କରୋନା ମୁକାବିଲା ପାଇଁ ଉପଦେଷ୍ଟା କମିଟି ଗଠନ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୫।୫(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇ ଚାଲିଥିବା ବେଳେ ୧୦ ଜିଲାରେ ସଂକ୍ରମଣ ହାର କମିଥିବା ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାମାତ୍ର ଶନିବାର ଅପରାହ୍ନରେ ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି। ବିଶେଷକରି ଆରମ୍ଭରୁ ଅଧିକ ପ୍ରଭାବିତ ଥିବା ପଶ୍ଚିମ ଓଡ଼ିଶାର ୧୦ ଜିଲାରେ ଏବେ ସଂକ୍ରମିତଙ୍କ ସଂଖ୍ୟା କମିଛି। ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଆମ ରାଜ୍ୟ କରୋନା ମୁକାବିଲା କରିବାରେ ଧୀରେ ଧୀରେ ସକ୍ଷମ ହୋଇଛି ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ତେବେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଆଜି ଏକ ଉପଦେଷ୍ଟା କମିଟି ଗଠନ କରିଛନ୍ତି। ବିଶିଷ୍ଟ ଚିକିତ୍ସା ବିଜ୍ଞାନୀ ଡା. ଶ୍ରୀନାଥ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। କମିଟିରେ ବହୁ ବରିଷ୍ଠ ଡାକ୍ତର, ବୈଜ୍ଞାନିକ ସଦସ୍ୟ ରହିଛନ୍ତି। ଡାକ୍ତର ଦେବୀ ସେଟ୍ଟୀ, ରମାକାନ୍ତ ପଣ୍ଡା ପ୍ରମୁଖ ଏହି କମିଟିର ସଦସ୍ୟ ରହିଛନ୍ତି। କମିଟି ଟିକାକରଣ ଏବଂ ପରବର୍ତ୍ତୀ ଲହର ସମ୍ପର୍କରେ ସରକାରଙ୍କୁ ପରାମର୍ଶ ଦେବେ। କମିଟିର ପରାମର୍ଶ ଅନୁଯାୟୀ ରାଜ୍ୟ ସରକାର ନିଷ୍ପତ୍ତି ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ବାଣୀବିହାରରେ ପୁଣି ଆରମ୍ଭ ହେବ ଯୋଗ ବିଭାଗ

ଭୁବନେଶ୍ୱର,୨୧।୬: ଜୁନ ୨୧ରେ କେବଳ ଆମ ରାଜ୍ୟରେ ନୁହେଁ ସାରା ଦେଶରେ ଅର୍ନ୍ତଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ତେବେ ଏନେଇ ସରକାର ବଡ଼ ଘୋଷଣା...

ସରକାରଙ୍କ ଘୋଷଣା: ୨୦୩୬ ପର୍ଯ୍ୟନ୍ତ ହକି ଇଣ୍ଡିଆର ପ୍ରାୟୋଜକ ରହିବ ଓଡ଼ିଶା

ଭୁବନେଶ୍ୱର,୨୧।୬: ୨୦୩୬ ଯାଏ ଓଡ଼ିଶା ଭାରତୀୟ ହକି ଦଳର ପ୍ରାୟୋଜକ ରହିବ। ଏନେଇ ସରକାର ଶୁକ୍ରବାର ବଡ଼ ଘୋଷଣା କରିଛନ୍ତି। ୨୦୩୩ରୁ ୨୦୩୬ ପର୍ଯ୍ୟନ୍ତ ପ୍ରାୟୋଜକ...

ସ୍ନାନଯାତ୍ରା ନେଇ ପ୍ରସ୍ତୁତି ଚୁଡ଼ାନ୍ତ: ଜଗିବେ ୬୮ ପ୍ଲାଟୁନ ପୋଲିସ ଫୋର୍ସ

ପୁରୀ,୨୧ା୬: ଶନିବାର ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା। ସ୍ନାନବେଦିରେ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ହେବ ପ୍ରବଳ ଭିଡ଼ । ଶୃଙ୍ଖଳିତ ଦର୍ଶନ ନେଇ ଜିଲା...

ପ୍ରତିଦିନ ଏହି ସମୟରେ ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧ା୬(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରତିଦିନ ୨ ଘଣ୍ଟା ପାଇଁ ଲୋକଙ୍କ ଅଭିଯୋଗ ଶୁଣିବେ। ଶୁକ୍ରବାରଠାରୁ ଏହି ଅଭିଯୋଗ ଶୁଣାଣି ଆରମ୍ଭ ହେବ।...

ମହିଳାଙ୍କୁ ଅପହରଣ ମାମଲାର ପର୍ଦ୍ଦାଫାଶ: ଭାଇଙ୍କଠାରୁ କୋଟିଏ ଟଙ୍କା ଝଡ଼ାଇବାକୁ ନିଜେ ରଚିଥିଲେ ନାଟକ

ଭୁବନେଶ୍ୱର,୨୧ା୬: ଭୁବନେଶ୍ବରରୁ ମହିଳା ଅପହରଣ ମାମଲାର ପର୍ଦ୍ଦାଫାଶ କରିଛି ପୋଲିସ। ନିଜ ଭାଇଙ୍କଠାରୁ ୧ କୋଟି ଟଙ୍କା ଝଡ଼ାଇବାକୁ ମହିଳା ଜଣକ ତାଙ୍କର ଦୁଇ ବନ୍ଧୁଙ୍କ...

ଦାରିଙ୍ଗବାଡ଼ିରେ ପ୍ରାକ୍‌ ମୌସମୀ ବର୍ଷା

ଦାରିଙ୍ଗବାଡି,୨୧।୬(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପ୍ରାକ୍‌ ମୌସମୀ ବର୍ଷା ହୋଇଛି। ବର୍ଷା ଯୋଗୁ ଲୋକଙ୍କୁ ଗରମ, ଗୁଳୁଗୁଳିରୁ ସାମାନ୍ୟ...

କାଳିମାଡ଼କୁ ନେଇ ଆସିଲା ଶରତଙ୍କ ପ୍ରତିକ୍ରିୟା, କହିଲେ ଏହିମାନେ କରିଛନ୍ତି…

ଭୁବନେଶ୍ୱର,୨୧।୬: କାଳିମାଡ଼କୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପ୍ରତିକ୍ରିୟା ରଖିଛନ୍ତି। ଶରତ କହିଛନ୍ତି, ଏହା ମୋ ପାଇଁ ନୂଆ ନୁହେଁ, ମୁଁ ଦବିଯିବିନି। ପୂର୍ବଥର...

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତ୍ୟେକ ପଞ୍ଚାୟତରେ ହେବ…

ଭୁବନେଶ୍ୱର,୨୧।୬: ଆଜି ରାଜ୍ୟରେ ପାଳନ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ। ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବଲାଙ୍ଗୀରରେ ଯୋଗ ଦିବସରେ ଯୋଗ ଦେଇ ବଡ଼ ସୂଚନା ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri