ଅଧା ବାଟରେ ଛାଡି ଚାଲିଯାଇଥିଲା ସକ୍ଷୀ ଗାଡ଼ି: ରାସ୍ତା କଡ଼ରେ ସନ୍ତାନ ଜନ୍ମଦେଲେ ମାନସିକ ବିକାରଗସ୍ତ ଯୁବତୀ

ତୁମୁଡିବନ୍ଧ, ୧୧।୭(ଦୀପକ କୁମାର ପରାସେଠ): ରାସ୍ତା କଡ଼ରେ ଜଣେ ମାନସିକ ବିକାରଗସ୍ତ ଯୁବତୀ ଜିଲା ସାମାଜିକ ସୁରକ୍ଷା କେନ୍ଦ୍ରରୁ ସକ୍ଷୀ ପରିବହନରେ ଘରକୁ ଆସିିବା ସମୟରେ ବାଟରେ ସନ୍ତାନ ପ୍ରସବ କରିଛନ୍ତି। ଏପରି ଘଟଣା କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ଗୁମା ଅଞ୍ଚଳରେ ଶୁକ୍ରବାର ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ, ଗୁମା ପଞ୍ଚାୟତ ଅଞ୍ଚଳର ଜଣେ ୨୨ ବର୍ଷୀୟା ମାନସିକ ବିକାରଗସ୍ତ ଯୁବତୀ ଗର୍ଭବତୀ ଥିବା ନେଇ ତୁମୁଡିବନ୍ଧ ସିଡିପିଓ ଲତା ଦିଗାଲ, ସୁପରଭାଇଜର ନିରୁପମା ଶତପଥୀ ଓ ଅଙ୍ଗନଓ୍ବାଡ଼ି କର୍ମୀ ନାମିତ ବଡ଼ସେଠ ଖବର ପାଇ ତାଙ୍କୁ ଗତ ଜୁନ ୯ରେ ଜିଲା ସାମାଜିକ ସୁରକ୍ଷା କେନ୍ଦ୍ରକୁ ଆଣି ଛାଡିଥିଲେ। ସେଠାରେ ସେ ଅନ୍ୟମାନଙ୍କୁ କାମୁଡା କାମୁଡ଼ି କରୁଛନ୍ତି, ତାଙ୍କୁ ଫେରାଇ ନେବାକୁ ଅଙ୍ଗନଓ୍ବାଡି କର୍ମୀଙ୍କୁ ଫୋନ ଦ୍ୱାରା ଖବର ଆସିଥିଲା। ଯୁବତୀଙ୍କ ପରିବାର ଲୋକଙ୍କ ସହ ଅଙ୍ଗନଓ୍ବାଡ଼ି କର୍ମୀ ସେଠାରେ ପହଞ୍ଚି ସେଠାରୁ ତାଙ୍କୁ ସକ୍ଷୀ ଗାଡ଼ିରେ ନିଜ ଗାଁକୁ ନେଉଥିଲେ। ତେବେ ବାଟରେ ଗୁଚୁକା ଛକଠାରେ ପରିସ୍ରା ଯିବି କହି ଯୁବତୀ ଜଣକ ଗାଡ଼ି ଅଟକାଇଥିଲେ। ଗାଡ଼ିରୁ ଓହ୍ଲାଇ ତଳକୁ ଆସିବା ପରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ମାତ୍ର ସେହି ସ୍ଥାନରେ ସଖୀ ଗାଡିଟି ମା’ ଓ ଶିଶୁକୁ ସଙ୍କଟପୂର୍ଣ୍ଣ ଅବସ୍ଥାରେ ଛାଡ଼ି ଫୁଲବାଣୀ ଚାଲିଯାଇଥିଲା। ପରେ ସଙ୍ଗେସଙ୍ଗେ ଅଙ୍ଗନଓ୍ବାଡି କର୍ମୀ ନମିତା ତୁମୁଡିବନ୍ଧ ସିଡିପିଓ ଲତା ଦିଗାଲ୍‌ଙ୍କୁ ଫୋନ କରି ଜଣାଇଥିଲେ। ସିଡିପିଓ ଦିଗାଲ ଏନେଇ ବେଲଘର ସ୍ବାସ୍ଥ୍ୟକେନ୍ଦ୍ରକୁ ଜଣାଇବା ସହିତ ନିଜେ ସେଠାରେ ପହଞ୍ଚତ୍ଥିଲେ। ଖବର ପାଇ ଡାକ୍ତର ବିଜୟ ଭୋଇ ଓ ସ୍ବାସ୍ଥ୍ୟ ସେବିକା କରିସ୍ମା ନାୟକ ଘଟଣାସ୍ଥଳରେ ପହଞ୍ଚି ଯୁବତୀ ଓ ତାଙ୍କ ଶିଶୁକନ୍ୟାଙ୍କ ପ୍ରାଥମିକ ଚିକିତ୍ସା କରି ତୁମୁଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଉଭୟ ମା’ ଓ ଶିଶୁ ସୁସ୍ଥ ଓ ସୁରକ୍ଷିତ ଥିବା ସିଡିପିଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri