Posted inଖେଳ

କୋହଲିଙ୍କୁ ନେଇ ବିବାଦୀୟ ବୟାନ ଦେଲେ ଇଂଲଣ୍ଡର ଏହି ପୂର୍ବତନ ଅଧିନାୟକ; ଏଥର ରୋଜଗାରକୁ ବି…

ନୂଆଦିଲ୍ଲୀ,୧୫।୫: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନାମ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଗଣନା କରାଯାଏ। ହେଲେ କିଛି ଲୋକ ବିରାଟ ଅଥବା ଟିମ୍‌ ଇଣ୍ଡିଆର ସଫଳତାକୁ ସହି ପାରନ୍ତି ନାହିଁ। ସେଭଳି ଜଣେ ହେଲେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭାଓନ। ଏବେ ସେ ବିରାଟଙ୍କୁ ନେଇ କଟୁ ମନ୍ତବ୍ୟ ଦେଇଛନ୍ତି।

ଦୁନିଆର ଚାରିଜଣ ଚର୍ଚ୍ଚିତ ବ୍ୟାଟ୍ସମ୍ୟାନ(ଫାବ୍‌-୪) ନାମରେ ଜଣାଶୁଣା- ବିରାଟ, କେନ୍‌ ଓ୍ବିଲିୟମ୍‌ସନ, ଜୋ ରୁଟ୍‌ ଏବଂ ଷ୍ଟିଭ୍‌ ସ୍ମିଥ୍‌ଙ୍କ ମଧ୍ୟରୁ କିଏ ସର୍ବୋତ୍ତମ ନେଇ ବିତର୍କ ଲାଗିଲେ ଉତ୍ତର କହିବା ମୁସ୍କିଲ। ହେଲେ ଭାଓନ ‘ସ୍ପାକ୍‌ ସ୍ପୋର୍ଟ’ ସହ କଥାବାର୍ତ୍ତାରେ ଏନେଇ ପ୍ରତିକ୍ରିୟା ରଖିଥିଲେ। ଏଥିରେ ସେ ବିରାଟଙ୍କ ସହ ଭାରତୀୟ କ୍ରିକେଟ ଟିମ୍‌ର ସମାଲୋଚନା କରିଛନ୍ତି।

ଭାଓନ୍‌ କହିଛନ୍ତି, ଯଦି ଓ୍ବିଲିୟମ୍‌ସନ ଜଣେ ଭାରତୀୟ ହୋଇଥାନ୍ତେ ତେବେ ତାଙ୍କୁ ଦୁନିଆର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବୋଲି କୁହାଯାଇଥାନ୍ତା। କିନ୍ତୁ ଏପରି ନୁହେଁ। ବିରାଟ ମହାନ ନୁହନ୍ତି। ହେଲେ ଆପଣ ତାହା କହିପାରିବେ ନାହିଁ। କାରଣ ଯଦି ଏଭଳି ଆପଣ କହିବେ ତେବେ ସୋସିଆଲ ମିଡିଆରେ ଟ୍ରୋଲ ହେବେ। କେବଳ କିଛି କ୍ଲିକ୍‌ ଏବଂ ଲାଇକ୍‌ ନଚେତ କିଛି ଫଲୋଅର୍ସଙ୍କ ପାଇଁ ବିରାଟଙ୍କୁ ସର୍ବୋତ୍ତମ ବୋଲି କୁହାଯାଏ। ହେଲେ ଓ୍ବିଲିୟମସନ ସମସ୍ତ ଫର୍ମାଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଆସିଛନ୍ତି। ସେ ବିରାଟଙ୍କଠାରୁ କମ୍‌ ନୁହନ୍ତି। କେବଳ ସୋସିଆଲ ମିଡିଆରେ ଲୋକପ୍ରିୟତା ଯୋଗୁ ଏପରି ହେଉଛି। ଏପରିକି ବିରାଟଙ୍କ ରୋଜଗାରକୁ ନେଇ ମଧ୍ୟ ସେ କଟାକ୍ଷ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରା ଚାଲିଥିବା ବେଳେ ମଞ୍ଚରେ ପଡିଗଲେ ଅଭିନେତା ପିୟୁଷ, ତାପରେ….

ଦେବଗଡ଼,୨୭ା୮(ଶଶାଙ୍କ ଶେଖର ଝାଙ୍କର): ମୁଣ୍ଡ ବୁଲାଇ ମଞ୍ଚରେ ପଡିଗଲେ ଯାତ୍ରା ଅଭିନେତା ପିୟୁଷ ତ୍ରିପାଠୀ । ବାରକୋଟ ବ୍ଳକ ବାସୁପାଲି ଗାଁରେ ଯାତ୍ରା ପରିବେଷଣ ବେଳେ ଏହି…

୩ ସନ୍ତାନର କିମ୍ବଦନ୍ତୀ ଅଲିମ୍ପିକ ଆଥଲେଟଙ୍କ ଜନ୍ମଦିନ ପାର୍ଟି ଅପ୍ରତ୍ୟାଶିତ ଭାବରେ ପରିଣତ ହେଲା ନିର୍ବନ୍ଧ ଉତ୍ସବରେ; ଆଶ୍ଚର୍ଯ୍ୟ ହୋଇଗଲେ ଉସେନ ବୋଲ୍ଟଙ୍କ ମଙ୍ଗେତର

ନୂଆଦିଲ୍ଲୀ,୨୭।୮: କିମ୍ବଦନ୍ତୀ ଅଲିମ୍ପିକ ଆଥଲେଟ ଉସେନ ବୋଲ୍ଟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ଜାମାଇକାରେ ତାଙ୍କ 40ତମ ଜନ୍ମଦିନ ପାଳନ ସମୟରେ ତାଙ୍କ ପ୍ରେମିକା କାସି…

ଜମିଛି ଆବର୍ଜନା-ନର୍ଦ୍ଦମାପାଣି: ବଢୁଛି ସଂକ୍ରାମକ ରୋଗ ଭୟ

ବରଗଡ଼,୨୭ା୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପରିମଳ ଓ ଜଳ ନିଷ୍କାସନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ସହରର ଯୁଆଡ଼େ ଦେଖିଲେ କୁଢ଼କୁଢ଼ ମଇଳା, ଆବର୍ଜନା ପଡ଼ିରହିଛି। ସେହିପରି ନିଷ୍କାସନ ବ୍ୟବସ୍ଥା…

ଜନ୍ମଜନ୍ମାନ୍ତରର ସାଥୀ ହୋଇରୁହନ୍ତି ଏହି ରାଶି ଯୋଡ଼ି! ଜ୍ୟୋତିଷ ଅନୁସାରେ ଏହି ରାଶି ଯୋଡ଼ି ‘ପରଫେକ୍ଟ ମ୍ୟାଚ’

ଜ୍ୟୋତିଷ ଶାସ୍ତ୍ରରେ ରାଶି ମିଳନ କେବଳ ଗ୍ରହଙ୍କ ଚଳନ ବୁଝିବା ପାଇଁ ନୁହେଁ, ବରଂ ଦୁଇଜଣଙ୍କ ସ୍ବଭାବ ଓ ଊର୍ଜାର ତାଳମେଳ ଜାଣିବା ପାଇଁ ମଧ୍ୟ କରାଯାଏ।…

୫ମାସ ବିତିଲା, ଅପହୃତାଙ୍କ ପତ୍ତା ମିଳୁନି: ଉଦ୍ଧାର ପାଇଁ ନିବେଦନ କଲେ ଅଜା

ମହାକାଳପଡ଼ା, ୨୭ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତଥା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ବତୀଘର ଅଞ୍ଚଳର ଜଣେ ନାବାଳିକା ଛାତ୍ରୀଙ୍କୁ ଗତ ମାର୍ଚ୍ଚ ୧୧ତାରିଖ…

ଡାକ୍ତରୀ ପଢ଼ିବେ ଗରିବ ମେଧାବୀ ଛାତ୍ର ସୌମ୍ୟରଞ୍ଜନ: ସହଯୋଗର ହାତ ବଢାଇଲେ ସମବାୟବିତ୍‌

ମହାକାଳପଡ଼ା,୨୭ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଜୟ ନଗର ପଞ୍ଚାୟତ ସାହାବାଜପୁର ଗ୍ରାମର କୈଳାସ ଚନ୍ଦ୍ର ସାହୁଙ୍କ ଆର୍ଥିକ ସ୍ଥିତି ଗମ୍ଭୀର। ମୁଣ୍ଡ ଗୁଞ୍ଜିବାକୁ…

ବିହାରରେ ପହଞ୍ଚିଲା ନେପାଳର ବନ୍ୟା ଜଳ…ଏକ ବଡ଼ ବିପଦ ଟଳି ଯାଇଛି କି? ଜାଣନ୍ତୁ ବର୍ତ୍ତମାନର ସ୍ଥିତି

ପାଟନା/କାଠମାଣ୍ଡୁ,୨୭।୮: ନେପାଳରେ ପ୍ରବଳ ବର୍ଷାର ପ୍ରଭାବ ଏବେ ବିହାରର ସୀମାବର୍ତ୍ତୀ ଅଞ୍ଚଳରେ ଦୃଶ୍ୟମାନ ହେଉଛି। ବୁଧବାର ରାତିରେ, ନେପାଳରୁ ପ୍ରବାହିତ ହେଉଥିବା ଜଳର ପ୍ରବଳ ଲହରୀ ଯୋଗୁ…

ଅପହଞ୍ଚ ଗାଁ ପାଣିଖିଆ: ମୌଳିକ ସୁବିଧାରୁ ବଞ୍ଚିତ ଲୋକେ

ମହାକାଳପଡ଼ା, ୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ ):୮୦ ବର୍ଷ ହେଲା ସ୍ବାଧୀନତା ମିଳିଲାଣି। ହେଲେ ଏବେବି ଅନେକ ନିପଟ ମଫସଲ ଗାଁରେ ସ୍ବାଧୀନତା ଅପହଞ୍ଚ ପାଲଟିଛି। ଲୁଣା ହେନ୍ତାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri