Categories: ରାଜ୍ୟ

ଉଠିଲା ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର,୧୧।୩ : ଏକାମ୍ର କ୍ଷେତ୍ର ଶ୍ରୀ ଲିଙ୍ଗରାଜଙ୍କ ପୀଠରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଛି ମହାଦୀପ। ପ୍ରଭୁ ଲିଙ୍ଗରାଜଙ୍କ ନୀତି କାନ୍ତି ଶେଷ ପରେ ରାତି ୯.୩୩ରେ ମହାଦୀପ ଉଠିଥିଲା। ଦୀପ ଉଠିବା ବେଳେ ଉପସ୍ଥିତ ଶ୍ରଦ୍ଧାଳୁ ଓ ସେବାୟତଙ୍କ ହର ହର ମହାଦେବ ଧ୍ୱନିରେ କମ୍ପି ଉଠିଥିଲା ମନ୍ଦିର ପରିସର। କୋଭିଡ କଟକଣାକୁ ମାନି ଶ୍ରଦ୍ଧାଳୁ ଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ। ଭିଡକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।