ରାଗିଗଲେ ପ୍ରସିଦ୍ଧ ବକ୍ସର ମାଇକ ଟାଇସନ, ପ୍ରଶଂସକ ହେଲେ ରକ୍ତମୁଖା

ଫ୍ଲୋରିଡା,୨୨।୪:ବକ୍ସିଂ ଦୁନିଆରେ ମାଇକ ଟାଇସନ ଏକ ବଡ ନାମ। ତାଙ୍କ କ୍ୟାରିୟରରେ ଏହି ସେ ବଡ଼ ବଡ଼ ବକ୍ସରଙ୍କୁ ପାଣି ପିଆଇ ଦେଇଛନ୍ତି। କିନ୍ତୁ ବକ୍ସିଂ ରିଙ୍ଗ ବାହାରେ ମାଇକ ବେଶ୍‌ ସାଧାରଣ ଜଣାପଡନ୍ତି। କିନ୍ତୁ ନିକଟରେ ମାଇକ ଟାଇସନଙ୍କ ଏକ ଭାଇରାଲ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ସେ ବିମାନରେ ବସିଥିବା ଜଣେ ସାଥୀ ଯାତ୍ରୀଙ୍କୁ ମୁଥ ମାରୁଥିବା ଦେଖାଯାଇଛି। ବିମାନରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ତାଙ୍କୁ ବାରମ୍ବାର ହଇରାଣ କରୁଥିଲେ। ଏହା ପରେ ମାଇକ ରାଗିଯାଇ ତାଙ୍କୁ ମୁଥ ମାରିଥିଲେ।
ମାଇକ ଟାଇସନ ଏକ ବିମାନରେ ଫ୍ଲୋରିଡା ଯାଉଥିଲେ। ମାଇକ ତାଙ୍କ ସିଟରେ ବସିଥିଲେ। ତା’ପରେ ପଛରେ ବସିଥିବା ଜଣେ ବ୍ୟକ୍ତି ତାଙ୍କ ସହିତ ନିରନ୍ତର କଥା ହେବାକୁ ଚେଷ୍ଟା କରିଥିଲେ। ସାଧାରଣତଃ କୌଣସି ବଡ ବ୍ୟକ୍ତିଙ୍କୁ ଦେଖିବା ପରେ ପ୍ରଶଂସକମାନେ ଏହା କରନ୍ତି। କିନ୍ତୁ ଏହି ଯାତ୍ରୀ ଏକ ସମୟରେ ନିଜର ସୀମା ଭୁଲିଗଲେ ଏବଂ ସେ କ୍ରମାଗତ ଭାବରେ ଆଗରେ ବସିଥିବା ମାଇକକୁ ହଇରାଣ କରିବାକୁ ଲାଗିଲେ। ସେ ତାଙ୍କ ବନ୍ଧୁଙ୍କୁ ମାଇକର ଏକ ଭିଡିଓ କରିବାକୁ ମଧ୍ୟ କହିଥିଲେ।
ମାଇକ ଟାଇସନ ରାଗିଯାଇ ସେହି ବ୍ୟକ୍ତିଙ୍କ ମୁହଁରେ ଗୋଟିଏ ପରେ ଗୋଟିଏ ମୁଥ ମାରିବାକୁ ଲାଗିଲେ। ମାଇକ ସେହି ବ୍ୟକ୍ତିଙ୍କ ମୁହଁରେ ଏତେ ମୁଥ ମାରିଥିଲେ ଯେ, ତାଙ୍କର ରକ୍ତ ମଧ୍ୟ ବାହାରିବାକୁ ଲାଗିଲା। ବିମାନରେ ବସିଥିବା ଅନ୍ୟ ଲୋକମାନେ ମାଇକ ଟାଇସନଙ୍କୁ ଶାନ୍ତ କରିଥିଲେ।

https://twitter.com/ChaudharyParvez/status/1517328185158881281


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହତ୍ୟାକୁ ନେଇ ଟ୍ରମ୍ପଙ୍କ ବଡ଼ ଘୋଷଣା: କହିଦେଲେ ଏମିତି…ସାରା ବିଶ୍ୱ ସ୍ତବ୍ଧ

ଓ୍‌ବାଶିଂଟନ୍‌,୧୧।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ଶେଷକୃତ୍ୟ ସମୟରେ ଟ୍ରମ୍ପଙ୍କୁ…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଇରାନକୁ ଟ୍ରମ୍ପଙ୍କ ୨୪ ଘଣ୍ଟାର ଅଲ୍ଟିମେଟମ ଦେଲେ ଟ୍ରମ୍ପ: ନ ମାନିଲେ ଭୟଙ୍କର ହେବ ପରିଣାମ

ଓ୍‌ବାଶିଂଟନ୍‌,୧୧।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଏକ ଅତି ବିପଜ୍ଜନକ ମୋଡ଼ରେ ପହଞ୍ଚିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆମେରିକାର ଟ୍ରମ୍ପ ପ୍ରଶାସନ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

ଛାତ୍ରୀଛାତ୍ରଙ୍କୁ ଫେରସ୍ତ ହେବ ନାମଲେଖା ଫି’: ବ୍ଲକ୍‌ ଗ୍ରାଣ୍ଟ୍‌ କଲେଜକୁ ସରକାର ଦେବେ ଟଙ୍କା

ଭୁବନେଶ୍ୱର,୧୧ା୭(ସୁଚିସ୍ମିତା ସାହୁ):କେଜିରୁ ପିଜି ମାଗଣା ଶିକ୍ଷା ପାଇଁ ସରକାର ନିଷ୍ପତ୍ତି ନେବା ପରେ ମଧ୍ୟ ଅନେକ ଶିକ୍ଷାନୁଷ୍ଠାନରେ ନାମଲେଖା ସମୟରେ ଫି’ ନିଆଯାଉଥିବା ଅଭିଯୋଗ ହୋଇଛି। ଏ…

ଭିତରକନିକାରେ ୯୨ ବଉଳା କୁମ୍ଭୀର ବସା ଚିହ୍ନଟ

ରାଜନଗର,୧୧ା୭(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ଭିତରକନିକାର ସୁଦ୍ଧା ନଦୀ, ନାଳରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ୯୨ ବସା ଚିହ୍ନଟ ହୋଇଥିବା ଶୁକ୍ରବାର ବନବିଭାଗ ସୂତ୍ରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri