Posted inଖେଳ

ଏମ୍‌ଜିଏମ୍‌ ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌ ପାନ୍ଥର୍ସ ୪ ରନରେ ବିଜୟୀ

ଭୁବନେଶ୍ୱର,୧୦।୧(ସ୍ପୋର୍ଟ୍ସ ବ୍ୟୁରୋ): ଏମ୍‌ଜିଏମ୍‌ ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌ରେ ଶନିବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଓଡ଼ିଶା ପାନ୍ଥର୍ସ ୪ ରନରେ ଓଡ଼ିଶା ଜାଗୁଆର୍ସକୁ ପରାସ୍ତ କରିଛି। ଟସ୍‌ ଜିତି ଜାଗୁଆର୍ସ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ପାନ୍ଥର୍ସ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୧୧୧ ରନ ସଂଗ୍ରହ କରିଥିଲା। ଜବାବରେ ଜାଗୁଆର୍ସ ୧୯.୫ ଓଭରରେ ୧୦୭ ରନକରି ଅଲଆଉଟ ହୋଇ ୫ ରନ ପାଇଁ ବିଜୟରୁ ବଞ୍ଚିତ ହୋଇଥିଲା। ଅପରାଜିତ ୩୦ ରନ ସଂଗ୍ରହ କରିବା ସହ ମୂଲବାନ ୨ ଉଇକେଟ ଅକ୍ତିଆର କରିଥିବା ପାନ୍ଥର୍ସ ଅଲରାଉଣ୍ଡର ଆଲୋକ ଚନ୍ଦ୍ର ସାହୁ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଏଥିସହି ପାନ୍ଥର୍ସ ଏପର୍ଯ୍ୟନ୍ତ ୯ଟି ମ୍ୟାଚ ଖେଳି ୮ ବିଜୟ, ଗୋଟିଏ ପରାଜୟ ସହ ୩୨ ପଏଣ୍ଟ ପାଇ ତାଲିକାର ଶୀର୍ଷ ସ୍ଥାନରେ ରହିଛି। ଅନ୍ୟପଟେ ଜାଗୁଆର୍ସ ୧୦ଟି ମ୍ୟାଚ ଖେଳି ଗୋଟିଏ ବିଜୟ ଓ ୯ଟି ପରାଜୟ ସହ ୪ ପଏଣ୍ଟ ପାଇ ସର୍ମନିମ୍ନ ଅର୍ଥାତ୍‌ ଷଷ୍ଠ ସ୍ଥାନରେ ରହିଛି।
୧୧୨ ରନ ବିଜୟ ଲକ୍ଷ୍ୟର ପିଛା କରି ଜାଗୁଆର୍ସ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ଦଳ ତରଫରୁ ୭ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। କ୍ଷମା ସାଗର ବଳ ସର୍ବାଧିକ ୨୮, ରଶି ରଞ୍ଜନ ସାହୁ ୧୭, ଅନ୍ବେଶ ଦାସ ୧୪ ଓ ଗିରିଜା ରାଉତ ୧୧ ରନ ସଂଗ୍ରହ କରିଥିଲେ। ବୋଲିଂରେ ପାନ୍ଥର୍ସ ତରଫରୁ ଜୟନ୍ତ ବେହେରା ୩, ଆଲୋକ ସାହୁ ଓ ଶୁଭମ୍‌ ନାୟକ ୨ଟି ଲେଖାଏ, ବସନ୍ତ ମହାନ୍ତି ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ଦଳର ୨ଜଣ ଖେଳାଳି ରନ୍‌ ଆଉଟ ହୋଇଥିଲେ।
ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ପାନ୍ଥର୍ସ ତରଫରୁ ଆଲୋକ ସର୍ବାଧିକ ୩୦, ଅଭିଷେକ ଯାଦବ ୨୨, ଓପନର ଅଙ୍କିତ୍‌ ସିଂ ୨୧, ଉଇକେଟକିପର ବ୍ୟାଟ୍ସମ୍ୟାନ ରଞ୍ଜିତ ପାଇକରାୟ ୧୩ ରନ ସଂଗ୍ରହ କରିଥିଲେ। ଚନ୍ଦ୍ରମଣି ବିଶ୍ୱାଳ ୧୭ ରନ କରି ଅପରାଜିତ ରହିଥିଲେ। କୃଷ୍ଣଚନ୍ଦ୍ର ବାରିକ ଓ ନିଶିକାନ୍ତ ରାଉତ ଖାତା ଖୋଲିପାରି ନ ଥିଲେ। ବୋଲିଂରେ ଜାଗୁଆର୍ସ ତରଫରୁ ନିର୍ବିଶଙ୍କର ବାରିକ ୩, ମନୋଜ କାଶ୍ୟପ ୨, ନିହାର ଭୂୟାଁ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri