Posted inଖେଳ

୨୬ ବର୍ଷ ବଡ଼ ମିଲିନ୍ଦଙ୍କ ପ୍ରେମରେ ପଡ଼ିଥିଲେ ଏହି ଯୁବତୀ; ନାଇଟ୍‌ କ୍ଲବରେ ଭେଟିବା ପରେ …

ବମ୍ବେ: କଥାରେ ଅଛି ପ୍ରେମ ମାନେନା ବୟସ। ସେଭଳି କିଛି ଘଟିଥିଲା ଅଙ୍କିତା କୋନ୍‌ଓ୍ବରଙ୍କ କ୍ଷେତ୍ରରେ। ନିଜଠାରୁ ୨୬ବର୍ଷ ବଡ଼ ଜାଣି ବି ସେ ବଲିଉଡ୍‌ ଅଭିନେତା ତଥା ମଡେଲ ମିଲିନ୍ଦ ସୋମନଙ୍କ ପ୍ରେମରେ ପଡ଼ିଯାଇଥିଲେ। ବୟସାଗତ ତାରତମ୍ୟ ଅଧିକ ଥିବାରୁ ପ୍ରେମର ରାସ୍ତା ସେତେଟା ସହଜ ନ ଥିଲା। ଦୀର୍ଘ ୫ ବର୍ଷ ଧରି ଦୁହେଁ ଦୁହିଁଙ୍କୁ ଡେଟ୍‌ କରିଥିଲେ। ୨୦୧୮ ଏପ୍ରିଲ ୨୨ରେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଆଜି ଉଭୟଙ୍କ ବିବାହକୁ ଆଉ ଏକ ବର୍ଷ ପୁରିଛି। ଏହି ଅବସରରେ ସେମାନଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।

ମିଲିନ୍ଦଙ୍କୁ ୫୫ବର୍ଷ ହୋଇଥିବା ବେଳେ ଅଙ୍କିତାଙ୍କୁ ୨୮। ଅଭିନେତାଙ୍କ ପୂର୍ବରୁ ଅଙ୍କିତା ଅନ୍ୟଜଣେ ଯୁବକଙ୍କୁ ପ୍ରେମ କରୁଥିଲେ। ହେଲେ ତାଙ୍କର ମୃତ୍ୟୁ ଘଟିଯାଇଥିଲା। ଏଥିରେ ଭାଙ୍ଗିପଡ଼ି ଅଙ୍କିତା ଦେଶ ଛାଡ଼ି ଚାଲିଯିବାକୁ ଭାବିଥିଲେ। ଏୟାର ଏସିଆରେ କ୍ୟାବିନ୍‌ କ୍ରୁ ମେମ୍ବର ଭାବେ କାମ କରିବା ଆରମ୍ଭ କରିଦେଇଥିଲେ। ଏହି ସମୟ ମଧ୍ୟରେ ତାଙ୍କର ପୋଷ୍ଟିଂ ଚେନ୍ନାଇରେ ହୋଇଥିଲା।

ଦିନେ ମିଲିନ୍ଦଙ୍କୁ ଅଙ୍କିତା ଲବିରେ ଦେଖିଥିଲେ। ୯୦ ଦଶକର ଲୋକପ୍ରିୟ ଅଭିନେତା ଥିବା ଯୋଗୁ ଅଙ୍କିତା ତାଙ୍କର ବଡ଼ ପ୍ରଶଂସକ ଥିଲେ। ସେ ‘ହାଲୋ’ କହିଥିଲେ ହେଁ କିଛି ଉତ୍ତର ଦେଇ ନ ଥିଲେ ମିଲିନ୍ଦ। କିଛି ଦିନ ପରେ ଚେନ୍ନାଇର ଏକ ନାଇଟ୍‌ କ୍ଲବରେ ପୁଣି ଉଭୟଙ୍କ ଭେଟ ହୋଇଥିଲା। ସେମାନେ ପରସ୍ପରକୁ ଦେଖୁଥିଲେ। ସାଙ୍ଗରେ ଥିବା ବନ୍ଧୁ ତାଙ୍କ ସହ କଥା ହେବାକୁ ପରାମର୍ଶ ଦେଇଥିଲେ। କିଛି ଦିନ ପରେ ଉଭୟ ଫୋନ୍‌ ନମ୍ବର ଦେଇ କଥା ହେବା ଆରମ୍ଭ କରିଥିଲେ। ପରେ ପାଞ୍ଚ ବର୍ଷ ଧରି ଡେଟ୍‌ କରିବା ପରେ ବିବାହ କରିଥିବା ଅଙ୍କିତା ଏକ ସାକ୍ଷାତକାରରେ କହିଥିଲେ। ଏବେ ଉଭୟ ସୁଖୀ ଦାମ୍ପତ୍ୟ ଜୀବନ ବିତାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ କଳାକାରଙ୍କ ଉପରେ ଆକ୍ରମଣ, ପଥର ଫିଙ୍ଗିବା ପରେ ଗାୟକଙ୍କ…

ନୂଆଦିଲ୍ଲୀ,୨୭ା୧୨: ବାଂଲାଦେଶରେ କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ ଉପରେ ଆକ୍ରମଣର ଧାରାବାହିକ ଅହରହ ଜାରି ରହିଛି । ସଦ୍ୟତମ ଘଟଣାଟି ଢାକାରୁ ପ୍ରାୟ ୧୨୦ କିଲୋମିଟର...

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

କେନ୍ଦ୍ରର କଣ୍ଟ ଜାନୁଆରୀ ୩୧: ସମ୍ପତ୍ତି ତାଲିକା ଦାଖଲ ନ କଲେ….

ନୂଆଦିଲ୍ଲୀ,୨୭ା୧୨ (ପି.ଟି.):ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀମାନେ ଉପଯୁକ୍ତ ସମୟ ମଧ୍ୟରେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ। ଏଥିରେ ବିଫଳ ହେଲେ ବାବୁମାନଙ୍କ ବିରୋଧରେ...

ଆଜି ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ କମିଶନର, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ

ଭୁବନେଶ୍ୱର, ୨୭|୧୨(ସୁନିତ୍‌ ମିଶ୍ର):  ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଶନିବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶନିବାର ସେ ପୁରୀରେ...

୩୦ ବ୍ଲକରୁ ଘୁଞ୍ଚିବ ଦାଦନ ଦୁଃଖ: ଶ୍ରମିକଙ୍କୁ ମିଳିବ ୯୮ ଟଙ୍କାର ଟପ୍‌ଅପ୍‌

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା):ରାଜ୍ୟକୁ ଦାଦନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା ରହିଛି। ରାଜ୍ୟ ସରକାର ବଲାଙ୍ଗୀର ଅଞ୍ଚଳର...

ଏହି ରାଶି ଉପରେ ଶନିଙ୍କ ପ୍ରକୋପ, ସାଢେ ସତୀ ଚାଲିରେ ବରବାଦ ହୋଇଯିବେ!

୨୦୨୬ରେ, ଶନି ସାରା ବର୍ଷ ପାଇଁ ମୀନ ରାଶିରେ ଭ୍ରମଣ କରିବେ, ଯାହା ଫଳରେ ମେଷ, ମୀନ ଏବଂ କୁମ୍ଭ ରାଶି ଶନିଙ୍କ ସାଡେ ସତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri