Categories: ଖେଳ

ହୁକାର୍ଜଙ୍କୁ ମାୟାମି ଟାଇଟଲ

ମାୟାମି, ୬ା୪ (ଏପି)-ପୋଲାଣ୍ଡର ହୁବର୍ଟ ହୁର୍କାଜ ମାୟାମି ଓପନ୍‌ ଟେନିସ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ଫାଇନାଲରେରେ ଇଟାଲୀର ୧୯ ବର୍ଷୀୟ ଜାନିକ ସିନରଙ୍କୁ ୭-୬ (୪), ୬-୪ ସେଟ୍‌ରେ ହରାଇ ଦେଇଛନ୍ତି। ୨୪ ବର୍ଷୀୟ ହୁକାର୍ଜଙ୍କ କ୍ୟାରିୟରର ଏହା ହେଉଛି ସବୁଠାରୁ ବଡ଼ ଟାଇଟଲ। ଜାନୁୟାରୀରେ ସେ ଡେଲରେ ବିଚ୍‌ ଟାଇଟଲ ଜିତିଥିଲେ। ଟେନିସ୍‌ରେ ବିଗ୍‌ ଥ୍ରି ରୂପେ ପରିଚିତ ନୋଭାକ ଜୋକୋଭିଚ୍‌, ରାଫାଲ ନାଡାଲ ଓ ରୋଜର ଫେଡରର ଏବଂ ୟୁଏସ୍‌ ଓପନ ଚାମ୍ପିୟନ ଡୋମିନିକ ଥିମ୍‌ଙ୍କ ଭଳି ଷ୍ଟାର ଖେଳାଳି ଓହରିଯିବାରୁ ଏଠାରେ ସେ ଚାମ୍ପିୟନ ହୋଇପାରିଛନ୍ତି। ଆସନ୍ତା ସପ୍ତାହ ର଼୍ୟାଙ୍କିଙ୍ଗ ତାଲିକାରେ ସେ ତାଙ୍କ କ୍ୟାରିୟର ଶ୍ରେଷ୍ଠ ୧୬ତମ ସ୍ଥାନ ଅଧିକାର କରିବେ। ହୁକାର୍ଜ ଆହୁରି ମଧ୍ୟ ପୋଲାଣ୍ଡର ପ୍ରଥମ ଖେଳାଳି ଭାବେ ମାଷ୍ଟର୍ସ ୧୦୦୦ ଚାମ୍ପିୟନ ହୋଇପାରିଛନ୍ତି। ପୂର୍ବରୁ ବିଶ୍ୱର ନମ୍ବର ଓ୍ବାନ ର଼୍ୟାଙ୍କିଙ୍ଗ ଆଶଲେ ବାର୍ଟି ମାୟାମି ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ଫାଇନାଲରେ ସେ ୬-୩, ୪-୦ରେ ଅଗ୍ରଣୀ ଥିବାବେଳେ ପାଦରେ ଇଞ୍ଜୁରି ଯୋଗୁ ବାଏଙ୍କା ଆଣ୍ଡ୍ରେସ୍କୁ ମ୍ୟାଚ ଅଧାରୁ ରିଟାୟର୍ଡ ନେଇଥିଲେ। ବାର୍ଟିିଙ୍କର ଏହା ହେଉଛି କ୍ରମାଗତ ଦ୍ୱିତୀୟ ମାୟାମି ଟାଇଟଲ।

Share