ସୁଦାନରେ ସାମରିକ ସଂଘର୍ଷ: ୨୦୦ ନିହତ

ଖାର୍ତୁମ/ନୂଆଦିଲ୍ଲୀ,୧୯।୪: ଉତ୍ତର-ପୂର୍ବ ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ସେନା ଜେନେରାଲ ଓ ବିଦ୍ରୋହୀ ଅର୍ଦ୍ଧସାମରିକ ବଳ ମଧ୍ୟରେ ୪ ଦିନ ହେଲା ଘମାଘୋଟ ଲଢ଼େଇ ଚାଲିଛି। ଗୁଳି ବିନିୟମ ଜାରି ରହିଥିବା ଦେଖି ରାଜଧାନୀ ଖାର୍ତୁମ ସମେତ ଦେଶର ବିଭିନ୍ନ ଭାଗରେ ଲକ୍ଷ ଲକ୍ଷ ଲୋକ ଘରୁ ବାହାରୁ ନାହାନ୍ତି। ସୋମବାର ଆମେରିକୀୟ ଦୂତାବାସର ସୁରକ୍ଷା ଗାଡ଼ି ଓ ୟୁରୋପୀୟ ସଂଘ (ଇୟୁ) ପ୍ରତିନିଧିଙ୍କ ଘରକୁ ଟାର୍ଗେଟ କରାଯାଇଥିଲା। ସୁଦାନକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଚାଲିଥିବା ଏହି ସଂଘର୍ଷରେ କେତେଜଣ ଭାରତୀୟଙ୍କ ସମେତ ପ୍ରାୟ ୨୦୦ ଜଣଙ୍କ ମୃତ୍ୟୁ ଘଟିଲାଣି। ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ଙ୍କ ହସ୍ତକ୍ଷେପ ପରେ ମଙ୍ଗଳବାର ୨୪ ଘଣ୍ଟିଆ ଅସ୍ତ୍ରବିରତି କରିବାକୁ ଉଭୟ ପକ୍ଷ ମଧ୍ୟରେ ସହମତି ପ୍ରକାଶ ପାଇଛି। ସୁଦାନ ଶସ୍ତ୍ର ବଳ (ଏସ୍‌ଏଏଫ୍‌) ବିଦ୍ରୋହୀ ରାପିଡ୍‌ ସପୋର୍ଟ ଫୋର୍ସେସ୍‌ (ଆର୍‌ଏସ୍‌ଏଫ୍‌) ଏହି ଦିନିକିଆ ମାନବୀୟ ସନ୍ଧିକୁ ସ୍ବାଗତ କରିଛନ୍ତି। ଏହାସତ୍ତ୍ୱେ ସେନା ମୁଖ୍ୟାଳୟ ଓ ଏୟାରପୋର୍ଟ ସମେତ କେତେକ ସ୍ଥାନରେ ହିଂସା ଦେଖିବାକୁ ମିଳିଛି। ଖାର୍ତୁମ୍‌ରୁ ୨୧୫ କି.ମି. ଉତ୍ତର ପଶ୍ଚିମରେ ଥିବା ମେରେଓ୍ବେର ଏକ ରଣନୈତିକ ଏୟାରବେସ୍‌ରେ ମଧ୍ୟ ସଂଘର୍ଷ ଚାଲିଛି।
ତଥ୍ୟାନୁସାରେ ଶନିବାର ସଂଘର୍ଷ ଆରମ୍ଭ ହେବା ପରଠୁ ଅଦ୍ୟାବଧି ୨୦୦ରୁ ଊର୍ଦ୍ଧ୍ୱ ନିହତ ହୋଇଥିବାବେଳେ ୧,୮୦୦ରୁ ଅଧିକ ଆହତ ହେଲେଣି। ଅନ୍ୟପକ୍ଷେ ମୃତକଙ୍କ ମଧ୍ୟରୁ ୧୪୪ ନାଗରିକ ଥିବାବେଳେ ୧,୪୦୦ ଆହତ ହୋଇଥିବା ସୁଦାନ ଡକ୍ଟର୍ସ ସିଣ୍ଡିକେଟ୍‌ ପକ୍ଷରୁ କୁହାଯାଇଛି। ତେବେ ପ୍ରକୃତ ମୃତ୍ୟୁସଂଖ୍ୟା ଆହୁରି ଅଧିକ ହେବ ବୋଲି କୁହାଯାଉଛି। ଜନବସତିରେ ଉଭୟ ପକ୍ଷର ଟ୍ୟାଙ୍କ ଓ ଯୁଦ୍ଧାସ୍ତ୍ରର ବ୍ୟବହାର ଦେଶରେ ଅସ୍ବାଭାବିକ ସ୍ଥିତି ଉପୁଜାଇବା ସହ ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ଆକର୍ଷଣ କରିଛି। ଆମେରିକୀୟ କୂଟନୀତିଜ୍ଞ ବ୍ଲିଙ୍କେନ୍‌ ଦୁଇ ପ୍ରତିଦ୍ୱନ୍ଦ୍ୱୀ ସଶସ୍ତ୍ର ବଳ ମୁଖ୍ୟ ଜେନେରାଲ ବୁର୍‌ହାନ୍‌ ଏବଂ ଆର୍‌ଏସ୍‌ଏଫ୍‌ ନେତା ଜେନେରାଲ ମହମ୍ମଦ ହମ୍‌ଦାନ୍‌ ଦାଗାଲୋଙ୍କ ସହ ଆଲୋଚନା କରି ଶାନ୍ତି ବୁଝାମଣାର ପ୍ରସ୍ତାବ ଦେଇଛନ୍ତି। କୌଣସି ଆମେରିକୀୟ ଡିପ୍ଲୋମାଟ୍‌ଙ୍କ ଉପରେ ଆକ୍ରମଣ କିମ୍ବା ସେମାନଙ୍କ ପ୍ରତି ବିପଦ ସୃଷ୍ଟି ଆଦୌ ଗ୍ରହଣୀୟ ନୁହେଁ ବୋଲି ୭ ଧନୀ ରାଷ୍ଟ୍ରଙ୍କୁ ନେଇ ଗଠିତ ଜି-୭ର ଜାପାନ ସମ୍ମିଳନୀରେ ବ୍ଲିଙ୍କେନ୍‌ ଚେତାବନୀ ଦେଇଛନ୍ତି। ସେଠାରେ ଫସିରହିଥିବା ବିଦେଶୀ ନାଗରିକଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ୨୪ ଘଣ୍ଟିଆ ଅସ୍ତ୍ରବିରତି ପ୍ରସ୍ତାବ ମଧ୍ୟ ଦେଇଛନ୍ତି, ଯାହାକୁ ଉଭୟ ପକ୍ଷ ଗ୍ରହଣ କରିନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ପୋଷା କୁକୁର ପାଇଁ ଫିନାଇଲ ପିଇ ଜୀବନ ହାରିଲେ ଦୁଇ ଭଉଣୀ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇ ଭଉଣୀ ଫିନାଇଲ୍ ପିଇ ଆତ୍ମହତ୍ୟା କରିଛନ୍ତି । ଏହାର  କାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri