ଧିମେଇ ଚାଲିଛି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌

କେନ୍ଦ୍ରାପଡା ଅଫିସ,୧୯।୨: ଚଳିତ ଆର୍ଥିକ ବର୍ଷ ଶେଷ ପାଇଁ ମାତ୍ର ଦେଢ଼ ମାସ ରହିଲା ା ହେଲେ ଗତ ସାଢ଼େ ଦଶ ମାସ ମଧ୍ୟରେ କେନ୍ଦ୍ରାପଡ଼ା ଜିଲାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌)ରେ ଶ୍ରମିକଙ୍କୁ ଆଶାନୁରୂପକ କାମ ମିଳିନାହିଁ ା ମୋଟ ୨୩୫୦୦୬ ଜବ୍‌ କାର୍ଡଧାରୀ ପରିବାର ମଧ୍ୟରୁ ମାତ୍ର ୨୩୬୦୧ ପରିବାର ଅର୍ଥାତ୍‌ ୧୦ ପ୍ରତିଶତଙ୍କୁ କାମ କରିବାର ସୁଯୋଗ ମିଳିଛି ା ଫଳରେ କର୍ମନିଯୁକ୍ତି ପାଇଁ ଜିଲା ବାହାରକୁ ସେମାନେ ଦାଦନ ଖଟିବାକୁ ଯାଉଛନ୍ତି ା ସେହିପରି ଯୋଜନା ଅଧୀନ ପ୍ରକଳ୍ପଗୁଡିକ ଜିଲାରେ ଆଶାନୁରୂପକ କାର୍ଯ୍ୟକାରୀ ହୋଇ ପାରିଲା ନାହିଁ ା ଫଳରେ ଜିଲାର ମୋଟ ୭୭୪୭୭ ପ୍ରକଳ୍ପ ମଧ୍ୟରୁ ମାତ୍ର ୧୧୮୯୭ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି ା
ଜିଲା ଗ୍ରାମ ଉନ୍ନୟନ ବିଭାଗ ତଥ୍ୟ ଅନୁଯାୟୀ ଏହି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅଙ୍ଗନୱାଡି ଓ ଅନ୍ୟ ଗ୍ରାମ୍ୟ ଭିତ୍ତିଭୂମି, ମରୁଡ଼ି ପ୍ରତିବନ୍ଧକ, ରାଜୀବ ଗାନ୍ଧୀ ସେବା କେନ୍ଦ୍ର, ଉପକୂଳ ଉନ୍ନୟନ, ଜଳସେଚନ, ଜଳ ସଂରକ୍ଷଣଠାରୁ ଗ୍ରାମ୍ୟ ରାସ୍ତା ନିର୍ମାଣ ପରି ମୋଟ ୭୭୪୭୭ଟି ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ପ୍ରସ୍ତାବ ଆସିଥିଲା ା ତେବେ ଏଥିମଧ୍ୟରୁ ମାତ୍ର ୧୧୮୯୭ଟି ପ୍ରକଳ୍ପ ଶେଷ ହୋଇଥିବା ବେଳେ ୧୭୫୪୭ଟି ପ୍ରକଳ୍ପ କାମ ଚାଲିଛି। ଅପରପକ୍ଷେ ୨୭୦୭୪ଟି ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି ା ତେବେ ମଞ୍ଜୁରୀ ଅପେକ୍ଷାରେ ୨୦୯୫୯ ଟି ପ୍ରକଳ୍ପ ଅଛି ା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ସର୍ବାଧିକ ୨୭୯୬ଟି ପ୍ରକଳ୍ପ କାର୍ଯ୍ୟ ସରିଛି। ମାର୍ଶାଘାଇ ବ୍ଲକ ଅଞ୍ଚଳରେ ଏହି ଅବଧି ମଧ୍ୟରେ ମାତ୍ର ୩୫୯ଟି ପ୍ରକଳ୍ପ ଶେଷ ହୋଇଥିବା ବେଳେ ୪୩୭୬ଟି ପ୍ରକଳ୍ପ ନିର୍ମାଣ ଅପେକ୍ଷାରେ ଅଛି ା ଅପରପକ୍ଷେ ଚଳିତ ଆର୍ଥିକ ବର୍ଷ ସୁଦ୍ଧା ଜିଲାରେ ୨୩୫୦୦୬ଟି ଜବ୍‌କାର୍ଡ ଇସ୍ୟୁ ହୋଇଛି। ତେବେ ଚଳିତ ଆର୍ଥିକ ବର୍ଷରେ ଆଳି ବ୍ଲକ ଅଞ୍ଚଳର ୨୪୫୦ ଜବ୍‌କାର୍ଡଧାରୀ ପରିବାରଙ୍କୁ କାମ ମିଳିଛି ା ସେହିପରି ଡେରାବିଶ ବ୍ଲକ ଅଞ୍ଚଳରେ ୨୫୫୬, ଗରଦପୁରରେ ୧୮୨୯, କେନ୍ଦ୍ରାପଡ଼ାରେ ୨୭୧୦, ମହାକାଳପଡ଼ାରେ ୩୨୧୬, ମାର୍ଶାଘାଇରେ ୨୩୭୩, ପଟ୍ଟାମୁଣ୍ଡାଇରେ ୪୨୩୬, ରାଜକନିକାରେ ୨୩୩୬ ଓ ରାଜନଗର ବ୍ଲକ ଅଞ୍ଚଳର ୧୮୯୫ ଏପରି ମୋଟ ୨୩୬୦୧ଟି ଜବକାର୍ଡ ଧାରୀ ପରିବାରକୁ କାମ ମିଳିଛି ା ରାଜ୍ୟର ଗଞ୍ଜାମ ଜିଲାରେ ସର୍ବାଧିକ ୬୮୬୯୦ଟି ଜବ୍‌କାର୍ଡଧାରୀ ପରିବାରଙ୍କୁ ୧୦୦ରୁ ଅଧିକ ଦିନ କାମ ମିଳିଥିବା ବେଳେ କେନ୍ଦ୍ରାପଡ଼ା ଜିଲାରେ ଏହାର ସଂଖ୍ୟା ମାତ୍ର ୧୨୬୫ରେ ଅଛି ା
ଏ ସମ୍ପର୍କରେ କୃଷକ ନେତା ବିଧୁଭୂଷଣ ମହାପାତ୍ର, ଉମେଶ କୁମାର ସିଂହ, ଗୟାଧର ଧଳ, ବୁଦ୍ଧିଜୀବୀ ଜଗଦୀଶ ପତି, ଚିତ୍ତରଞ୍ଜନ ସାହୁ,ଚାଷୀ ନିରଞ୍ଜନ ପରିଡ଼ା ପ୍ରମୁଖ କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟକୁ ସହ୍ୟ କରୁଥିବା କେନ୍ଦ୍ରାପଡ଼ା ଜିଲାରେ ଖଣି କିମ୍ବା ଶିଳ୍ପ ନାହିଁ। କୃଷି ଅର୍ଥନୀତିଭିତ୍ତିକ ଏହି ଜିଲାରେ ଜଳ ପରିଚାଳନା ଏକ ସମସ୍ୟା ା ଜଳସେଚନ, ନିଷ୍କାସନ, ତାଲିମ, ପ୍ରୋତ୍ସାହନ ସହିତ ଅଭାବୀ ବିକ୍ରି ଲାଗିରହିଛି ା ନିଜ ଜିଲାରେ ରହି କର୍ମ ନିଯୁକ୍ତି ଯୋଗାଇ ଦେବାକୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ହୋଇଛି। ଏହି ଯୋଜନା ଏବେ ଆଇନରେ ପରିବର୍ତ୍ତିତ ହୋଇଛି ା କର୍ମନିଯୁକ୍ତି ଦେଶର ଏକ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ତୃଣମୂଳସ୍ତରର ଅର୍ଥନୀତିକୁ ପ୍ରଭାବିତ କରୁଛି ା ତେବେ ଯୋଜନାକୁ ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ଲୋକ ପ୍ରତିନିଧି ଅବହେଳା କରୁଛନ୍ତି ା
ଯୋଜନାରେ ବହୁ ଅନିୟମିତତା ଦେଖାଦେଉଛି ା ପ୍ରକଳ୍ପକୁ ମେଶିନ ସାହାଯ୍ୟରେ କରାଇ ନେଇ ଶ୍ରମ ଦିବସ ସୃଷ୍ଟି କରାଯାଉଛି ା ଏହାବ୍ୟତୀତ ଯୋଜନା ପାଇଁ ଧାର୍ଯ୍ୟ ମଜୁରି ଏବେ ଦରବୃଦ୍ଧି ସମୟରେ ଶ୍ରମିକଙ୍କୁ ସୁହାଉନାହିଁ। ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସମନ୍ବୟ ନ ଥିବାରୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପଡିରହୁଛି ବୋଲି ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି ା ଏ ସମ୍ପର୍କରେ ବିଭାଗୀୟ ପିଡି ରାଜେନ୍ଦ୍ର ପଣ୍ଡା କୁହନ୍ତି, ପ୍ରକଳ୍ପ ନିର୍ମାଣ ସମୟରେ ସ୍ଥାନୀୟ ସମସ୍ୟା ଦେଖାଯାଉଛି ା ତେବେ ଏହାକୁ ସମାଧାନ କରାଯାଇ ପ୍ରକଳ୍ପ ନିର୍ମାଣ ଚାଲିଛି ା ଯୋଜନା ଅଗ୍ରଗତିକୁ ତ୍ୱରାନ୍ବିତ କରିବା ପାଇଁ ବ୍ଲକସ୍ତରର ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri