ବ୍ରାହ୍ମଣୀ ତଟରେ ମେଣ୍ଟୁନି ଶୋଷ

ଭୁବନ, ୨୨।୪ ସହରଠାରୁ ଅନତି ଦୂରରେ ପ୍ରବାହିତ ହେଉଛି ବ୍ରାହ୍ମଣୀ। ଓଡ଼ିଶାର ଏହି ଦ୍ୱିତୀୟ ବୃହତ୍ତମ ନଦୀ ପରିପୁଷ୍ଟ କରୁଛି ଜନଜୀବନକୁ। ଏଠାରୁ ଟଣା ହୋଇଯାଉଥିବା ପାଣିରେ ଚାଲୁଛି ପଡ଼ୋଶୀ ଜିଲାର ଶତାଧିକ କମ୍ପାନୀ। ଅଥଚ ନଦୀକୂଳରେ ଥାଇ ପାଣି ମୁନ୍ଦାଏ ପାଇଁ ଛଟପଟ ହେଉଛନ୍ତି ଭୁବନ ଅଞ୍ଚଳବାସୀ। ସହରାଞ୍ଚଳରେ ଜଳସଙ୍କଟ ସବୁଦିନିଆ ସମସ୍ୟାରେ ପରିଣତ ହୋଇଥିବାବେଳେ ଏହାର ସମାଧାନରେ ବିଫଳ ହୋଇଛି ଜନସ୍ବାସ୍ଥ୍ୟ ବିଭାଗ ଏବଂ ଏନ୍‌ଏସି ପ୍ରଶାସନ।
୧୯୭୧ରେ ଏନ୍‌ଏସି ମାନ୍ୟତା ପାଇଥିଲା ଢେଙ୍କାନାଳ ଜିଲାର ଐତିହାସିକ ସହର ଭୁବନ। ଇତିମଧ୍ୟରେ ବିତିଗଲାଣି ଦୀର୍ଘ ୫୦ ବର୍ଷ। ୨୦୧୧ ଜନଗଣନା ଅନୁଯାୟୀ ଏଠାକାର ଜନସଂଖ୍ୟା ଥିଲା ୨୨ ହଜାର ୧୮୭। ଗତ ୧୧ ବର୍ଷ ମଧ୍ୟରେ ବଢ଼ିଛି ସହରର କଳେବର। ବୃଦ୍ଧିପାଇଛି ଜନସଂଖ୍ୟା। ସହର ଉପକଣ୍ଠରେ ମୁଣ୍ଡ ଟେକିଛି ନୂଆ ବସ୍ତି। ଜିଲାର ଅନ୍ୟତମ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ହୋଇଥିବାରୁ ଦୈନିକ ହଜାର ହଜାର ଲୋକ ଏଠାକୁ ଆସୁଛନ୍ତି। ହେଲେ ଅଦ୍ୟାବଧି ଜଳଯୋଗାଣ ସୁବ୍ୟବସ୍ଥିତ ହୋଇପାରୁନାହିଁ। ପ୍ରକୃତ ଜନସଂଖ୍ୟାର ହିସାବ ବିଭାଗ ପାଖରେ ନ ଥିବାବେଳେ ଚିରାଚରିତ ଢଙ୍ଗରେ ଚାଲିଛି ଜଳଯୋଗାଣ। ପାନୀୟ ଜଳଯୋଗାଣ ପାଇଁ ମାଷ୍ଟରପ୍ଲାନ୍‌ କାଗଜପତ୍ରରେ ସୀମିତ ହୋଇ ରହିଯାଇଥିବାବେଳେ ବର୍ଷତମାମ ଜଳକଷ୍ଟର ଶିକାର ହେଉଛନ୍ତି ସ୍ଥାନୀୟ ବାସିନ୍ଦା।
ଜନସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ସହରରେ ଦୈନିକ ୨୦ ଲକ୍ଷ ୮୫ ହଜାର ଲିଟର ପାନୀୟ ଜଳ ଯୋଗାଣ କରାଯାଉଛି। ୧୫ ଓ୍ବାର୍ଡରେ ୧୨୧ ନଳକୂପ, ୯୮ ଷ୍ଟାଣ୍ଡ୍‌ପୋଷ୍ଟ ସମେତ ଖୋଲାକୂଅ ରହିଛି। ହେଲେ ଏହା ଲୋକଙ୍କ ପାଇଁ ଯଥେଷ୍ଟ ହେଉନାହିଁ। ଏନ୍‌ଏସିର ୨, ୫, ୯, ୧୦ ଏବଂ ୧୧ ନଂ. ଓ୍ବାର୍ଡରେ ସମସ୍ୟା ଉତ୍କଟ ରୂପ ଧାରଣ କଲାଣି। ପାଣି ପାଇଁ ଅଧିକାଂଶ ସମୟରେ ଗଣ୍ଡଗୋଳ ହେଉଛି। ସମସ୍ୟା ଧରି ବୁଦ୍ଧିଜୀବୀ, ମହିଳା ପ୍ରତିଦିନ ଜନସ୍ବାସ୍ଥ୍ୟ ବିଭାଗରେ ପହଞ୍ଚତ୍ ହୋହଲ୍ଲା କରୁଛନ୍ତି, ଯାହାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି।
ଏ ସଂକ୍ରାନ୍ତରେ ଜନସ୍ବାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ସୋନାଲି ନାୟକ କୁହନ୍ତି, ସହରବାସୀଙ୍କ ପାଇଁ ଜଳଯୋଗାଣ ସୁନିଶ୍ଚିତ କରିବା ଲାଗି ମେଗା ପାନୀୟ ଜଳ ପ୍ରକଳ୍ପ, ୨ଟି ଓଭରହେଡ୍‌ ଟାଙ୍କି, ୨ଟି ଓ୍ବାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ କରିବାକୁ ଯୋଜନା ରହିଛି। କେତେକ କ୍ଷେତ୍ରରେ ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ପାଣି ଅଯଥା ନଷ୍ଟ ହେଉଛି। ଏଥିପ୍ରତି ସମସ୍ତେ ଗୁରୁତ୍ୱ ଦେବା ଜରୁରୀ। ଖରାଦିନେ ଜଳକ୍ଲିଷ୍ଟ ଓ୍ବାର୍ଡଗୁଡ଼ିକରେ ଟ୍ୟାଙ୍କର ଯୋଗେ ପାଣି ଯୋଗାଣ ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…

‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା

ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସ୍‌ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା…

ବୃଦ୍ଧାଶ୍ରମରେ ଶେଷ ଠିକଣା ଖୋଜୁଛନ୍ତି ନିର୍ଯାତିତ ମା’-ବାପା, ସୁଖରେ ଜୀବନ ବିତାଉଥିବା କହି…

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ନିଜ ସନ୍ତାନମାନଙ୍କ ଅବହେଳା ଓ ନିର୍ଯାତନାର ଶିକାର ହୋଇ ବୃଦ୍ଧାଶ୍ରମକୁ ଶେଷ ଠିକଣା ଭାବେ ବାଛିନେଉଛନ୍ତି ଅନେକ ବରିଷ୍ଠ ନାଗରିକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?