ସୀମାନ୍ତରେ ମାଓବାଦୀଙ୍କ ଡ୍ରୋନ୍‌ ବ୍ୟବହାର

ମାଲକାନଗିର,୧୧।୬(ଡି.ଏନ୍‌.ଏ.): ମାଓବାଦୀଙ୍କୁ ଦମନ କରିବା ପାଇଁ ଡ୍ରୋନ୍‌ ମାଧ୍ୟମରେ ସୁରକ୍ଷା ବଳ ମାଓବାଦୀଙ୍କ ଉପରେ ନଜର ରଖୁଥିଲେ। ବର୍ତ୍ତମାନ ମାଓବାଦୀମାନେ ମଧ୍ୟ ଏହି ଡ୍ରୋନ୍‌ର ବ୍ୟବହାରକରି ସୁରକ୍ଷା ବଳ ଉପରେ ନଜର ରଖିବା ସହ ସେମାନଙ୍କ ସର୍ଚ୍ଚ ଅପରେଶନ ଉପରେ ମଧ୍ୟ ନଜର ରଖିବ ବୋଲି ସୂଚନା ମିଳିଛି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି, ଛତିଶଗଡ଼ ବସ୍ତରରେ କାର୍ଯ୍ୟ କରୁଥିବା ମାଓବାଦୀ ସଙ୍ଗଠନ ନିକଟରେ ୧୦ରୁ ଅଧିକ ଡ୍ରୋନ୍‌ ରହିଛି। ଯେଉଁଥିରେ ସେମାନେ ସୁରକ୍ଷା ବଳ ଉପରେ ନଜର ରଖି ସେମାନଙ୍କୁ ଟାର୍ଗେଟ କରୁଛନ୍ତି। କେବଳ ଏହି ସ୍ଥାନ ନୁହେଁ, ଛତିଶଗଡ଼ ଓ ତେଲଙ୍ଗାନାର ବିଭିନ୍ନ ମାଓବାଦୀ ସଙ୍ଗଠନ ପାଖରେ ଏହି ଡ୍ରୋନ୍‌ ଥିବା ସୂଚନା ମିଳିଛି। ତେବେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ମାଓବାଦୀମାନେ ବ୍ୟବହାର କରୁଥିବା ଡ୍ରୋନ୍‌ ଅନ୍‌ଲାଇନରେ ସହଜରେ ଉପଲବ୍ଧ ହେଉଥିବାରୁ ସେମାନେ ଏହାକୁ ସହଜରେ ଆଣି ବ୍ୟବାହର କରିପାରୁଛନ୍ତି। ଡ୍ରୋନ୍‌ କ୍ରୟ ଏବଂ ବିକ୍ରୟ ସମ୍ବନ୍ଧୀୟ ନୀତି ସ୍ଥିର ହୋଇ ନ ଥିବାରୁ ମାଓବାଦୀମାନେ ଏହାର ଫାଇଦା ନେଉଛନ୍ତି। ତେବେ ଛତିଶଗଡ଼ର ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ଏ ବିଷୟରେ ଚିନ୍ତିତ ଥିବା ଦେଖିବାକୁ ମିଳିଛି। ବିଗତ କିଛିଦିନ ପୂର୍ବରୁ ଛତିଶଗଡ଼ର ସୁକ୍‌ମା, ବିଜାପୁର ଏବଂ ନାରାୟଣପୁରରେ ସୁରକ୍ଷା ବାହିନୀ କ୍ୟାମ୍ପ ନିକଟରେ ଅନେକ ଥର ଡ୍ରୋନ୍‌ ଉଡୁଥିବା ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ଯେତେବେଳେ ତେଲଙ୍ଗାନାର ଚେର୍ଲା ନିକଟରେ ମାଓବାଦୀ କ୍ୟୁରିଅର ନାଗେଶ୍ୱରା ରାଓ, ମଲ୍ଲିକାର୍ଜୁନା ରାଓ ଏବଂ ପଙ୍ଗୁଲୁ ଉମାଶଙ୍କରଙ୍କୁ ପୋଲିସ ଗିରଫ କଲା, ସେତେବେଳେ ସେମାନଙ୍କଠାରୁ ଏକ ଡ୍ରୋନ୍‌ ମଧ୍ୟ ଜବତ କରାଯାଇଥିଲା। ଏଥିରୁ ସ୍ପଷ୍ଟ ହୋଇଛି, ମାଓବାଦୀମାନେ ବର୍ତ୍ତମାନ ସୁରକ୍ଷା ବାହିନୀକୁ ଚ୍ୟାଲେଞ୍ଜ କରିବା ପାଇଁ ଡ୍ରୋନ୍‌ ବ୍ୟବହାର କରୁଛନ୍ତି।
ସୂଚନାଯୋଗ୍ୟ, ଗତ ୭ ତାରିଖରେ ତେଲଙ୍ଗାନା ପୋଲିସ ୩ଜଣ ମାଓବାଦୀଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ଏକ ଡ୍ରେନ୍‌ ଜବତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

ମାର୍ଚ୍ଚ ୨୬ରୁ ମେ ୩୧ ମଧ୍ୟରେ ହେବ ଆଇପିଏଲ୍‌

ମୁମ୍ୱାଇ, ୧୬ା୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମି ସଂସ୍କରଣ ମାର୍ଚ୍ଚ ୨୬ରୁ ମେ ୩୧ ଓ୍ୱିଣ୍ଡୋରେ ଖେଳାଯିବ। ମାତ୍ର ଆରସିବିର ଘରୋଇ ଗ୍ରାଉଣ୍ଡ ବେଙ୍ଗାଲୁରୁରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

୭୬ ଏକର ଜାଗାରୁ ଗଞ୍ଜେଇ ଗଛ ନଷ୍ଟ

ଖଜୁରୀପଡ଼ା,୧୬ା୧୨(ବିଦୁର ବେହେରା): ବାରିକୁମ୍ପା, ସୁଡୁଲି, ଖମାର ଏବଂ ବାରିହାଗୁଡା ଜଙ୍ଗଲରେ ମଙ୍ଗଳବାର ଖଜୁରିପଡା ପୋଲିସ ଓ ଅବକାରୀ ବିଭାଗ ଚଢାଉ କରି ବେଆଇନ ଭାବେ ଚାଷ...

ଋଷିକୁଲ୍ୟା ମା’ ରାମଚଣ୍ଡୀ ପୀଠ ହେବ ତୀର୍ଥକ୍ଷେତ୍ର

ଗଞ୍ଜାମ,୧୬।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଛତ୍ରପୁର ସଦର ମହକୁମା ନିକଟସ୍ଥ ନୀଳାଦ୍ରିପୁର ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ବିବାସିନୀ ମା’ ରାମଚଣ୍ଡୀଙ୍କ ପୀଠ। ଏହି...

ପୀତବାସ ପଣ୍ଡା ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କ ଜାମିନ ଖାରଜ

ବ୍ରହ୍ମପୁର,୧୬ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ଜଣ ଜାମିନ ଆବେଦନ କରିଥିବା ବେଳେ...

୧୯ ବର୍ଷର  ଏହି ଖେଳାଳିଙ୍କ ଉପରେ ୧୪.୨ କୋଟି ଉଡାଇଲା CSK, ଆଫ୍ରିଦିଙ୍କଠାରୁ ଦ୍ରୁତ ଶତକ ମାରି ଥିଲେ ଚର୍ଚ୍ଚାରେ… 

ଆବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ସବୁଠାରୁ ବଡ଼ ସରପ୍ରାଇଜ୍‌ ପାଲଟିଥିଲେ ରାଜସ୍ଥାନର ୧୯ ବର୍ଷୀୟ ଯୁବ ଉଇକେଟକିପର୍‌ ତଥା ବ୍ୟାଟ୍ସମ୍ୟାନ କାର୍ତ୍ତିକ ଶର୍ମା। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri