ଜନାଦେଶର ସନ୍ଦେଶ

ଏହା ନିଃସନ୍ଦେହ, ୨୦୨୪ ଲୋକ ସଭା ନିର୍ବାଚନରେ କୌଣସି ଏକକ ଦଳ ସ୍ପଷ୍ଟ ଜନାଦେଶ ପାଇନାହିଁ। କିନ୍ତୁ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ କ୍ରମାଗତ ତୃତୀୟଥର ପାଇଁ କେନ୍ଦ୍ରରେ କ୍ଷମତାସୀନ ହେବାକୁ ସମର୍ଥ ହୋଇଛି। ଗତ ୨୦୧୪ ସାଧାରଣ ନିର୍ବାଚନରେ ଭାଜପା ଏକାକୀ ୨୮୨ଟି ଏବଂ ୨୦୧୯ରେ ଏକାକୀ ୩୦୩ଟି ଆସନରେ ବିଜୟୀ ହୋଇଥିବାବେଳେ ଏଥର କୁହୁକ ଅଙ୍କଠାରୁ ବହୁ ଦୂରରେ ରହିଛି ଅର୍ଥାତ୍‌ ୨୪୦ଟି ଆସନରେ ବିଜୟୀ ହୋଇଛି। ଗତ ୨୦୧୪ ଓ ୨୦୧୯ରେ କେନ୍ଦ୍ରରେ ଭାଜପା ଏନ୍‌ଡିଏ ସହଯୋଗୀଙ୍କୁ ନେଇ ସରକାର ଗଢିଥିବା ସତ୍ତ୍ୱେ ଏକ ଦୃଢ଼ ଓ ସ୍ଥିର କରିଥିଲା। ବହୁ କ୍ଷେତ୍ରରେ ସହଯୋଗୀଙ୍କ ବିନା ସହମତିରେ କେତେକ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ସମର୍ଥ ହୋଇଥିଲା। ମାତ୍ର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପା ସରକାର ଗଠନ କରିବାକୁ ଯାଉଥିବାବେଳେ ପୂର୍ବ ଦୁଇ ସରକାରଙ୍କ ପରି ଏହା ଦୃଢ଼ ଏବଂ ସ୍ଥିର ସରକାର ହେବା ଆଶା କରାଯାଇ ନ ପାରେ। ମନଇଚ୍ଛା ଏଣିକି ନିଜ ଦଳକୁ ସୁହାଇବା ପରି କୌଣସି ନିଷ୍ପତ୍ତି ସହଯୋଗୀଙ୍କ ବିନା ସହମତିରେ ନେଇପାରିବେ ନାହିଁ। ଯେକୌଣସି ନିଷ୍ପତ୍ତି ପାଇଁ ସହଯୋଗୀଙ୍କ ସହମତି ଆବଶ୍ୟକ। ସେହିପରି ନିର୍ବାଚନର ଅବ୍ୟବହିତ ପୂର୍ବରୁ ଏନ୍‌ଡିଏରେ ସାମିଲ ହୋଇଥିବା ଦୁଇ ସହଯୋଗୀ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି(ଟିଡିପି) ଏବଂ ନୀତୀଶ କୁମାରଙ୍କ ଜେଡିୟୁ ସରକାରରେ କିଙ୍ଗ୍‌ ମେକର ହେବା ଆଶଂକାକୁ ଅଣଦେଖା କରାଯାଇ ନ ପାରେ। ଅତୀତରେ ମୋଦିଙ୍କୁ ବିରୋଧ କରି ଉଭୟେ ଏନ୍‌ଡିଏ ଛାଡ଼ିଥିଲେ। ପୁନଶ୍ଚ କ୍ଷମତା ପାଇଁ ଉଭୟ ନେତା ଯେକୌଣସି ପଦକ୍ଷେପ ନେଇପାରନ୍ତି। ସେମାନେ କେବେହେଲେ ଭରସା ଯୋଗ୍ୟ ନୁହନ୍ତି। ପୁନଶ୍ଚ ଚଳିତ ନିର୍ବାଚନର ଜନାଦେଶ ଯେ ଭାଜପା ବିରୋଧରେ ଏହା ନିଃସନ୍ଦେହରେ କୁହାଯାଇପାରିବ। ଅବ୍‌ କି ବାର୍‌-୪୦୦ ପାର୍‌ ନାରାଦେଇ ନିର୍ବାଚନ ମଇଦାନକୁ ଅବତୀର୍ଣ୍ଣ ହୋଇଥିବା ଭାଜପା ୩୦୦ ଅଙ୍କକୁ ଛୁଇଁ ପାରିନାହିଁ। ଅପରପକ୍ଷରେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ୨୩୨ଟି ଆସନ ଦଖଲ କରିବା ଯୋଗୁ ଦେଶରେ ବିରୋଧୀ ଦଳ ଏକ ଦୃଢ଼ ସ୍ଥିତିରେ ରହିବ। ଦୀର୍ଘ ୧୦ବର୍ଷ ଧରି କ୍ଷମତାରୁ ଦୂରେଇ ରହିଥିବା କଂଗ୍ରେସ ପୁନଶ୍ଚ ସ୍ଥିତି ମଜଭୁତ କରିଛି। ୨୦୨୪ ନିର୍ବାଚନରେ ଏହି ସନ୍ଦେଶ ପ୍ରଦାନ କରିଥିବା ମନେହୁଏ। ତେବେ ଚଳିତ ଲୋକ ସଭା ଏକକାଳୀନ ଅନୁଷ୍ଠିତ ହୋଇଥିବା ୪ଟି ରାଜ୍ୟର ବିଧାନସଭା ନିର୍ବାଚନରେ ଜନାଦେଶ ପ୍ରକାଶ ପାଇଛି। ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଶାସକ ଦଳ କ୍ଷମତାଚ୍ୟୁତ ହୋଇଥିବାବେଳେ ଅରୁଣାଚଳ ପ୍ରଦେଶ ଏବଂ ସିକିମ୍‌ ରାଜ୍ୟବାସୀ ପୁନଃ ଆସ୍ଥା ପ୍ରକଟ କରିଛନ୍ତି। ଅରୁଣାଚଳ ଓ ଓଡ଼ିଶାରେ ଭାଜପା କ୍ଷମତାସୀନ ହୋଇଥିବାବେଳେ ଆନ୍ଧ୍ରରେ ଟିଡିପି ଏବଂ ସିକିମ୍‌ରେ ସିକିମ୍‌ କ୍ରାନ୍ତିକାରୀ ମୋର୍ଚ୍ଚା କ୍ଷମତାସୀନ ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ଲଗାତର ୫ଟି ପାଳିରେ ଦୀର୍ଘ ୨୪ବର୍ଷ ଧରି କ୍ଷମତାରେ ରହିଥିବା ବିଜେଡି ଓଡ଼ିଶାରେ କ୍ଷମତାଚ୍ୟୁତ ହୋଇଛି। ପ୍ରଥମଥର ପାଇଁ ଭାଜପା ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରି ଓଡ଼ିଶା ରାଜନୀତିରେ ନୂତନ ଇତିହାସ ସୃଷ୍ଟି କରିଛି। ଭାଜପା ସପକ୍ଷରେ କୌଣସି ଲହର ନ ଥିବାବେଳେ ଦଳର କେନ୍ଦ୍ରୀୟ ନେତୃବର୍ଗ ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦଳର କର୍ମକର୍ତ୍ତା, ଭାଜପା ଶାସିତ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀ, ଓଡ଼ିଆ ଅସ୍ମିତା, ଶ୍ରୀମନ୍ଦିର ଚାବି ହଜିବା ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟକୁ ନେଇ ଯେଉଁଭଳି ମାହୋଲ ସୃଷ୍ଟି ସୁଚିନ୍ତିତ ନିର୍ବାଚନ ପ୍ରଚାର ରଣକୌଶଳ କରିଥିଲେ, ତାହା ରାଜ୍ୟର ଜନସାଧାରଣଙ୍କୁ ପ୍ରଭାବିତ କରିଛି। ଯେଉଁଥିପାଇଁ କି ରାଜ୍ୟରେ ବିଜେଡି ୧୪୭ଟି ଆସନ ମଧ୍ୟରୁ ୫୧ଟିରେ ସୀମିତ ରହିଥିବାବେଳେ ଲୋକ ସଭାରେ ସମ୍ପୂର୍ଣ୍ଣ ସତ୍ତା ହରାଇଛି। ଭାଜପାର ମୁଖ୍ୟମନ୍ତ୍ରୀ ପାର୍ଥୀ ପାଇଁ ଦଳର ବହୁ ନେତା ଆଶାୟୀ ଅଛନ୍ତି ଏବଂ ଏବେଠାରୁ ଲବି ଆରମ୍ଭ କରିଦେଇଥିବା ଜଣାଯାଏ। ବିଧାନସଭା କିମ୍ବା ଲୋକ ସଭାକୁ ନିର୍ବାଚିତ ହୋଇ ନ ଥିବା ଦୁଇ ଜଣ ଅଣ ରାଜନୈତିକ ଓଡ଼ିଆ ବ୍ୟକ୍ତିତ୍ୱଙ୍କ ନାମ ଏବେ ଚର୍ଚ୍ଚାରେ ରହିଛି। ଯଦି ଏହି ଚର୍ଚ୍ଚା ସତ୍ୟ ହୁଏ, ତେବେ ଏଥିରେ ବିସ୍ମିତ ହେବାରେ କିଛି ନାହିଁ। କାରଣ ଭାଜପା ଶାସିତ ରାଜ୍ୟରେ ଭାଜପା ବିଧାୟକ ଦଳ ନୁହେଁ, ଦଳର କେନ୍ଦ୍ରୀୟ ନେତୃତ୍ୱ ହିଁ ମୁଖ୍ୟମନ୍ତ୍ରୀ ଚୟନ କରିବା ବହୁ ନଜିର ରହିଛି।

  • ସୌଭାଗ୍ୟ ରଞ୍ଜନ ମହାନ୍ତି
    ସମ୍ମାନ ଭବନ, ଗଙ୍ଗୋତ୍ରୀ ନଗର, ଶିଶୁପାଳଗଡ଼
    ମୋ:୯୪୩୭୯୯୪୩୭୯

Enter your email to get our daily news in your inbox.

All Right Reserved By Dharitri.Com

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri