୍ଚ ରକ୍ତଚାପ ସାଧାରଣ ସମସ୍ୟାରେ ପରିଣତ ହେଲାଣି। ଏହି ଗମ୍ଭୀର ସମସ୍ୟାକୁ ସାମାନ୍ୟ ଅଣଦେଖା କରିବା ଫଳରେ ଏହା...

ସ୍ମରଣ ଶକ୍ତି ବଢ଼ାଇବାର ସହଜ ଉପାୟ

ସ୍ମରଣ ଶକ୍ତି ବଢ଼ାଇବାର ଏକ ସରଳ ତଥା ସହଜ ଉପାୟ ରହିଛି। ଏହାକୁ ଆପଣେଇ ପାରିଲେ ସ୍ମରଣ ଶକ୍ତି ପୂର୍ବାପେକ୍ଷା ପ୍ରଖର ହୋଇଥାଏ। ଲଣ୍ଡନ ବିଶ୍ୱବିଦ୍ୟାଳୟର...

ଉପକାରୀ ବୃକ୍ଷ, ଘରେ ଲଗାଇଲେ ମିଳିଥାଏ ଶୁଭଫଳ

ପ୍ରକୃତି ସହ ଜଡ଼ିତ ପ୍ରତ୍ୟେକଟି ଜିନିଷକୁ ଈଶ୍ୱରଙ୍କର ଗୋଟିଏ ଗୋଟିଏ ସ୍ବରୂପ ଭାବେ ବିବେଚନା କରାଯାଇଥାଏ; ଯେମିତି କି ବୃକ୍ଷଲତା। ବାସ୍ତୁଶାସ୍ତ୍ର ଅନୁଯାୟୀ ଏମିତି ବି...

ମେଦବହୁଳତାକୁ ନେଇ ଚିନ୍ତିତ କି….ଖାଆନ୍ତୁ ଏହା

ଥଣ୍ଡାପାଗରେ ଚିନାବାଦାମ ଖାଇବାକୁ ଅନେକେ ପସନ୍ଦ କରିଥାନ୍ତି। ଏଥିରେ ପ୍ରଚୁର ପରିମାଣରେ ପୋଷକତତ୍ତ୍ୱ ମିଳିଥାଏ, ଯାହାକି ବିଭିନ୍ନ ସମସ୍ୟା ଦୂର କରିଥାଏ। ବିଶେଷ ଭାବେ ଚିନାବାଦାମ...

Advertisement
Archives

Model This Week