ଭାରତକୁ ବଡ଼ ଝଟକା ଦେଲା ମେକ୍ସିକୋ, ୫୦% ଟାରିଫ୍‌ ଲଗାଇବା ପରେ ଏସବୁ ଜିନିଷର ବଢିଯିବ ଦାମ୍‌

ନୂଆଦିଲ୍ଲୀ, ୧୨ା୧୨: ମେକ୍ସିକୋ ସିନେଟ୍‌ରେ ବୁଧବାର ନୂଆ ଟାରିଫ୍‌ ରିଜାଇମ୍‌ ସମ୍ପର୍କିତ ଏକ ବିଲ୍‌ ପାରିତ ହୋଇଛି। ବିଧେୟକ ସପକ୍ଷରେ ୭୬ ଓ ବିରୋଧରେ ୫ ଭୋଟ ପଡ଼ିଥିବାବେଳେ ୩୫ ଜଣ ସିନେଟର ମତଦାନରୁ ବିରତ ରହିଥିଲେ। ଉକ୍ତ ବିଲ୍‌ ଅନୁଯାୟୀ ମେକ୍ସିକୋ ସହ ଯେଉଁ ଦେଶଗୁଡ଼ିକର ଆନୁଷ୍ଠାନିକ ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ ହୋଇନାହିଁ, ସେହି ଦେଶରୁ ଆମଦାନୀ ହେବାକୁ ଥିବା ୧,୪୦୦ ପ୍ରକାର ସାମଗ୍ରୀ ଉପରେ ୫୦% ଟାରିଫ୍‌ ଲାଗୁ ହେବ। ଏହି ଦେଶଗୁଡ଼ିକ ମଧ୍ୟରେ ଭାରତ, ଚାଇନା, ଦକ୍ଷିଣ କୋରିଆ, ଥାଇଲାଣ୍ଡ ଓ ଇଣ୍ଡୋନେସିଆ ରହିଛନ୍ତି। ପୂର୍ବରୁ ଉକ୍ତ ବିଲ୍‌ ନିମ୍ନ ସଦନରେ ଗୃହୀତ ହୋଇସାରିଥିବାରୁ ସିନେଟ୍‌ର ସଦ୍ୟ ମଞ୍ଜୁରୀ ପରେ ଏହା ଆଇନରେ ପରିଣତ ହେବାରେ ବାଧା ନାହିଁ। ୨୦୨୬ ଜାନୁଆରୀ ପହିଲାରୁ ଲାଗୁ ହେବାକୁ ଥିବା ନୂଆ ଟାରିଫ୍‌ ଆଟୋମୋବାଇଲ୍ସ ଓ ପାଟର୍‌ସ, ଟେକ୍ସଟାଇଲ୍ସ, ଆପାରେଲ, ପ୍ଳାଷ୍ଟିକ୍‌, ମେଟାଲ, ଫୁଟ୍‌ଓ୍ବେର ଭଳି ଶିଳ୍ପ କଞ୍ଚାମାଲ ଓ ଉପଭୋକ୍ତା ସାମଗ୍ରୀ ରପ୍ତାନି କ୍ଷେତ୍ରରେ ବାଧା ଉପୁଜାଇବ। କେତେକ ନିର୍ଦ୍ଦିଷ୍ଟ ସାମଗ୍ରୀ ଉପରେ ୫୦% ପର୍ଯ୍ୟନ୍ତ ଆମଦାନୀ ଶୁଳ୍କ ଲାଗୁ ହେବାକୁ ଥିବାବେଳେ ଅଧିକାଂଶ ସାମଗ୍ରୀର ରପ୍ତାନିକାରୀଙ୍କୁ ୩୫% ଟାରିଫ୍‌ ବୋଝ ସହିବାକୁ ପଡ଼ିବ। ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ଶେଇନ୍‌ବଉମ୍‌ଙ୍କ ସରକାର ଯୁକ୍ତି ବାଢ଼ିଛନ୍ତି, ଦେଶରେ ସ୍ଥାନୀୟ ନିଯୁକ୍ତି ଓ ବିନିର୍ମାଣକୁ ସୁରକ୍ଷା ଦେବା ପାଇଁ ଏଭଳି ଉଚ୍ଚ ଟାରିଫ୍‌ର ଆବଶ୍ୟକତା ରହିଛି। ଏହି ଆଡ୍‌ଜଷ୍ଟମେଣ୍ଟ ବୈଶ୍ୱିକ ଯୋଗାଣ ଶୃଙ୍ଖଳରେ ମେକ୍ସକୋର ସାମଗ୍ରୀଗୁଡ଼ିକୁ ଓ ଗୁରୁତ୍ୱପୂର୍ଣ୍ଣ ସେକ୍ଟରରେ ନିଯୁକ୍ତିକୁ ପ୍ରୋତ୍ସାହିତ କରିବ ବୋଲି ସିନେଟ୍‌ ଇକୋନୋମି କମିଟି ଚେୟାରମ୍ୟାନ୍‌ ଇମାନୁଏଲ୍‌ ରେୟେସ୍‌ କହିଛନ୍ତି। ଏହା କେବଳ ରାଜସ୍ବ ବୃଦ୍ଧି ନିମନ୍ତେ ଏକ ପଦକ୍ଷେପ ନୁହେଁ, ବରଂ ମେକ୍ସିକୋ ଜନସାଧାରଣଙ୍କ ସାମୂହିକ କଲ୍ୟାଣ ନିମନ୍ତେ ଏକ ଅର୍ଥନୀତି ଓ ବାଣିଜ୍ୟ ନୀତିକୁ ମାର୍ଗଦର୍ଶନ ପାଇଁ ଉଦ୍ଦିଷ୍ଟ ବୋଲି ସେ ସ୍ପଷ୍ଟ କରିଛନ୍ତି। ବିଶ୍ଳେଷକଙ୍କ ମତରେ ମେକ୍ସିକୋର ଆମେରିକା-ମେକ୍ସିକୋ-କାନାଡା ଏଗ୍ରିମେଣ୍ଟ (ୟୁଏସ୍‌ଏମ୍‌ସିଏ)ର ପରବର୍ତ୍ତୀ ସମୀକ୍ଷା ପୂର୍ବରୁ ଆମେରିକାକୁ ଖୁସି କରିବା ପାଇଁ ମେକ୍ସିକୋ ସରକାର ଟାରିଫ୍‌ ବୃଦ୍ଧି ନିଷ୍ପତ୍ତି ନେଇଛନ୍ତି। ଏହା ଆସନ୍ତା ବର୍ଷ ମେକ୍ସିକୋ ରାଜକୋଷରେ ଅତିରିକ୍ତ ୩.୭୬ ବିଲିୟନ୍‌ ଡଲାର ଯୋଡ଼ିବା ସହ ଦେଶର ବିତ୍ତୀୟ ନିଅଣ୍ଟକୁ ହ୍ରାସ କରିବ ବୋଲି ସେଠାକାର ସରକାର ଆଶାବାଦୀ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

ରାତି ଗୋଟାଏରେ ଭାଙ୍ଗିଥିଲେ ତାଲା, ବାଜିଲା ସାଇରନ୍! ୟୁନିୟନ ବ୍ୟାଙ୍କରୁ ବଡ଼ ଡକାୟତି ପଣ୍ଡ, ୭ ଡକାୟତ…

ବୈଶିଙ୍ଗା,୧୫।୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରଠାରେ ଥିବା ୟୁନିୟନ ବ୍ୟାଙ୍କରୁ ଏକ ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଯାଇଛି। ବ୍ୟାଙ୍କରେ ଲାଗିଥିବା…

ଆଉ ମାଗଣା ନୁହେଁ UPI! ₹୨୦୦୦ ରୁ ଅଧିକ ଦେଣନେଣ ଉପରେ ଲାଗିବ ଚାର୍ଜ, ନୂଆ ନିୟମ ଜାରି କଲେ ସରକାର…

ନୂଆଦିଲ୍ଲୀ,୧୫।୯: ୟୁପିଆଇ (UPI) ଦେଣନେଣକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଉପରେ ସରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ନୂଆ ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୫ରୁ…

ବ୍ୟାଙ୍କରେ ପଶି ଡକାୟତି, ଧରାପଡ଼ିଲେ ୭ ଡ଼କାୟତ

ବୈଶିଙ୍ଗା,୧୫।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରରେ ଥିବା ୟୂନିୟନ ବ୍ୟାଙ୍କରେ ସୋମବାର ରାତିରେ ଏକ ଡକାୟତି ଯୋଜନାକୁ ପଣ୍ଡ କରିଛି ବ୍ୟାଙ୍କରେ ଲାଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?