ଖସୁଛି ପାରଦ, ବଢୁଛି ଶୀତବସ୍ତ୍ରର ଚାହିଦା

ଭୁବନେଶ୍ୱର,୨୨। ୧୨: ସାରା ଓଡ଼ିଶାକୁ ଥରାଉଛି ହାଡ଼ଭଙ୍ଗା ଶୀତ। ବଢୁଛି ଜାଡ଼ ଖସୁଛି ପାରଦ। ଦିନରେ ଘରୁ ବାହାରିବା ହେଲାଣି ମୁସ୍‌କିଲ। ଗତ କିଛିଦିନ ହେଲା ଶୀତର ପ୍ରକୋପ ବଢିବାରେ ଲାଗିଛି। ପାରଦ ତଳମୁହାଁ ହୋଇ ରାଜ୍ୟର ୧୯ ଜିଲାରେ ୧୦ ଡିଗ୍ରୀ ସେଲ୍‌ସିୟସକୁ ହ୍ରାସ ପାଇଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସମାନ ଅବସ୍ଥା। ଥଣ୍ଡା ଅଧିକ ହେଉଥିବାରୁ ଶୀତ ବସ୍ତ୍ର ଦୋକାନ ବଜାରରେ ଏବେ ଭିଡ଼ ଜମିଲାଣି । ରାଜଧାନୀ ଭୁବନେଶ୍ୱର ରସୁଲଗଡ଼ସ୍ଥିତ ମା’ କୋଚିଲେଇ ହାଟ, ଶହୀଦନଗର, ୟୁନିଟ୍‌-୧ ଏବଂ ଅନ୍ୟାନ୍ୟ ଶୀତ ବସ୍ତ୍ରର ବଜାରରେ ବିଶେଷଭାବେ ଭିଡ଼ ଦେଖିବାକୁ ମିଳୁଛି। ଲୋକଙ୍କ ମଧ୍ୟରେ ଶୀତ ବସ୍ତ୍ରର ଚାହିଦାକୁ ନେଇ ଧରିତ୍ରୀର ସ୍ବତନ୍ତ୍ର ଉପସ୍ଥାପନା।
ବଢିଛି ଶୀତବସ୍ତ୍ରର ଚାହିଦା
ଛୋଟ ପିଲା ଓ ବଡ଼ଙ୍କ ପାଇଁ ବିଭିନ୍ନ ପ୍ରକାର ଶୀତବସ୍ତ୍ର ପସରା ମେଲାଇ ଶହୀଦନଗରରେ ବସିଛନ୍ତି ବିରଞ୍ଚି ରାଉତ। ପୂର୍ବ ବର୍ଷ ଅପେକ୍ଷା ଏ ବର୍ଷ କିପରି ବେପାର ରହିଛି ପଚାରିବାରୁ କହିଲେ, ୨ବର୍ଷ ହେଲାଣି ଶୀତ ନ ଥିଲା। ଏବର୍ଷ ଥଣ୍ଡା ଟିକେ ଅଧିକ ପଡିଥିବାରୁ ଶୀତ ବସ୍ତ୍ରର ଚାହିଦା ଅଧିକ ରହିଛି। ତେବେ ବିଶେଷ କିଛି ନୂଆ ଭେରାଇଟିର ବସ୍ତ୍ର ମାର୍କେଟକୁ ଆସିନାହିଁ। ପୂର୍ବ ବର୍ଷ ଭଳି କୁନି ପିଲାଙ୍କ ପାଇଁ ବିଭିନ୍ନ କାର୍ଟୁନ୍‌ର ମଙ୍କି କ୍ୟାପ, ହେଡ୍‌ ସ୍କାର୍ଫ, ଇୟର୍‌ ସ୍କାର୍ଫ, ମୋଜା, ଗ୍ଲୋବ, ମାସ୍କ ସହ ଇୟର୍‌ ସ୍କାର୍ଫ, ଶୀତ ଦିନିଆ ଜୋତା ଆଦି ରହିଛି। ସକାଳ ୯ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦୋକାନ ଖୋଲିକି ବସୁଛି। ଦିନ ବେଳା ଅଳ୍ପ ସଂଖ୍ୟକ ଲୋକ ଆସୁଥିବାବେଳେ ସା ସମୟରେ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଉଛି।
ଦିନରେ ଶୀତବସ୍ତ୍ରର ଆବଶ୍ୟକ ପଡୁଛି
୨ ପିଲାଙ୍କୁ ସାଙ୍ଗରେ ଧରି ପିଲାଙ୍କ ମନ ପସନ୍ଦର ଶୀତ ବସ୍ତ୍ର କିଣିବାକୁ ଆସିଛନ୍ତି ସ୍ଥାନୀୟ ବାସିନ୍ଦା ନୂତନ ମହାପାତ୍ର। କେଉଁ ଶୀତ ବସ୍ତ୍ର କିଣିବାକୁ ଆସିଛନ୍ତି ବୋଲି ପଚାରିବାରେ ସେ କହିଲେ, ପିଲାଙ୍କ ବୟସ ବଢିବା ସାଙ୍ଗକୁ ସେମାନଙ୍କ ଉଚ୍ଚତା ମଧ୍ୟ ବଢୁଛି। ୨ ବର୍ଷ ପୂର୍ବରୁ ଯାହା ଶୀତ ବସ୍ତ୍ର କିଣିଥିଲି ସେସବୁ ଛୋଟ ହୋଇଗଲାଣି। ଏବର୍ଷ ହଠାତ୍‌ ଶୀତ ଏତେ ବଢି ଯାଇଛି ଯେ ପିଲାମାନେ ମଧ୍ୟ ଦିନରେ ସ୍ବେଟର ପିନ୍ଧି ବାହାରକୁ ବାହାରୁଛନ୍ତି। ସେମାନଙ୍କ ପାଇଁ ହେଡ୍‌ ସ୍କାର୍ଫ, ଗ୍ଲୋବ୍ସ କିଣିବାକୁ ଆସିଛି। କିଛି ଦିନ ତଳେ ନିଜ ପାଇଁ ଗୋଟେ ସ୍ବେଟର ମଧ୍ୟ ନେଇଥିଲି। ତା’ର ଉଲ୍‌ ବହୁତ ଭଲ ପଡିଥିଲା।
ପୂର୍ବାପେକ୍ଷା ବିକ୍ରି ବଢ଼ିଛି
ଗଦା ଗଦା କମ୍ବଳ ଓ ସାଲ ସହ ୧ ନଂ ମାର୍କେଟ୍‌ରେ ପସରା ମେଲାଇ ବସିଛନ୍ତି ଅନୀଲ ସାହୁ। କମ୍ବଳ ଓ ସାଲ୍‌ର ବିକ୍ରି କିପରି ରହିଛି ପଚାରିବାରେ କରୋନା ପାଇଁ ୨ ବର୍ଷ ହେଲା ଶୀତ ବସ୍ତ୍ର ବେପାରରେ ମାନ୍ଦାବସ୍ଥା ଥିଲା। ବେପାର ନ ହେଉଥିଲେ ମଧ୍ୟ ଦୋକାନ ଖୋଲିବାକୁ ପଡୁଥିଲା। ଏବର୍ଷ କିଛି ଦିନ ହେବ ଶୀତ ବଢିବାରୁ ଗ୍ରାହକଙ୍କ ସଂଖ୍ୟା ଟିକେ ବଢିଛି। ଆଗରୁ ଦିନକୁ ୨/୪ଟା ବିକ୍ରି ହେଉଥିଲା। ହେଲେ ଏବେ ଦିନକୁ ୧୦/୧୨ଟି କମ୍ବଳ ବିକ୍ରି ହେଉଥିବାବେଳେ ୭/୮ଟି ସାଲ୍‌ ମଧ୍ୟ ଭଲ ବିକ୍ରି ହେଉଛି। ପୂର୍ବ ଦୁଇ ବର୍ଷ ଅପେକ୍ଷା ଚଳିତ ଥଣ୍ଡାରେ ବେପାରରେ କିଛିଟା ଉନ୍ନତି ଘଟିଛି ବୋଲି ଅନୀଲ କହିଛନ୍ତି।
-ରିପୋର୍ଟ: ରୋଜାଲିନ୍‌ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

‘ବନ୍ଦେ ମାତରମ’କୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି: ଏଣିକି ଠିଆ ହେବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୧।୨: ବନ୍ଦେ ମାତରମ ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ବନ୍ଦେ ମାତରମ ପାଇଁ ଠିଆ…

ପାର୍କରେ ଦୁର୍ବୃତ୍ତଙ୍କ ଉନ୍ମକ୍ତ କାଣ୍ଡ: ୪୨ଟି ଗଛ ଭାଙ୍ଗି ଛାରଖାର କଲେ ପାର୍କ

ବଲାଙ୍ଗୀର, ୧୧।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ପାର୍କ ଭିତରେ ସୌନ୍ଦର୍ଯ୍ୟ ବୃଦ୍ଧି ସକାଶେ ଲଗାଯାଇଥିବା ୪୨ଟି ଗଛକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେବା ସହ କାଟି…

ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…

ମ୍ୟାଚ ସମୟରେ ହ୍ୟାଣ୍ଡସେକ୍‌ କରିବେ ଭାରତ-ପାକିସ୍ତାନ? ICC-PCB ବୈଠକରେ କ’ଣ ହେଲା ନିଷ୍ପତ୍ତି, ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୨: ୨୦୨୬ ଟି-୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ପରସ୍ପରର ସାମ୍ନା କରିବେ ବୋଲି ନିଶ୍ଚିତ ହୋଇଛି। ପାକିସ୍ତାନ ପ୍ରଥମେ ଭାରତ ବିପକ୍ଷ ମ୍ୟାଚ ବର୍ଜନ କରିବାକୁ…

ଯାତ୍ରା ଚାଲୁଥିବା ବେଳେ ଘରେ ପଶି ଲୁଟ: ଉତ୍ତମମଧ୍ୟମ ଦେଇ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଭଦ୍ରକ,୧୧।୨(ସନାତନ ରାଉତ): ଅପେରା ଚାଲୁଥିବାବେଳେ ଘରେ ପଶି ଲୁଟ। ଧରାପଡି ନିର୍ଧୁମ ଛେଚା ଖାଇବା ପରେ ପୋଲିସକୁ ୪ ଯୁବକଙ୍କୁ ହସ୍ତାନ୍ତର କଲେ ଗ୍ରାମବାସୀ l ଏପରି…

ମହିଳାଙ୍କୁ ମାଡ ମାରିବା ସହ ହାତ ଗୋଡ ବାନ୍ଧି, ଲୁଟିନେଲେ

ବୌଦ୍ଧ,୧୧।୨(ଅଜିତ କୁମାର ବାରିକ): ବୌଦ୍ଧ ଆଦର୍ଶ ଥାନା ଭାଲିଆପଦର୍‌ ଗ୍ରାମରେ ମଙ୍ଗଳବାର ରାତ୍ରିରେ ସଶସ୍ତ୍ର ଡକାୟତି ହୋଇଛି। ଗ୍ରାମର ଦେବବ୍ରତ ମିଶ୍ରଙ୍କ ଘରେ ଡକାୟତି କରିଛନ୍ତି ଦୁର୍ବୃତ୍ତ…

୨୩,୩୮୭ କନିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି: ଖୁବ୍‌ଶୀଘ୍ର ପ୍ରଧାନଶିକ୍ଷକ ଭାବେ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର,୧୧ା୨ (ସୁଚିସ୍ମିତା ସାହୁ):ରାଜ୍ୟ ସରକାରଙ୍କ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୨୩,୩୮୭ ଜଣ କନିଷ୍ଠ ଶିକ୍ଷକଙ୍କୁ ବରିଷ୍ଠ (ଏସ୍‌ଇଏସ୍‌) ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସୋମବାର ପ୍ରକାଶିତ ଏହି…

ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି ଭାଲୁ: ବେଲସୁନ୍ଦରୀରେ ଆତଙ୍କ

ଆନନ୍ଦପୁର,୧୧।୨(ସୁଶାନ୍ତ କୁମାର ସାହୁ): ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି  ଭାଲୁ ପଲ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri